www.samajalive.in
Monday, December 15, 2025
24.1 C
Bhubaneswar

ଚାଲିଛି ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍‍ ଗଣତି

ଭୁବନେଶ୍ୱର: ରାଜ୍ୟରେ ଚାଲିଛି ପଞ୍ଚାୟତ ନିର୍ବାଚନ ଭୋଟ୍‍ ଗଣତି। ଅଜି ସକାଳ ୮ଟାରୁ ଦ୍ଵିତୀୟ ପର୍ୟ୍ୟାୟ ଭୋଟ ଗଣତି ଆରମ୍ଭ ହୋଇଛି। ୩୦୭ ଜିଲ୍ଲା ପରିଷଦ ଜୋନରେ ଚାଲିଛି ଭୋଟ୍‍ ଗଣତି କାର୍ଯ୍ୟ। ଫେବ୍ରୁଆରୀ ୨୮ ଅର୍ଥଶତ ଆସନ୍ତାକାଲି ଭୋଟ୍‍ ଗଣତି କାର୍ଯ୍ୟ ଶେଷ ହେବ। ଗଣତି କେନ୍ଦ୍ରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗଣତି ଚାଲିଥିବା ବେଳେ, ମୋଟ ୧ ଲକ୍ଷ ୫୬ ହଜାର ୭୫୩ ଓ୍ୱାର୍ଡ ମେମ୍ବର, ୩୨ ହଜାର ୮୬୦ ସରପଞ୍ଚ, ୨୭ ହଜାର ୩୪ ସମିତି ସଭ୍ୟ ଓ ୩ ହଜାର ୩୩୯ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଗତକାଲି ଭୋଟ୍‍ ଗଣତିର ପ୍ରଥମ ଦିନରେ ୩୧୫ ଜୋନରେ ଭୋଟ୍‍ ଗଣତି ହୋଇଥିଲା। ସେଥିମଧ୍ୟରୁ ୨୫୬ ଜୋନର ଫଳାଫଳ ପ୍ରକାଶ ପାଇଛି। ବିଜେଡି ସର୍ବାଧିକ ଆସନ ହାତେଇଥିବା ଦେଖିବାକୁମିଲିଛି। ୨୫୬ ଜୋନରୁ ବିଜେଡି ୨୩୦ ଜୋନରେ ବିଜୟୀ ହୋଇଛି। ସେହିପରି କଂଗ୍ରେସ ୧୨ଟି ଓ ବିଜେପି ୧୦ଟି ଜୋନରେ ବିଜୟୀ ହୋଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories