BJD Bijuli 480×75 Mob

ଜାପାନୀ ଲୋକଙ୍କ ସୁସ୍ଥ ରହିବାର ରହସ୍ୟ !

BJD Bijuli 480×75 Mob
0

ବିଶ୍ବସ୍ତରୀୟ ଗବେଷକଙ୍କ ମତରେ ଜାପାନୀ ଲୋକେ ଦୀର୍ଘାୟୁ ହେବା ସହ ସେମାନେ ବେଶ୍ ସୁସ୍ଥ ଜୀବନଶୈଳୀ ଅତିବାହିତ କରନ୍ତି। ଏହା ପଛର ମୁଖ୍ୟ କାରଣ ହେଉଛି ସେଠା ଲୋକେ ଉତ୍ତମ ଖାଦ୍ୟପାନୀୟ ସେବନ କରନ୍ତି।

୬୫%ରୁ ଅଧିକ ଜାପାନୀ ଲୋକେ ୯୦ ବର୍ଷରୁ ଅଧିକ ବୟସ୍କ ଥିବାର ସର୍ବେକ୍ଷଣରୁ ଜଣାପଡ଼ିଛି। ଅନ୍ୟତମ ପ୍ରମୁଖ ତଥ୍ୟ ହେଲା ଜାପାନର ୨%ରୁ କମ୍ ଲୋକେ ମେଦବହୁଳ ରୋଗରେ ଶିକାର।

ବର୍ଷବର୍ଷ ଧରି ଜାପାନ ଲୋକଙ୍କ ଜୀବନଶୈଳୀରେ କୌଣସି ପରିବର୍ତ୍ତନ ହୋଇନାହିଁ। ଜାପାନ ଲୋକ ସକାଳୁ ଉଠିବା ପରେ ନିୟମିତ ଭାବେ ୪ ରୁ ୫ ଗିଲାସ ପାଣି ପିଇଥାନ୍ତି। ଏହି ପାଣି ଅତ୍ୟଧିକ ଥଣ୍ଡା କିମ୍ବା ଗରମ ହୋଇନଥାଏ।

ସକାଳ ଜଳଖିଆରେ ଏମାନେ ସିଝା ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ଜାପାନୀ ଲୋକେ ଯେ କୌଣସି ଖାଦ୍ୟ ଖାଇଲେ, ତାହାର ୨ ଘଣ୍ଟା ପରେ ହିଁ ପାଣି ପିଅନ୍ତି।

ସେମାନଙ୍କର ଏହି ଅଭ୍ୟାସ କାରଣରୁ ବିଭିନ୍ନ ରୋଗରୁ ରକ୍ଷା ମିଳିଥାଏ ବୋଲି ବିଶେଷଜ୍ଞଙ୍କ ମତ। ଜାପାନୀ ଲୋକେ ଥଣ୍ଡା ପାଣି ଆଦୌ ପିଅନ୍ତିନାହିଁ। ଖରା, ବର୍ଷା, ଶୀତରେ ଏମାନେ ନଖଉଷୁମ ପାଣି ପିଉଥିବାର ପ୍ରକାଶ।

ଏହି ପାଣି ପିଇବା ଦ୍ବାରା ଓଜନ ନିୟନ୍ତ୍ରିତ ରହିବା ସହ ଶରୀରରେ କୋ​‌‌ଲେଷ୍ଟରଲ୍ ଜମି ନଥାଏ। ଶରୀରରୁ ଟକ୍ସିନ୍ ବାହାରିଯିବା ସହ ମଧୁମେହ ନିୟନ୍ତ୍ରିତ ହୁଏ। ରକ୍ତସଞ୍ଚାଳନ ଭଲଭାବେ ହେବା ସହିତ ହୃଦରୋଗର ଆଶଙ୍କା ମଧ୍ୟ କମ୍ କରିଥାଏ ଏହି ଅଭ୍ୟାସ।

Leave A Reply