www.samajalive.in
Sunday, December 7, 2025
16.1 C
Bhubaneswar

ଦେଖନ୍ତୁ ଭିଡିଓ ରିଲ ପ୍ରସ୍ତୁତ କରୁଥିବା ଯ଼ୁବକଙ୍କୁ କେମିତି ପିଟିଲା ଚଳନ୍ତା ଟ୍ରେନ୍ – ରିଲ୍ କରିବା ମହଙ୍ଗା ପଡିଲା

ହାଇଦ୍ରାବାଦ – ଆଜିକାଲି ସମାଜର ଅନେକ ଲୋକ ସୋସିଆଲ ମିଡିଆରେ ପ୍ରସିଦ୍ଧି ପାଇବା ପାଇଁ ଜୀବନକୁ ପାଣିଛଡାଇ ଦେଉଛନ୍ତି । ଏମିତି ଏକ ଘଟଣା ତେଲେଙ୍ଗାନାରେ ଦେଖିବା ପାଇଁ ମିଳିଛି । ଏବେ ବିଭିନ୍ନ ସୋସିଆଲ୍ ମିଡିଆରେ ଏମତି ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ମୋବାଇଲ୍ ଭିଡିଓ ପ୍ରସ୍ତୁତ କରୁଥିବା ଯୁବକଙ୍କୁ ଟ୍ରେନ ଇଂଜିନ ଧକ୍କା ଦେଉଥିବା ଦେଖିବା ପାଇଁ ମିଳୁଛି ।

- Advertisement -

ତେଲେଙ୍ଗାନାରପା ହନୁମାକୋଣ୍ଡା ଜିଲ୍ଲାର କାଜିପେଟ ରେଳ ଷ୍ଟେସନ୍ ନିକଟରେ ଏହି ଯୁବକ ଜଣଙ୍କ ରିଲ ପ୍ରସ୍ତୁତ କରୁଥିଲେ । ଏତିକି ବେଳେ ପଛରକୁ ଆସୁଥିବା ଏକ ଟ୍ରେନର ଇଂଜିନ ତାଙ୍କୁ ଧକ୍କା ଦେଇଥିଲା ।ସୌଭାଗ୍ୟବଶତଃ ସେ ବାହର ପଟକୁ ଛିଟିକି ପଡିଥିଲେ ।

ତାଙ୍କ ମୁଣ୍ଡ ଗୋଡ ଏବଂ ହାତରେ ଗଭୀର ଆଘାତ ଲାଗିଥିଲା । ସେଠାରେ କାମ କରୁଥିବା ରେଳ ବିଭାଗର କିଛି କର୍ମଚାରୀ ତାଙ୍କୁ ଉଦ୍ଧାର କରି ତୁରନ୍ତ ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।

ଏବେ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ସୂଚନା ମିଳିଛି ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories