nua o banner

ଆଜି ୱାର୍ଣ୍ଣର-ରାହୁଲ ମୁହାଁମୁହିଁ

BJD Bijuli 480×75 Mob

ମୁମ୍ବଇ: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଚଳିତ ସଂସ୍କରଣରେ ବୁଧବାର ୨ଟି ମ୍ୟାଚ ଖେଳାଯିବ। ଚେନ୍ନଇର ଚେପକ୍‌ ଷ୍ଟାଡ଼ିୟମରେ ପଞ୍ଜାବ କିଙ୍ଗ୍‌ସ ଓ ସନରାଇଜର୍ସ ହାଇଦରାବାଦକୁ ଭେଟିବାକୁ ଥିବା ବେଳେ ମୁମ୍ବଇର ୱାଙ୍ଖେଡେ ଷ୍ଟାଡ଼ିୟମରେ ଚେନ୍ନଇ ସୁପର କିଙ୍ଗ୍‌ସ ଓ କଲକାତା ନାଇଟ୍‌ ରାଇଡର୍ସ ମୁହାଁମୁହିଁ ହେବେ। ଉଭୟ ଦଳ ସିଜିନର ୪ର୍ଥ ଲିଗ୍‌ ମ୍ୟାଚ ଖେଳିବେ। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧିନ ଚେନ୍ନଇ ସୁପର କିଙ୍ଗ୍‌ସ ପ୍ରଥମ ମ୍ୟାଚ୍‌ ହାରିବା ପରେ ୨ୟ ମ୍ୟାଚରେ ଦୃଢ଼ତାର ସହ ପ୍ରତ୍ୟାବର୍ତ୍ତନ କରିଛି। ଏହା ୩ଟି ମ୍ୟାଚରୁ ୨ଟି ବିଜୟ ଓ ଗୋଟିଏ ପରାଜୟ ସହ ୪ ପଏଣ୍ଟ ପାଇଛି। ବୋଲିଂରେ ଏହା ଭଲ ପ୍ରଦର୍ଶନ କରୁଥିବା ବେଳେ ବ୍ୟାଟିଂରେ ଦୁର୍ବଳତା ଦେଖିବାକୁ ମିଳିିଛି।

ମୋଇନ୍ ଅଲୀଙ୍କ ଅଲ୍‌ରାଉଣ୍ଡର ପ୍ରଦର୍ଶନ ଦଳକୁ ଶକ୍ତିଶାଳୀ କରିଥିବା ବେଳେ ସୁରେଶ ରୈନା, ଫ୍ଲାଫ ଡୁ ପ୍ଲେସି ପ୍ରମୁଖ ରନ୍ କରୁଥିବା ବେଳେ ଋତୁରାଜ ଗାଏକ୍‌ୱାଡ୍‌, ଧୋନି ଓ ଅମ୍ବତି ରାୟୁଡୁ ପ୍ରମୁଖ ବିଫଳ ହେଉଛନ୍ତି। ବୋଲିଂରେ ଦୀପକ ଚହର, ରବୀନ୍ଦ୍ର ଜାଡେଜା, ମୋଇନ୍‌, ଡ୍ୟାରେନ୍ ବ୍ରାଭୋ ଓ ସାର୍ଦୁଳ ଠାକୁର ପ୍ରମୁଖ ଭଲ ପ୍ରଦର୍ଶନ କରୁଛନ୍ତି। ଇଓନ ମୋର୍ଗାନଙ୍କ ନେତୃତ୍ବାଧିନ କଲକାତା ନାଇଟ୍‌ ରାଇଡର୍ସ ପ୍ରଥମ ମ୍ୟାଚରେ ବିଜୟ ପରେ ଶେଷ ୨ଟି ମ୍ୟାଚରେ ପରାଜିତ ହୋଇଛି। ବୋଲିଂରେ ରସେଲ ୬ଟି, ପ୍ୟାଟ୍‌ କମିନ୍‌ସ ୪ଟି, ପ୍ରସିଦ୍ଧ କ୍ରିଷ୍ଣା, ବରୁଣ ଚକ୍ରବର୍ତ୍ତୀ ପ୍ରମୁଖ ଭଲ ପ୍ରଦର୍ଶନ କରୁଥିବା ବେଳେ ବ୍ୟାଟିଂରେ ଦୁର୍ବଳତା ଦେଖିବାକୁ ମିଳିଛି। ନୀତୀଶ ରାଣାଙ୍କ ୧୫୫ ରନକୁ ବାଦ୍‌ ଦେଲେ ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନ ସେଭଳି ଉଲ୍ଲେଖନୀୟ ପ୍ରଦର୍ଶନ କରି ପାରିନାହାନ୍ତି। ରାହୁଲ ତ୍ରିପାଠୀ ଗୋଟିଏ ଅର୍ଦ୍ଧଶତକ ହାସଲ କରିଥିବାବେଳେ ଦିନେଶ କାର୍ତ୍ତିକ, ମୋର୍ଗାନ, ରସେଲ ନିୟମିତ ବିଫଳ ହେଉଛନ୍ତି। ଦଳ ୨ଟି ମ୍ୟାଚରେ ପରାଜିତ ପରେ ବିଜୟଧାରାକୁ ଫେରିବା ନେଇ ଉଦ୍ୟମ କରିବ।

ଡେଭିଡ୍‌ ୱାର୍ଣ୍ଣରଙ୍କ ନେତୃତ୍ବାଧିନ ସନରାଇଜର୍ସ ହାଇଦରାବାଦ୍‌ ଏକମାତ୍ର ଦଳ; ଯିଏ କି ଚଳିତ ସିିିଜିନରେ ଏପର୍ୟ୍ୟନ୍ତ ପଏଣ୍ଟ ଖାତା ଖୋଲି ପାରିନାହିଁ। ଏହା ୩ଟି ମ୍ୟାଚ ଖେଳି ସବୁଥିରେ ପରାଜିତ ହୋଇଛି। ମୁମ୍ବଇ ଓ ବାଙ୍ଗାଲୋର ବିପକ୍ଷରେ ବିଜୟର ନିକଟତର ଥାଇ ମଧ୍ୟ ପରାଜିତ ହୋଇଛି। ବ୍ୟାଟିଂରେ ଦଳର ଦୁର୍ବଳତା ବହୁତ ରହିଛି। ୱାର୍ଣ୍ଣର ଓ ଜନି ବେୟାରଷ୍ଟୋ, ମନୀଷ ପାଣ୍ଡେ ରନ୍ କରୁଥିଲେ ମଧ୍ୟ ଲମ୍ବା ଇନିଂସ ଖେଳିବାରେ ବିଫଳ ହେଉଛନ୍ତି। ବୋଲିଂରେ ଦଳ ନିୟମିତ ଭାବେ ଭଲ ପ୍ରଦର୍ଶନ କରୁଛି। ଭୁବନେଶ୍ବର କୁମାର, ଖଲିଲ ଅହମ୍ମଦ, ମୁଜିବ୍‌ ଉର୍‌ ରହମାନ୍‌, ରସିଦ୍‌ ଖାଁ ଓ ବିଜୟ ଶଙ୍କର ପ୍ରମୁଖ ଭଲ ପ୍ରଦର୍ଶନ କରୁଛନ୍ତି। ଦଳ ପଞ୍ଜାବ କିଙ୍ଗ୍‌ସ ବିପକ୍ଷରେ ବ୍ୟାଟିଂକୁ ସୁଧାରି ପଏଣ୍ଟ ଖାତା ଖୋଲିବା ନେଇ ଲକ୍ଷ୍ୟ ରଖିଛି। ଲୋକେଶ ରାହୁଲଙ୍କ ନେତୃତ୍ବାଧିନ ପଞ୍ଜାବ କିଙ୍ଗ୍‌ସ ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍‌ସକୁ ପରାସ୍ତ କରିଥିବାବଳେ ୨ୟ ମ୍ୟାଚରେ ଚେନ୍ନଇ ସୁପର କିଙ୍ଗ୍‌ସ ଓ ୩ୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍‌ସ ନିକଟରୁ ପରାଜିତ ହୋଇଛି।

ଦିଲ୍ଲୀ ବିପକ୍ଷରେ ଓପ୍‌ନର ମୟଙ୍କ ଅଗ୍ରୱାଲ ୬୯ ରନର ଇନିଂସ ଖେଳି ଫର୍ମକୁ ଫେରିଛନ୍ତି। ରାହୁଲ ଓ ଦୀପକ ହୁଡା ଗୋଟିଏ ଲେଖାଏଁ ଅର୍ଦ୍ଧଶତକ ହାସଲ କରିଥିବା ବେଳେ କ୍ରିସ ଗେଲ୍‌, ନିକୋଲାସ ପୁରନ, ଶାହାରୁଖ ଖାଁ ବଡ ଇନିଂସ ଖେଳିବାରେ ବିଫଳ ହୋଇଛନ୍ତି। ପଞ୍ଜାବର ବୋଲର ମଧ୍ୟ ଭଲ ପ୍ରଦର୍ଶନ କରିନାହାନ୍ତି। ମହମ୍ମଦ ସାମି ମହଙ୍ଗା ସାବ୍ୟସ୍ତ ହେବା ଦଳକୁ ଚିନ୍ତାରେ ପକାଇଛି। ସନରାଇଜର୍ସ ବିପକ୍ଷ ମ୍ୟାଚରେ ପଞ୍ଜାବ ବିଜୟଧାରାକୁ ଫେରିବା ଲକ୍ଷ୍ୟ ରଖିଛି।

Comments are closed.