www.samajalive.in
Saturday, December 6, 2025
15.1 C
Bhubaneswar

ନଡ୍ଡାଙ୍କ ଉପରେ ଆକ୍ରମଣକୁ ନେଇ କେନ୍ଦ୍ରକୁ ରିପୋର୍ଟ ଦେଲେ ରାଜ୍ୟପାଳ, ପଶ୍ଚିମବଙ୍ଗ ଯିବେ ଶାହ

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ହଲ୍‌ଚଲ୍‌ ଆରମ୍ଭ ହୋଇଯାଇଛି। ବିଜେପି ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଉପରେ ଗୁରୁବାର ଆକ୍ରମଣକୁ ନେଇ ରାଜ୍ୟପାଳ ଜଗଦୀପ ଧନଖଡ଼ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ପଠାଇଛନ୍ତି। ଗତ ଗୁରୁବାର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ରିପୋର୍ଟ ମଗାଯାଇଥିଲା। ଅନ୍ୟପଟେ ନଡ୍ଡାଙ୍କ ଉପରେ ଆକ୍ରମଣ ପରେ ଏବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ଗସ୍ତ କରିବେ। ସେ ଆସନ୍ତା ୧୯ ଏବଂ ୨୦ ତାରିଖ ଦୁଇଦିନ ପଶ୍ଚିମବଙ୍ଗ ଗସ୍ତରେ ଯିବେ।

Image Courtesy: Ndtv

୨୦୨୧ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। ଏହାକୁ ନେଇ ରାଜ୍ୟରେ କ୍ଷମତାସୀନ ତୃଣମୂଳ କଂଗ୍ରେସ(ଟିଏମସି) ଏବଂ ବିରୋଧୀ ଦଳ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ। କିନ୍ତୁ ଏହା ପୂର୍ବରୁ ରାଜ୍ୟରେ ହିଂସାତ୍ମକ ବାତାବରଣ ସୃଷ୍ଟି ହେବାରେ ଲାଗିଛି। ବିଜେପି ଅଧ୍ୟକ୍ଷ ନଡ୍ଡା ୨ ଦିନିଆ ଗସ୍ତରେ ଆସିଥିବାବେଳେ ତାଙ୍କୁ ଟିଏମ୍‌ସି ପକ୍ଷରୁ ବିରୋଧ କରାଯିବା ସହିତ ତାଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଛି।

- Advertisement -

ନଡ୍ଡାଙ୍କ ଏହି ଗସ୍ତ ସମୟରେ ଅନେକ ବିବାଦ ସୃଷ୍ଟି ହୋଇଛି। ତାଙ୍କ କାର୍‌କେଡ୍‌ ଉପରକୁ ଆକ୍ରମଣ ହୋଇଥିବାବେଳେ ଗାଡ଼ି ଉପରକୁ ପଥର ମାଡ଼ ହୋଇଛି। ଏଥିରେ ବିଜେପିର ବରିଷ୍ଠ ନେତା କୈଳାଶ ବିଜୟବର୍ଗୀୟ ଆହତ ହୋଇଛନ୍ତି। ତାଙ୍କ ବାମ ହାତର ହାଡ଼ ଫ୍ରାକ୍‌ଚର ହୋଇଥିବା ମେଡିକାଲ ରିପୋର୍ଟରେ ଦର୍ଶାଯାଇଛି।

ରାଜ୍ୟରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମନୋବଳ ଦୃଢ଼ କରିବା ଲାଗି କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଗସ୍ତ କରିବେ। ସେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ। ଏହା ସହିତ ଅନ୍ୟ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ। ଅମିତ ଶାହଙ୍କର ଏହା ୨ୟ ଗସ୍ତ ହେବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories