www.samajalive.in
Saturday, December 13, 2025
26.1 C
Bhubaneswar

ରାଜ୍ୟରେ ଘୂର୍ଣ୍ଣିଝଡ ସହ ବର୍ଷା ସମ୍ଭାବନା, କାଲିଠୁ କମିପାରେ ୨ରୁ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା

ଭୁବନେଶ୍ବର: ଆସନ୍ତାକାଲିଠାରୁ ସାଧାରଣ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ ବୋଲି ପାଣିପାଗ ବିଜ୍ଞାନୀ ସନ୍ଦୀପ ଦ୍ବିବେଦୀ ସୂଚନା ଦେଇଛନ୍ତି। ଗତକାଲିଠାରୁ ଆଜିର ତାପମାତ୍ରା ୧ ଡିଗ୍ରୀ କମିଛି। କିଛି ସ୍ଥାନରେ ତାପମାତ୍ରା ୪୦ ଉପରେ ରହିବ। ୧୮, ୧୯ ଓ ୨୦ରେ କିଛି ସ୍ଥାନରେ ବର୍ଷା ସମ୍ଭାବନା। ଆସନ୍ତା ୨୪ ଘଣ୍ଟାରେ କୋରାପୁଟ, ମାଲକାନଗିରି ଓ ରାୟଗଡ଼ାରେ ବର୍ଷା। କଳାହାଣ୍ଡି, କନ୍ଧମାଳ, ବାଲେଶ୍ବର ଓ ଭଦ୍ରକରେ ମଧ୍ୟ ବର୍ଷା ସମ୍ଭାବନା। ୧୭ରେ ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଜ୍ଞାନୀ ସନ୍ଦୀପ ଦ୍ବିବେଦୀ ପ୍ରକାଶ କରିଛନ୍ତି।

ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷା ନେଇ ଆକଳ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସାରା ରାଜ୍ୟରେ ଘୂର୍ଣ୍ଣିଝଡ ସହ ବର୍ଷା ନେଇ ପୂର୍ବନୁମାନ କରାଯାଇଛି। ସେହିପରି ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ନେଇ ମଧ୍ୟ ଆକଳନ ହୋଇଛି। ୧୭ ତାରିଖରେ ୨୦ ଜିଲାରେ ବର୍ଷା ସମ୍ଭାବନା ରହିଛି। ସେହିପରି ୧୮ ତାରିଖରେ ୧୮ ଜିଲାରେ ବର୍ଷାର ସମ୍ଭାବନା ରହିଛି । ୧୯ ତାରିଖରେ ୧୨ ଜିଲାରେ ବର୍ଷା ପୂର୍ବାନୁମାନ କରାଯାଇଛି। ସେହିଭଳି ୨୦ ତାରିଖରେ ୬ ଜିଲାକୁ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories