ଜାଣନ୍ତୁ ଭିସା କେତେ ପ୍ରକାରର ଓ କାହାର ଅବଧି କେତେଦିନ

0

ନୂଆଦିଲ୍ଲୀ : ସାଧାରଣରେ ଲୋକମାନଙ୍କ ମଧ୍ୟରେ ଭିସା ସମ୍ପର୍କିତ ସୂଚନା ଓ ତଥ୍ୟର ଅଭାବ ଦେଖିବାକୁ ମିଳୁଛି। ଭାରତରେ କେତେ ପ୍ରକାର ଭିସା ସେବା ଉପଲବ୍ଧ ଅଛି ବୋଲି କେହି ପ୍ରଶ୍ନ କଲେ ଅନେକ ଲୋକ ୩ କିମ୍ବା ୪ ପ୍ରକାର ଭିସା ସମ୍ପର୍କରେ କହିପାରୁଛନ୍ତି। ଯଦି ଭିସା ଜନିତ ଆପଣଙ୍କ ଜ୍ଞାନ ସୀମିତ ତେବେ ଏହି ଖବରକୁ ପଢନ୍ତୁ ଓ ଭିସା ସମ୍ପର୍କିତ ଜ୍ଞାନର ପରିସୀମାକୁ ବଢାନ୍ତୁ।

୧- କୂଟନୀତିଜ୍ଞ ଭିସା : ଅନ୍ୟ ଦେଶର କୂଟନୀତିଜ୍ଞ/ଅଧିକାରୀ/ମିଳିତ ଜାତିସଂଘରେ କାର୍ଯ୍ୟରତ ମିଳିତ ଜାତିସଂଘର ପାସପୋର୍ଟଧାରୀ, ଭାରତରେ କାର୍ଯ୍ୟରତ ଅନ୍ତର୍ଜାତୀୟ ସଂଗଠନର ଅଧିକାରୀ ଏବଂ ତାଙ୍କ ଜୀବନ ସାଥୀ/ପିଲାଙ୍କୁ କୂଟନୀତିଜ୍ଞ/ଅଧିକାରୀ ଭିସା ପ୍ରଦାନ କରାଯାଇଥାଏ।

୨- ଟ୍ରାଂଜିଟ୍‍ ଭିସା : ଏହି ଭିସା ଅଧିରୁ ଅଧିକ ୫ ଦିନ ପର୍ଯ୍ୟନ୍ତ ମିଳିଥାଏ। ଜଣେ ବ୍ୟକ୍ତି ଗୋଟିଏ ଦେଶକୁ ଯାତ୍ରା କରୁଥିବାବେଳେ ବାଟରେ ଅନ୍ୟ କୌଣସି ଦେଶ ଦେଇ ଅତିକ୍ରମ କରିବାକୁ ଥେିଲେ ସେହି ଦେଶ ପାଇଁ ଏହି ଟ୍ରାଂଜିଟ୍‍ ଭିସା ପ୍ରଦାନ କରାଯାଇଥାଏ।

୩- ଅନ ଆରାଇଭାଲ ଭିସା : ଏହି ଭିସା କୌଣସି ଦେଶରେ ପହଞ୍ଚିବା ପରେ ସଙ୍ଗେ ସଙ୍ଗେ ଜାରି କରାଯାଇଥାଏ। ବନ୍ଧୁ ରାଷ୍ଟ୍ର ପର୍ଯ୍ୟଟନ ଓ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ଅନ ଆରାଇଭାଲ ଭିସା ପ୍ରଦାନ କରିଥାନ୍ତି।

୪- ଟୁରିଷ୍ଟ (ପର୍ଯ୍ୟଟକ) ଭିସା : ଏହି ଭିସା କେବଳ ବୁଲିବା ପାଇଁ ପ୍ରଦାନ କରାଯାଇଥାଏ। ଏହି ଭିସା ନେଇ କୌଣସି ଦେଶକୁ ଯାତ୍ରା କଲେ ଆପଣ କୌଣସି ପ୍ରକାର ବେପାର କିମ୍ବା ବାଣିଜ୍ୟ ଜନିତ ଗତିବିଧି କିମ୍ବା କାର୍ଯ୍ୟକ୍ରମରେ ସମ୍ପୃକ୍ତ ହୋଇପାରିବେ ନାହିଁ। କେତେକ ଦେଶ ପର୍ଯ୍ୟଟକ ଭିସା ପ୍ରଦାନ କରିନଥାନ୍ତି। ପର୍ଯ୍ୟଟକ ଭିସା ବଦଳରେ ସେମାନେ ତୀର୍ଥସ୍ଥଳ ଭିସା ପ୍ରଦାନ କରିଥାନ୍ତି।

୫- ରୋଜଗାର ଭିସା : ଏହି ଭିସାର ଅବଧି ମାତ୍ର ଗୋଟିଏ ବର୍ଷ। ଏହି ଭିସା କମ୍ପାନୀ, ସଂଗଠନ, ଉଦ୍ୟୋଗ ଦ୍ୱାରା ଅନୁବନ୍ଧିତ ରୋଜଗାର ଆଧାରରେ ବରିଷ୍ଠସ୍ତରରେ ବୈଷୟିକ ବିଶେଷଜ୍ଞ, ବରିଷ୍ଠ କାର୍ଯ୍ୟକାରୀ ଅଧିକାରୀ, ପ୍ରବଦ୍ଧକ ପଦରେ ନିଯୁକ୍ତ ଲୋକଙ୍କୁ ପ୍ରଦାନ କରାଯାଇଥାଏ।

୬- ପ୍ରକଳ୍ପ ଭିସା : ପ୍ରକଳ୍ପ ଭିସା ରୋଜଗାର ଭିସା ପରିସର ମଧ୍ୟରେ ଆସିଥାଏ। ଏହି ଭିସା ଶକ୍ତି ଏବଂ ଇସ୍ତାତ କ୍ଷେତ୍ରରେ ଜଡିତ ପ୍ରକଳ୍ପରେ କାର୍ଯ୍ୟରତ ବିଦେଶୀଙ୍କୁ ପ୍ରଦାନ କରାଯାଇଥାଏ।

୭- ଛାତ୍ର ଭିସା : ଏହି ଭିସା ୫ ବର୍ଷ ପର୍ଯ୍ୟନ୍ତ କିମ୍ବା ପାଠ୍ୟକ୍ରମ ସମୟ ଶେଷ ହେବା ପର୍ଯ୍ୟନ୍ତ ପ୍ରଦାନ କରାଯାଇଥାଏ। ଏଥିପାଇଁ ଆବେଦକଙ୍କୁ ପ୍ରତିଷ୍ଠିତ ଶିକ୍ଷାସଂସ୍ଥାରେ ନାମଲେଖା ଏବଂ ଆର୍ଥିକ ସହାୟତାର ପ୍ରମାଣ ପ୍ରାଦନ କରିବାକୁ ପଡିଥାଏ।

୮-ସାମ୍ବାଦିକ ଭିସା : ଏହି ଭିସା ୬ ମାସ ପର୍ଯ୍ୟନ୍ତ ମାନ୍ୟତାପ୍ରାପ୍ତ ସାମ୍ବାଦିକ, ପେଶାଦାର ସାମ୍ବାଦିକ, ଗଣମାଧ୍ୟମ ସହ ସମ୍ପୃକ୍ତ କର୍ମଚାରୀ, ଚଳଚ୍ଚିତ୍ର ତାରକା, ରେଡିଓ ଏବଂ ଟିଭି ସଂଗଠନଗୁଡ଼ିକୁ ପ୍ରଦାନ କରାଯାଇଥାଏ। ପର୍ଯ୍ୟଟନ ଲେଖକ, ଫଟୋଗ୍ରାଫର, ଟିଭି ପ୍ରଡକ୍ସନ, ବି୍‍ଜ୍ଞାପନ, ଫ୍ୟାସନ ଏବଂ ଗ୍ଲାମର ଜଗତରେ ସମ୍ପୃକ୍ତ ଲୋକଙ୍କୁ ଏହି ଭିସା ପ୍ରଦାନ କରାଯାଇଥାଏ।

୯- ବେପାର ଭିସା : ଏହି ଭିସା ୫ ବର୍ଷ ପର୍ଯ୍ୟନ୍ତ ବୈଧ ହୋଇଥାଏ। ଉଦ୍ୟୋଗ, ବ୍ୟବସାୟୀ, ଉତ୍ପାଦ କିଣୁଥିବା ଏବଂ ବିକୁଥିବା ଲୋକଙ୍କୁ ଏହି ଭିସା ପ୍ରଦାନ କରାଯାଇଥାଏ।

prayash

୧୦- ପର୍ବତାରୋହଣ ଭିସା : ପର୍ବତାରୋହଣ ଅଭିଯାନ ପାଇଁ ଭାରତୀୟ ଅଧିକାରୀଙ୍କ ମଞ୍ଜୁରି ପରେ ଏହି ଭିସା ପ୍ରଦାନ କରାଯାଇଥାଏ।

୧୧- ସମ୍ମିଳନୀ/ସଂଗୋଷ୍ଠୀ ଭିସା : ଅନ୍ତର୍ଜାତୀୟ ସମ୍ମିଳନୀ କିମ୍ବା ସମ୍ପାନ, ସେମିନାରରେ ଯୋଗଦେବା ପାଇଁ ଏହି ଭିସା ପ୍ରଦାନ କରାଯାଇଥାଏ।

୧୨-ଅନୁସନ୍ଧାନ ଭିସା : ଦେଶରେ କୌଣସି ପ୍ରକାର ଅନୁସନ୍ଧାନ କରିବା ପାଇଁ ଏହି ଭିସା ପ୍ରଦାନ କରାଯାଇଥାଏ। ଏହି ଭିସାର ଅବଧି ୩ ବର୍ଷ କିମ୍ବା ଅନୁସନ୍ଧାନ ଶେଷ ପର୍ଯ୍ୟନ୍ତ ରହିଥାଏ। ଉଗ୍ରବାଦୀ, ଆତଙ୍କବାଦୀ କିମ୍ବା ମାଓବାଦୀ ପ୍ରଭାବିତ ଅଞ୍ଚଳକୁ ଯିବା ପାଇଁ ଏହି ଭିସା ଅନୁମତି ପ୍ରଦାନ କରିନଥାଏ।

୧୩- ଚିକିତ୍ସା ଭିସା : ଏହି ଭିସା ଭାରତରେ ପ୍ରତିଷ୍ଠିତ ଡାକ୍ତରଖାନା/ଚିକିତ୍ସାକେନ୍ଦ୍ରକୁ ଚିକିତ୍ସା ପାଇଁ ଆସୁଥିବା ଲୋକଙ୍କୁ ପ୍ରଦାନ କରାଯାଇଥାଏ। ଏହି ଭିସା ଏକ ବର୍ଷ ପର୍ଯ୍ୟନ୍ତ କିମ୍ବା ଚିକିତ୍ସା ଅବଧି ଶେଷ ହେବା ପର୍ଯ୍ୟନ୍ତ ବୈଧ ରହିଥାଏ। ରୋଗୀ ସହ ଆସୁଥିବା ସମ୍ପର୍କୀୟ ଏବଂ ପରିବାର ଲୋକଙ୍କୁ ଏହି ଭିସା ଅଧୀନରେ ସେବକ ଭିସା ପ୍ରଦାନ କରାଯାଇଥାଏ।

୧୪-ସାର୍ବଜନୀନ ଭିସା : ସାର୍ବଜନୀନ ଭିସା ଜାବତଜୀବନ ପର୍ଯ୍ୟନ୍ତ ପ୍ରଦାନ କରାଯାଇଥାଏ। ଯେଉଁ ଲୋକଙ୍କ ପାଖରେ (ଭାରତର ବିଦେଶ ନାଗରିକତା) ଓସିଆଇ କାର୍ଡ ଥିବା ଲୋକଙ୍କୁ ପ୍ରଦାନ କରାଯାଇଥାଏ।

୧୫- ବିବାହ ଭିସା : ଏହି ଭିସା ଏକ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ପ୍ରଦାନ କରାଯାଇଥାଏ। କୌଣସି ଭାରତୀୟ ଯୁବକ ଆମେରିକାର କୌଣସି ଯୁବତୀକୁ ବିବାହ କରିବାକୁ ଭାରତକୁ ଡାକିପାରେ। ଏଥପାଇଁ ଯୁବତୀକୁ ମ୍ୟାରେଜ ବା ବିବାହ ଭିସା ପ୍ରଦାନ କରାଯାଇଥାଏ।

୧୬- ସାଥୀ ଭିସା : ଅନ୍ୟ ଦେଶରେ ରହୁଥିବା କୌଣସି ଲୋକ ନିଜର ଜୀବନସାଥୀକୁ ନିଜ ପାଖକୁ ଡାକିବାକୁ ଚାହିଁଲେ ତାର ସାଥୀକୁ ଏହି ଭିସା ପ୍ରଦାନ କରାଯାଇଥାଏ।

୧୭- ପ୍ରବାସୀ ଭିସା : କୌଣସି ବ୍ୟକ୍ତି ଅନ୍ୟ ଦେଶରେ ରହିବାକୁ ଚାହୁଁଥିଲେ ତାକୁ ଏହି ଭିସା ପ୍ରଦାନ କରାଯାଇଥାଏ। ଅନ୍ୟ ଦେଶ ପ୍ରବାସୀ ଅଧିକାର ପ୍ରଦାନ କରିବାକୁ ଅନୁମତି ପ୍ରଦାନ କରିବା ପରେ ହିଁ ଏହି ଭିସା ପ୍ରଦାନ କରାଯାଇଥାଏ।

୧୮- ପେନସନ ଭିସା (ଅବସର ଭିସା) : ଏହି ଭିସା ଅଷ୍ଟ୍ରେଲିଆ ଏବଂ କେତେକ ବଛା ବଛା ଦେଶକୁ ଜାରି କରାଯାଇଥାଏ। ଅନ୍ୟ ଦେଶକୁ ଯାଇ ଆୟ କରିବାକୁ ଚାହୁଁନଥିବା ଲୋକଙ୍କୁ ଏହି ଭିସା ପ୍ରଦାନ କରାଯାଇଥାଏ। ଏଥିପାଇଁ ବ୍ୟକ୍ତିର ବୟସକୁ ଗୁରୁତ୍ୱ ପ୍ରଦାନ କରାଯାଇଥାଏ।

୧୯-କୋଟେଜି ଭିସା : ବିକାଶ ଶ୍ରେଣୀରେ ଆସୁନଥିବା ବିଦେଶୀ ସରକାର କିମ୍ବା ଅନ୍ତର୍ଜାତୀୟ ସଂସ୍ଥାର ଅଧିକାରୀଙ୍କୁ ଏହି ଭିସା ପ୍ରଦାନ କରାଯାଇଥାଏ।

Leave A Reply