ଏଥର ଭବାନୀପାଟଣା ପର୍ଯ୍ୟନ୍ତ ଚାଲିବ ବିଶାଖାପାଟଣା-ରାୟଗଡ଼ା-ବିଶାଖାପାଟଣା ପାସେଞ୍ଜର ସ୍ବତନ୍ତ୍ର ରେଳ

ଭୁବନେଶ୍ବର, : ବିଶାଖାପାଟଣା-ରାୟଗଡ଼ା-ବିଶାଖାପାଟଣା ପାସେଞ୍ଜର ସ୍ବତନ୍ତ୍ର ରେଳ ଭବାନୀପାଟଣା ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଛି। ଏହି ରେଳ ନିୟମିତ ସେବା ବିଶାଖାପାଟଣାରୁ ଡିସେମ୍ବର ୨୭ରୁ ଏବଂ ଭବାନୀପାଟଣାରୁ ଡିସେମ୍ବର ୨୮ରୁ ଚଳାଚଳ କରିବ। ଉଭୟ ପାର୍ଶ୍ୱରୁ ବିଶାଖାପାଟଣା ଏବଂ ରାୟଗଡ଼ା ମଧ୍ୟରେ ଏହି ରେଳ ପାଇଁ ସ୍ଥିରୀକୃତ ସମୟ ସାରଣୀ ଏବଂ ରହଣି ଷ୍ଟେସନ ଅପରିବର୍ତ୍ତିତ ରହିବ।

ରେଳ ନମ୍ବର ୦୮୫୦୪ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ସ୍ବତନ୍ତ୍ର ରାୟଗଡାରେ ଏହାର ନିର୍ଦ୍ଧାରିତ ସମୟ ରାତି ୧୦ଟା ସମୟରେ ପହଞ୍ଚିବା ପରେ ଏହା ରାତି ୧୦ଟା ୫ମିନିଟରେ ଭବାନୀପାଟଣା ଅଭିମୁଖେ ଯାତ୍ରା କରିବ। ଏହା ରାତି ୧୨ଟା ୪୫ମିନିଟରେ ଭବାନୀପାଟଣାରେ ପହଞ୍ଚିବ। ଫେରିବା ମାର୍ଗରେ ରେଳ ନମ୍ବର ୦୮୫୦୩ ଭବାନୀପାଟଣା-ବିଶାଖାପାଟଣା ପାସେଞ୍ଜର ସ୍ବତନ୍ତ୍ର ରେଳ ଭବାନୀପାଟଣାରୁ ରାତି ୧୦ଟା ୧୫ମିନିଟ୍‌ରେ ଛାଡ଼ି ଭୋର୍‌ ୫ଟା ୩୫ମିନିଟ୍‌ରେ ରାୟଗଡ଼ାରେ ପହଞ୍ଚିବ। ସମ୍ପ୍ରସାରଣ ମାର୍ଗରେ ଏହି ରେଳ ରାୟଗଡ଼ା ଓ ଭବାନୀପାଟଣା ମଧ୍ୟରେ ସିଙ୍ଗାପୁର ରୋଡ଼, ଥେରୁବାଲି, ବିଷମକଟକ, ମୁନିଗୁଡ଼ା, ଦୋଇକାଲୁ, ଅମ୍ବାଦୋଳା, ଲାଞ୍ଜିଗଡ଼ ରୋଡ଼, ଜି ରାମଚନ୍ଦ୍ରପୁର ପାସେଞ୍ଜର ହଲ୍ଟ ଏବଂ ଦେପୁର ଷ୍ଟେସନଗୁଡ଼ିକରେ ରହଣି କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

 

#samaja #Latest_Odisha_News, #LiveUpdates , #National_News_In_Odia, #WeatherUpdates

#samajalive #samaja #odiasamaja


HTML

Comments are closed.