www.samajalive.in
Monday, December 8, 2025
27.1 C
Bhubaneswar

ହ୍ବାଟ୍ସଆପ୍‌, ଜିମେଲ୍‌ରେ ତଥ୍ୟ ଦିଆନିଆ କରିପାରିବେନି ସରକାରୀ କର୍ମଚାରୀ

ଜାମ୍ମୁ : ଜାମ୍ମୁ-କାଶ୍ମୀରର ସରକାରୀ କର୍ମଚାରୀ ହ୍ବାଟ୍ସଆପ୍‌, ଜିମେଲ୍‌ ଜରିଆରେ ସରକାରୀ ତଥ୍ୟ ଆଦାନପ୍ରଦାନ କରିପାରିବେ ନାହିଁ। ହ୍ବାଟ୍ସଆପ୍‌, ଜିମେଲ୍‌ ଭଳି ମାଧ୍ୟମ ଜରିଆରେ ତଥ୍ୟ ଆଦାନପ୍ରଦାନ ପ୍ରଘଟ ହେବାର ଆଶଙ୍କା ରହିଥିବାରୁ ସରକାର ଏ କ୍ଷେତ୍ରରେ କଟକଣା ଜାରି କରିଛନ୍ତି। ହ୍ବାଟ୍ସଆପ୍‌, ଜିମେଲ୍‌ ଜରିଆରେ ସରକାରୀ ତଥ୍ୟ ଅାଦାନପ୍ରଦାନ କରିବା କର୍ମଚାରୀଙ୍କ ଅଭ୍ୟାସରେ ପରିଣତ ହୋଇଯାଇଛି। ତଥ୍ୟ ସୁରକ୍ଷା ପାଇଁ ସରକାର ଏଭଳି ପଦକ୍ଷେପ ନେଇଥିଲାବେଳେ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଉପରୋକ୍ତ ବିଜ୍ଞପ୍ତି ଜାରି କରାଯାଇଛି। ଗୋପନୀୟ ତଥା ସମ୍ବେଦନଶୀଳ ସରକାରୀ ତଥ୍ୟ ପ୍ରଘଟ ହେଲେ ନାନା ଅସୁବିଧା ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାର ପ୍ରତିକାର ସ୍ବରୂପ ସରକାରଙ୍କ ନିଜସ୍ବ ଇଲେକ୍‌ଟ୍ରୋନିକ୍‌ ଯୋଗାଯୋଗ ମାଧ୍ୟମ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ମାଧ୍ୟମରେ କର୍ମଚାରୀମାନେ ତଥ୍ୟ ଆଦାନପ୍ରଦାନ ପାଇଁ ସରକାର ନିର୍ଦେଶ ଦେଇଛନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories