www.samajalive.in
Monday, December 15, 2025
24.1 C
Bhubaneswar

ଗାଁର ତିନି ଦିଗକୁ ଘେରି ରହିଛି ଇନ୍ଦ୍ରାବତୀ ଜଳଭଣ୍ଡାର କିନ୍ତୁ ପାନୀୟ ଜଳ ପାଇଁ ସମସ୍ୟାରେ କଣାସୁକଲି

କଲମପୁର: ଗାଁ ର ତିନି ଦିଗକୁ ଘେରି ରହିଛି ଇନ୍ଦ୍ରାବତୀ ଜଳ ଭଣ୍ଡାର। ଏହି ଜଳ ଭଣ୍ଡାର ନିର୍ମାଣ ପାଇଁ ଗାଁର ଅନେକ ଲୋକଙ୍କ ଭିଟାମାଟି ଲୀନ ହେଇ ସାରିଛି। ଜମି ହରାଇ ସର୍ବହରା ହେଇଛନ୍ତି ଗାଁ ଲୋକ। ଏପରିକି ଦୃତ ଗଉଡ ଜଳ ଭଣ୍ଡାରରେ ନିଜ ସ୍ତ୍ରୀ କମଳାକୁ ହରାଇଥିବା ବେଳେ ଇନ୍ଦ୍ର ଗଉଡ ନିଜ ୮ ବର୍ଷିୟ ପୁଅ ମଳୟକୁ ହରାଇଛି। କିନ୍ତୁ ଏହି ତ୍ୟାଗୀ ମଣିଷ ଆଶା ରଖିଛି ନିଜ ଭବିଷ୍ୟତ ବଂଶଧରଙ୍କ ପାଇଁ। ସେମାନଙ୍କ ପାଇଁ ତିଆରି ହେବ ରାସ୍ତା, ତିଆରି ହେବ ପୋଲ, ପୁଣି ସ୍କୁଲ କଲେଜ। କିନ୍ତୁ ଏଠି ସବୁ ସପନ। ସବୁଠାରୁ ପରିତାପର ବିଷୟ ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ପାଣି ଲହଡି ମାରୁଥିବା ବେଳେ ତାର କୂଳରେ ଥିବା ଏହି କଣାସୁକଲି ଗ୍ରାମବାସୀ ପାନୀୟ ଜଳ ଟିକକ ପାଇବା ପାଇଁ ନଳକୁଅ ନିଟରେ ନିଜ ନିଜ ମଧ୍ୟରେ ବଚସା ହେବାକୁ ବାଧ୍ୟ ହେଉଛନ୍ତି।

ଝଡିଆ ପରଜା, ଆଦିବାସୀ କନ୍ଧ, ଲୋହରା, କୁମ୍ଭାର, ଓ ଗଉଡ ସମ୍ପ୍ରଦାୟର ପ୍ରାୟ ୧୫୦ ପରିବାରର ୬ଶହ ଜନ ସଂଖ୍ୟା ଥିବା ଏହି ଗାଁ ଲୋକଙ୍କ ପାଇଁ ରହିଛି ୩ ଗୋଟି ନଳକୁଅ କିନ୍ତୁ ଅନେକ ସମୟରେ ଏହି ନଳକୁଅ ଅଚଳ ରହୁଛି। ଯେଉଁଥିପାଇଁ ପାନୀୟ ଜଳ ସମସ୍ୟା ରହୁଛି ଗାଁ ବାସୀଙ୍କ ପାଇଁ। ତେଣୁ ଏଠାରେ ଏକ ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ ସ୍ଥାପନ ପାଇଁ ଗ୍ରାମର ବଳଦେବ ଗଉଡ ଦାବି କରିଛନ୍ତି।

- Advertisement -

ଗାଁ ବାସୀଙ୍କ ମୁଖ୍ୟ ଜିବୀକା ଚାଷ। କିନ୍ତୁ ଏବେ ଗାଁର ୮୦ ପ୍ରତିଶତ ଚାଷ ଜମି ଜଳଭଣ୍ଡାର ମଧ୍ୟରେ ଲୀନ ହେଇ ସାରିଛି। ଦିନେ ସୋରିଷ ଫୁଲରେ ହଳଦି ରଙ୍ଗ ମାଖିଥିବା ଗାଁ ଆଜି ଖାଁ ଖାଁ। ମାଣ୍ଡିଆ ଚାଷରେ ହସୁଥିବା କ୍ଷେତ ଏବେ ଜଳମଗ୍ନ। ଯାହା କିଛି ବଞ୍ଚିଛି ସେଥିରେ କେବଳ ମକା ଚାଷ କରନ୍ତି ଗ୍ରାମବାସୀ। କିନ୍ତୁ ଏହି ମକା ବିକ୍ରି ପାଇଁ ସଠିକ ବଜାର ବ୍ୟବସ୍ଥା ନ ଥିବାରୁ ଲୋକେ ଏବେ ଶୋଷଣର ଶିକାର। ପନିପରିବା ଚାଷ ପାଇଁ ଆଗ୍ରହୀ ଥିଲେ ମଧ୍ୟ ଜଳ ସେଚନ ବ୍ୟବସ୍ଥା ନ ଥିବାରୁ ଗ୍ରାମବାସୀ ଅସହାୟ। ଜଳଭଣ୍ଡାର ମାଧ୍ୟମରେ ଅନ୍ୟର କ୍ଷେତକୁ ପାଣି ଯୋଗାଉଥିବା ଅଞ୍ଚଳବାସୀ ଏବେ ନିଜେ ମରୁଡି ପ୍ରପୀଡିତ। ଏହାର ସମାଧାନ କରିବାକୁ ହେଲେ ଜଳ ଭଣ୍ଡାର ମଧ୍ୟରେ କିଛି ଉଠା ଜଳସେଚନ ବ୍ୟବସ୍ଥା କରାଗଲେ ଗ୍ରାମବାସୀ ଉପକୃତ ହୋଇପାରନ୍ତେ।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories