ପ୍ରବଳ ଖରା ତାତିରେ ଜଳୁଛି ରାଜଧାନୀ ଭୁବନେଶ୍ବର, ୪୪.୬ ସହ ଝାରସୁଗୁଡ଼ା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର

ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ୧୫ଜିଲାକୁ ହିଟ ୱେଭ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ପ୍ରବଳ ଖରା ତାତିରେ ଜଳୁଛି ରାଜଧାନୀ ଭୁବନେଶ୍ବର। ଆଜି ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ବର ତାପମାତ୍ରା ୪୪.୪ ରେକର୍ଡ କରାଯାଇଛି। ଭୁବନେଶ୍ବର ଭଳି ରାଜ୍ୟର ଅନ୍ୟ ସହରରେ ବି ପ୍ରବଳ ଖରା ହେଉଛି। ୪୪.୬ ସହ ଝାରସୁଗୁଡ଼ା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି। ଭୁବନେଶ୍ବର ଭଳି ସମ୍ବଲପୁର ତାପମାତ୍ରା ୪୪.୪। ହୀରାକୁଦ ୪୩.୮, କେନ୍ଦୁଝର ୪୦, ଚାନ୍ଦବାଲି ୩୭.୬ ଡିଗ୍ରୀ ରେକର୍ଡ କରାଯାଇଛି।

prayash

ଆଗାମୀ ୩ ଦିନ ପର୍ଯ୍ୟନ୍ତ ଉପକୂଳରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି। ସେହିପରି ୫ ଦିନ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ୧୫ଜିଲାକୁ ହିଟ ୱେଭ ୱାର୍ଣ୍ଣିଂ ଜାରି କରାଯାଇଛି। କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନା, କଟକ, ଖୋର୍ଦ୍ଧା, ସମ୍ବଲପୁର, ବରଗଡ଼, ଦେବଗଡ଼, ବୌଦ୍ଧ, ବଲାଙ୍ଗିର, ନୟାଗଡ଼କୁ ରେଡୱାର୍ଣ୍ଣିଂ ଜାରି କରାଯାଇଛି।

kalyan agarbati

Comments are closed.