www.samajalive.in
Saturday, December 6, 2025
14.1 C
Bhubaneswar

ଡମ୍ପରକୁ ପିଟିଲା ଆମ୍ବୁଲାନ୍ସ: ଜଣେ ମୃତ, ୩ ଗୁରୁତର

ଯାଜପୁର : ଯାଜପୁର ଚଣ୍ଡିଖୋଲରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆଜି ସକାଳୁ ଏକ ଡମ୍ପରକୁ ଆମ୍ବୁଲାନ୍ସ ଧକ୍କା ଦେଇଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଏନଏଚ୍ ୧୬ ଚଣ୍ଡିଖୋଲ ରେଲଓ୍ବେ ଓଭର ବ୍ରିଜ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଡମ୍ପରଟି ରାସ୍ତା କଡରେ ଛିଡା ହୋଇଥିବାବେଳେ ଏକ ଆମ୍ବୁଲାନ୍ସ ଦ୍ରୁତ ଗତିରେ ଆସି ଧକ୍କା ଦେଇଛି। ଆମ୍ବୁଲାନ୍ସଟି କୋଲକାତାରୁ ରୋଗୀ ନେଇ ଆସୁଥିବାବେଳେ ଏଭଳି ଅଘଟଣ ଘଟିଛି। ସମସ୍ତ ଗୁରୁତରକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories