www.samajalive.in
Saturday, December 6, 2025
16.1 C
Bhubaneswar

ଆଠଗଡ  କଲେଜ ଖୋ ଖୋ ଦଳ ଜୋନାଲ ଚାମ୍ପିଅନ

ଆଠଗଡ:  ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଜୋନସ୍ତରୀୟ ପୁରୁଷ ଖୋ ଖୋ ପ୍ରତିଯୋଗିତାରେ ଆଠଗଡସ୍ଥିତ ଗୋପବନ୍ଧୁ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଖୋ ଖୋ ଦଳ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି। ଗୁରୁଡିଝାଟିଆର ଏସଏସଡି କଲେଜ ଖେଳପଡିଆରେ ଏହି ଜୋନାଲ ଖୋ ଖୋ ପ୍ରତିଯୋଗିତା ନଭେମ୍ବର ୨୫ ଓ ୨୬ ତାରିଖରେ ଦୁଇଦିନ ଧରି ଆୟୋଜିତ ହୋଇଥିଲା। ମୂଳରୁ ଉନ୍ନତ ଖେଳ ପ୍ରଦର୍ଶନ କରିଥିବା ଗୋପବନ୍ଧୁ ବିଜ୍ଞାନ କନିଷ୍ଠ କଲେଜ ଖୋ ଖୋ ଦଳ ସେମିଫାଇନାଲରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦଳକୁ ଏବଂ ଫାଇନାଲରେ ବାଙ୍କୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ପରାସ୍ତ କରି ଜୋନାଲ ଚାମ୍ପଅନ ହୋଇଥିଲା। ପରିଚାଳକ ତଥା ଆଠଗଡ କଲେଜ କ୍ରୀଡା ସଂସଦ ଉପସଭାପତି ସଚ୍ଚିଦାନନ୍ଦ ଜେନା ଓ କ୍ରୀଡା ଶିକ୍ଷକ ସ୍ପିତିରଞ୍ଜନ ରାଉତଙ୍କ ନେତୃତ୍ବରେ କଲେଜ ଖୋ ଖୋ ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । କଲେଜ ପାଇଁ ଗୌରବ ଆଣିଥିବା ଚାମ୍ପିଅନ ଦଳର ଖେଳାଳିମାନଙ୍କୁ ଅଧ୍ୟକ୍ଷ ଡ.ଲୋକନାଥ ସାହୁ ଏବଂ ଅନ୍ୟ ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀ ଅଭିନନ୍ଦନ ଜଣାଇବା ସହ ଆଗକୁ ଆହୁରି ଭଲ ପ୍ରଦର୍ଶନ ପାଇଁ ଉତ୍ସାହିତ କରିଥିଲେ ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories