www.samajalive.in
Sunday, December 7, 2025
14.1 C
Bhubaneswar

ଭିସୁଟ୍‌‌ ଦ୍ୱାରା ନିର୍ମିତ ପ୍ରଥମ ଇଲେକ୍‌‌ଟ୍ରିକ୍‌‌ ଯାନକୁ ଅଭୂତପୂର୍ବ ସଫଳତା

ବୁର୍ଲା: ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌‌)ର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନିର୍ମିତ ପ୍ରଥମ ଇଲେକ୍‌‌ଟ୍ରିକ୍‌‌ ଯାନ (ଇଭି) ଫର୍ମୁଲା ଇମ୍ପେରିଏଲ ପ୍ରତିଯୋଗିତାର ଅଭୂତପୂର୍ବ ସଫଳତା ପାଇଛି। ଭିସୁଟ୍‌‌ର ଏହି ଇଭି ଯାନ ଦ୍ରୁତ ଗତି ଓ ଇଭି ବର୍ଗରେ ପ୍ରଥମ ଏବଂ ସାମଗ୍ରିକ ଭାବେ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରିଛି। ଜେକେ ଟାୟାର୍ସ ପ୍ରାୟୋଜିତ ତଥା ଗଲଗୋଟିଆସ ବିଶ୍ୱବିଦ୍ୟାଳୟ ଏବଂ ବୁଦ୍ଧ ଇଣ୍ଟରନେସନାଲ ସାର୍କିଟ୍‌‌ର ସହ ପ୍ରଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭିସୁଟ୍‌ର ଇଭି କାର ପ୍ରତିଯୋଗିତାର ବିଭିନ୍ନ ମାନଦଣ୍ଡକୁ ସଫଳତାର ପାରି କରିପାରିଛି। ଫର୍ମୁଲା ଇମ୍ପେରିଏଲ ପ୍ରତିଯୋଗିତାର ସଫଳତା ପରେ ବର୍ତ୍ତମାନ ଫର୍ମୁଲା ଭାରତ କାର୍ଯ୍ୟକ୍ରମ ଏବଂ ଜିଉସ୍‌‌-୧.୦ରେ ଅଂଶଗ୍ରହଣ କରିବା ପାଇଁ ଭିସୁଟ୍‌‌ର ଇଭିକୁ ପ୍ରସ୍ତୁତ କରାଯାଉଛି। କାର୍ଯ୍ୟକ୍ରମରେ ସାମିଲ ୨୫ ଜଣିଆ ଦଳରେ ରାଜୀବ ଲୋଚନ ସିଂ(ଅଧିନାୟକ), ସାନ୍ନିଧ୍ୟ ସୋନି (ଚେସିସ୍‌‌ ମୁଖ୍ୟ) ଥିବା ବେଳେ ନିହାରରଞ୍ଜନ ପୁରୋହିତ, ଶୁଭଶ୍ରୀ ନାୟକ, ଜ୍ୟୋତିରାଦିତ୍ୟ ସାହୁ, ବିଶ୍ୱଜିତ୍‌‌ ମହାନ୍ତି, ଦୀପ୍ତେଶ ରଞ୍ଜନ ସିଂ, ଓମ୍‌‌ ପ୍ରକାଶ ସାହୁ (ଉପଅଧିନାୟକ), ଅମରନାଥ ମହାରଣା, ଶ୍ରଦ୍ଧାନନ୍ଦ ନାୟକ, ଅର୍ପଣ କୁମାର ରାଉତରାୟ, ସୌରଭ ରଞ୍ଜନ ବେହେରା, ସତ୍ୟବ୍ରତ ସାହୁ, ଅଭିଷେକ ସାବତ, ଜନ୍ମେଜୟ ଜେନା, ବି ମିଲନ ପୃଷ୍ଟି, ବିଷ୍ଣୁ ପ୍ରସାଦ ସାହୁ, ସୌମ୍ୟ ସାଶ୍ୱତୀ ସାହୁ, ଅନିନ୍ଦିତା ପତି, ଗିରିଜା ମେହେର, ଶାକମ୍ବରୀ ସାହୁ, ସ୍ୱୟଂ କୁମାର ହୋତା, ଜଟାଧାରୀ ସାହୁ, ସୌମ୍ୟରଞ୍ଜନ ବିଶ୍ୱାଳ, ପିଟର ଟପ୍ପୋ ପ୍ରମୁଖ ସାମିଲ ଥିଲେ। ଏହି ଦଳ ଇଭି ବୈଷୟିକ ଯାଞ୍ଚ, ବ୍ରେକ ପରୀକ୍ଷା, ସହନଶକ୍ତି ପରୀକ୍ଷଣ ଆଦିରେ ଭଲ ମାର୍କ ପାଇଥିବା ​ବେଳେ ଶେଷ କାର୍ଯ୍ୟକ୍ରମ ‘ଏଡଭେଞ୍ଚରସ୍‌ ରନ’ରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଥିଲା।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories