www.samajalive.in
Sunday, December 7, 2025
18.1 C
Bhubaneswar

ଅତାବିରାରେ ପିଏଚଡିର ଅବହେଳା; ପାଣି ଟୋପାଏ ପାଇଁ ଲୋକେ ହନ୍ତସନ୍ତ

ରେଙ୍ଗାଲିକ୍ୟାମ୍ପ: ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ‘ଜଳ ହିଁ ଜୀବନ’ର ବ୍ୟାନର୍ ପୋଷ୍ଟର ମାଧ୍ୟମରେ ପାନୀୟ ଜଳ ଯୋଗାଇ ଜଳର ସଦୁପଯୋଗ କରିବା ପାଇଁ ସଚେତନ କରୁଛନ୍ତି। ହେଲେ ବରଗଡ଼ ଜିଲ୍ଲାରେ ତାର ବାସ୍ତବ ରୂପ ସମ୍ପୂର୍ଣ୍ଣ ଅଲଗା । ପାନୀୟ ଜଳ ପାଇଁ ବସୁଧା, ଅମୃତଧାରା ଭଳି କେତେ ଯୋଜନାରେ ଗୋଟିଏ ପରେ ଗୋଟିଏ ପାନୀୟ ଜଳ ପ୍ରକଳ୍ପମାନ ତିଆରି ହେଉଥିବା ବେଳେ ଗାଁ ଗଣ୍ଡାରେ ଏବେ ବି ବିଭାଗୀୟ ଅଧିକାରୀମାନଙ୍କ ଅବହେଳା ଯୋଗୁଁ ପ୍ରକଳ୍ପମାନ ଅଚଳ ହୋଇ ଖତ ଖାଉଛି । କେଉଁଠି ପାଇପ୍ ଫାଟି ଯାଇଛି ତ ଆଉ କେଉଁଠି ମଟର ପୋଡ଼ିଯାଇ ଦୀର୍ଘ ଦିନ ଧରି ପାନୀୟ ଜଳ ଯୋଗାଣ ଠପ୍ ହୋଇ ପଡିଛି।

ସେହିପରି ଅନେକ ସ୍ଥାନରେ ବିଦ୍ୟୁତ୍ ଜନିତ ସମସ୍ୟାରେ ଦୀର୍ଘ ଦିନ ଧରି ସବୁ ଥାଇ ମଧ୍ୟ ପାଣି ଟୋପାଏ ପାଇଁ ଲୋକଙ୍କୁ ଛଟ ପଟ ହେବାକୁ ପଡୁଛି । ଅତାବିରା ଅଞ୍ଚଳ ଟି କୃଷି ତଥା ଆଦିବାସୀ ଜନ ବହୁଳ ଅଞ୍ଚଳ ଭାବେ ବେଶ୍ ପରିଚିତ । ଅତାବିରା ବ୍ଲକ ୨୪ଟି ପଞ୍ଚାୟତ ଓ ୧୨ଟି ୱାର୍ଡ ବିଶିଷ୍ଟ ଏନ୍ ଏସି କୁ ନେଇ ଦୀର୍ଘ ୯ବର୍ଷରୁ ଉର୍ଦ୍ଧ୍ବ ହେବ ଗଠିତ ହୋଇସାରିଛି । ହେଲେ ଏଠାରେ ଏବେ ବି ଲୋକେ ପିଇବା ପାଣି ଭଳି ମୌଳିକ ସମସ୍ୟାରୁ ବଞ୍ଚିତ ରହୁଛନ୍ତି । ଅଞ୍ଚଳ ବାସୀଙ୍କ ପାଇଁ ପାନୀୟ ଜଳ ସକାଶେ ବହୁଗୁଡ଼ିଏ ଯୋଜନା ମାନ ପ୍ରଣୟନ ହୋଇ କୋଟି କୋଟି ଟଙ୍କା ସରକାରୀ ଅନୁଦାନରୁ ବ୍ୟୟ ବରାଦ ଆସି ଖର୍ଚ୍ଚ ହେଉଛି। କାର୍ଯ୍ୟ ମଧ୍ୟ ହେଉଛି ସତ, ହେଲେ ତାର ବାସ୍ତବତା କେତେ, ତାହା ଏହି କୋଟି ଟଙ୍କାରେ ତିଆରି ଅଚଳାବସ୍ଥା ରେ ଦଣ୍ଡାୟମାନ ହୋଇ ରହିଥିବା ପାଣିଟାଙ୍କି ଗୁଡ଼ିକୁ ଦେଖିଲେ ବେଶ୍ ଅନୁମାନ କରିହେବ । ଅଞ୍ଚଳର ଅନେକ ସ୍ଥାନରେ ଆବାହମାନ କାଳରୁ ରହିଛି ବହୁ ପୁରୁଣା ନଳକୂପ ।ସେହି ନଳକୂପ ଗୁଡ଼ିକ ପୁରୁଣା ହେବା ସହ ସେଥିରୁ ଲୁହାଳିଆ ପାଣି ବାହାରୁଛି ଯାହା ପିଇବା ତ ଦୂର କଥା ପାଟିରେ ଦେଇ ହେଉନାହିଁ । ପାନୀୟ ଜଳ ସକାଶେ କୋଟି କୋଟି ଟଙ୍କା ଅର୍ଥ ଅନୁଦାନ ରେ ଆର୍ ଦବ୍ଲୁଏସଏସ ଓ ପିଏଚଡି ବିଭାଗ ଅଧୀନରେ ପାନୀୟ ଜଳ ପ୍ରକଳ୍ପ ମାନ ନିର୍ମିତ ହେଉଥିବା ବେଳେ, ତିଆରି ହୋଇ କିଛି ମାସ ଗଲା ପରେ ଅଳିଆ ଆବର୍ଜନା ଘେରରେ ପଡ଼ି ରହିଯାଉଛି। କେତେକ ସ୍ଥାନରେ ଟାଙ୍କିଗୁଡିକରେ ଟୋପାଏ ବି ପାଣି ଚଢ଼ି ପାରିନାହିଁ । କେବଳ ପ୍ରତି ବର୍ଷ ଟାଙ୍କି ଉପରେ ରଙ୍ଗ ଲଗାଇ କେବଳ ଉପର ଦେଖାନିଆ ଭାବରେ କାମ କରାଯାଉଛି। ବେନର ପୋଷ୍ଟର ମାଧ୍ୟମରେ ପ୍ରକଳ୍ପମାନ ରହିଯାଉ ଥିବାବେଳେ କୋଟି କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ ଲୋକଙ୍କ ଶୋଷ ମେଣ୍ଟାଇ ପାରୁନାହିଁ । ବିଭାଗୀୟ କିଛି ସରକାରୀ ଅଧିକାରୀମାନଙ୍କ ଅବହେଳା ତଥା କିଛିଟା ସ୍ବାର୍ଥ ଲାଳସା ଯୋଗୁଁ ଲୋକଙ୍କୁ ପାଣି ଦେବା ତ ଦୂର କଥା ପାଇପ୍ ବିଛାଇବା ପାଇଁ ଦୀର୍ଘ ଦିନ ହେବ ରାସ୍ତା କଡ଼ ଖୋଲି ଦେଇ କେଉଁଠି ମାସ ମାସ ଧରି ମରଣ ଯନ୍ତା ଭାବେ ଛାଡ଼ି ଦିଆଯାଉଛି ତ ଏନ୍ଏସି ଅଞ୍ଚଳରେ ଠିକ୍ ଭାବରେ ପାନୀୟ ଜଳ ପାଇପ୍ ବିଛା ଯାଇ ନଥିବାରୁ ପାଇପଗୁଡ଼ିକ ଭାଙ୍ଗି ଯାଇ ରାସ୍ତା ରେ ବହୁଥିବା ଅଳିଆ ଆବର୍ଜ୍ଜନା ତଥା ନର୍ଦ୍ଦମା ପାଣି ଫାଟି ଯାଇଥିବା ପାନୀୟ ଜଳରେ ମିଶି ଆଗକୁ ହାଇଜା ଭଳି ମହାମାରୀର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ପୁରୁଣା ନଳକୂପଗୁଡ଼ିକ ଲୁହାଲିଆ ପାଣି ବାହାରି ଆବଶ୍ୟକ ମୁତାବକ ପାଣି ଦେଉ ନଥିବାବେଳେ ଅତାବିରାରେ ପାଣି ଚୋରି ହେବା ସହ ନଳକୂପ ଚୋରୀ ମଧ୍ୟ ଦୀର୍ଘ ଦିନରୁ ହେଉଥିବା ଅଞ୍ଚଳରେ ବେଶ୍ ନଜିର ରହିଛି ।

- Advertisement -

ସେହିପରି ପିଏଚଡି ପକ୍ଷରୁ ଏନ୍ ଏସି ଅଞ୍ଚଳର କେଉଁଠି ପାଣି ପାଇପ୍ ପୋତାଯାଇଛି ତ ଆଉ କେଉଁଠି ପାଣି ପାଇପ୍ ଆଦୌ ବିଛା ଯାଇ ନାହିଁ। କେଉଁଠି ପାଇପ୍ ବିଛା ଯାଇ ଟ୍ୟାପ୍ ଲାଗିଥିଲେ ହେଁ ଏପର୍ଯ୍ୟନ୍ତ ପାଣି ପହଞ୍ଚି ପାରିନାହିଁ। କେବଳ ବ୍ୟାନର୍ ପୋଷ୍ଟରରେ ହିଁ ପାନୀୟ ଜଳ । ଲୋକଙ୍କ ଶୋଷ ମେଣ୍ଟାଇ ପାରୁନାହିଁ। ଯାହା ପିଏଚଡି ବିଭାଗର ଖେଳ ଏବେ ଏନ୍ଏସି ପାଇଁ କାଳ ହେବାକୁ ବସିଲାଣି। ଟୋପାଏ ପାଣି ପାଇଁ ଲୋକେ ବାର ଦୁଆର ହୋଇ ଛଟପଟ ହେବାକୁ ପଡ଼ୁଥିବା ବେଳେ ନିମ୍ନ ମାନର ପାଇପ୍ ସହ ଠିକାଦାର ପୋଷା ନୀତିରେ କାର୍ଯ୍ୟ ହୋଇଚାଲିଛି । ଲୋକେ ପାଣି ଟୋପେ ପାଇ ପାରୁ ନଥିବା ବେଳେ ରାସ୍ତା କଡ଼ ଓ ନଈ ନାଳ ଦେଇ ଯାଇଥିବା ପାନୀୟ ଜଳ ପାଇପ୍ ଅନେକ ସ୍ଥାନରେ ଫାଟି ଅନର୍ଗଲ ଭାବେ ପାଣି ବହିଯାଉଛି । ଯାହା ସାମାନ୍ୟ ବର୍ଷା ହେଲେ ନଈ, ନାଳ ପୁରି ଏହାର ନର୍ଦ୍ଦମା ପାଣି ପାନୀୟ ଜଳ ପାଇପରେ ମିଶି ମହାମାରୀ ରୂପ ନନେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବନାହିଁ। ତେବେ ଏଥିପ୍ରତି ତୁରନ୍ତ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଉପଯୁକ୍ତ ତଦନ୍ତ ସହ ଉପଯୁକ୍ତ ପରିମାଣର ପାନୀୟ ଜଳ ଯୋଗାଇବାକୁ ସାଧାରଣରେ ଦାବୀ ହେଉଛି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories