www.samajalive.in
Wednesday, December 10, 2025
26.1 C
Bhubaneswar

ପାନୀୟ ଜଳ ସଙ୍କଟର ମୁକାବିଲା; ୧୩୭ଟି ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଣ

ରେଙ୍ଗାଲି: ଭୂତଳ ଜଳ ସ୍ତର ବର୍ଷକୁ ବର୍ଷ ପାତାଳଗାମୀ ହେଉଥିବା ଫଳରେ ରେଙ୍ଗାଲି ବ୍ଳକ୍‍ ଅଞ୍ଚଳରେ ଗ୍ରୀଷ୍ମ ଋତୁରେ ପାନୀୟ ଜଳ ସଙ୍କଟ ଉତ୍କଟ ତଥା ଗମ୍ଭୀର ସମସ୍ୟା ଭାବେ ଉଭା ହେଉଛି। ଗ୍ରୀଷ୍ମ ଋତୁରେ ପାନୀୟ ଜଳର ଚାହିଦା ଅଧିକ ଥିବାରୁ ଚଳିତ ବର୍ଷ ରେଙ୍ଗାଲି ବ୍ଳକ୍‍ ଅଞ୍ଚଳର ଜଳ କ୍ଳିଷ୍ଟ ଗାଁମାନଙ୍କୁ ଶିଳ୍ପାନୁଷ୍ଠାନ ଏବଂ ପଞ୍ଚାୟତ ତରଫରୁ ୧୩୭ଟି ଟ୍ୟାଙ୍କର ଯୋଗେ ଜନ ସାଧାରଣଙ୍କୁ ପିଇବା ପାଣି ଯେଗାଇ ଦେବାର ବ୍ୟବସ୍ଥା କରାଯାଇଛି। ବିଭିନ୍ନ ପଞ୍ଚାୟତ ଜରିଆରେ ୭୬ଟି ଟ୍ୟାଙ୍କରରେ ପାନୀୟ ଜଳ ଯୋଗାଣ କରାଯାଉଥିବା ବେଳେ ଏହି ବ୍ଳକରେ ଥିବା ବିଭିନ୍ନ ଶିଳ୍ପ ସଂସ୍ଥା ପକ୍ଷରୁ ୬୧ଟି ଟ୍ୟାଙ୍କରରେ ବିଭିନ୍ନ ଗାଁକୁ ପାନୀୟ ଜଳ ଯୋଗାଇ ଦିଆଯାଉଛି ବୋଲି ବ୍ଳକ୍‍ ଉନ୍ନୟନ ଅଧିକାରୀ ଶଙ୍କର ପ୍ରସାଦ ସାହୁଙ୍କଠାରୁ ପ୍ରାପ୍ତ ସୂଚନାରୁ ଜଣାପଡିଛି। ଏହାବ୍ୟତୀତ ପାନୀୟ ଜଳ ସଙ୍କଟର ମୁକାବିଲା ପାଇଁ ଶିଳ୍ପାନୁଷ୍ଠାନଗୁଡିକ ସହଯୋଗର ହାତ ବଢାଇଛନ୍ତି। ଆଦିତ୍ୟ ଆଲୁମିନା କମ୍ପାନୀ ସର୍ବାଧିକ ୩୨ଟି ଟ୍ୟାଙ୍କର ଯୋଗାଇଥିବା ବେଳେ ଜେ.ଏସ୍‍.ଡବ୍ଳୁ ଭୂଷଣ କମ୍ପାନୀ ୧୧ଟି ଟ୍ୟାଙ୍କର, ଶ୍ୟାମ୍‍ ମେଟାଲିକ୍ସ ୬ଟି, ଆର୍ୟନ ଇସ୍ପାତ ୪ଟି ଟ୍ୟାଙ୍କରରେ ପିଇବା ପାଣି ଯୋଗାଇ ଦେଉଛନ୍ତି। ଠିକ୍‍ ସେହିପରି ଏନ୍‍.ଏଲ୍‍.ସି ଇଣ୍ଡିଆ ପକ୍ଷରୁ ୬ଟି ଟ୍ୟାଙ୍କର ଯୋଗାଇ ଦିଆଯାଇଥିବା ବେଳେ ମେଗା ଇଞ୍ଜିନିୟରିଂ ଏବଂ ରିଲାବୁଲ୍‍ ହାଇଟେକ୍‍ ପକ୍ଷରୁ ଗୋଟିଏ ଲେଖାଏଁ ଟ୍ୟାଙ୍କର ପିଇବା ପାଣି ଯୋଗାଣ ସକାଶେ ନିୟୋଜିତ କରାଯାଇଥିବାର ପ୍ରକାଶ।

ଭୂପୃଷ୍ଠ ଜଳ ସଂରକ୍ଷଣ ଏବଂ ଅର୍ଦ୍ଧ ଜୀବିତ ଅର୍ଦ୍ଧ ମୃତ ଅବସ୍ଥାରେ ଥିବା ପାରମ୍ପରିକ ଜଳ ଉତ୍ସଗୁଡିକର ଉନ୍ନତି ପାଇଁ ଫଳପ୍ରସୂ ଯୋଜନା କାର୍ଯ୍ୟକାରୀ ନହେବା ସହିତ ଅବିଚାରିତ ଭାବରେ ଜଙ୍ଗଳ କ୍ଷୟ ହେବା ଯୋଗୁଁ ଭୂତଳ ଜଳ ସ୍ତର ପାତାଳଗାମୀ ହେବା ଅନ୍ୟତମ ମୁଖ୍ୟ କାରଣ ବୋଲି ପରିବେଶବିତମାନେ ମତ ପ୍ରକାଶ କରୁଛନ୍ତି। ସରକାର ଏଥିପ୍ରତି ସର୍ବାଧିକ ଗୁରୁତ୍ୱ ଦେଇ ଜଳ ସଂରକ୍ଷଣ ଓ ପାରମ୍ପରିକ ଜଳ ଉତ୍ସଗୁଡିକର ପୁନରୁଦ୍ଧାର ଏବଂ ରକ୍ଷଣାବେକ୍ଷଣ ବ୍ୟବସ୍ଥା ଦିଗରେ ଫଳପ୍ରଦ ବ୍ୟବସ୍ଥା ନକଲେ ଆଗାମୀ ବର୍ଷମାନଙ୍କରେ ଜଳ ସଙ୍କଟ ଆହୁରୀ ଭୟଙ୍କର ଅକାର ଧାରଣ କରିବା ନିଶ୍ଚିତ ବୋଲି ଆଶଙ୍କା ପ୍ରକାଶ ପାଉଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories