www.samajalive.in
Monday, December 15, 2025
24.1 C
Bhubaneswar

କେନ୍ଦୁଝରରେ ଖୋଲିଲା ହାଇକୋର୍ଟର ଆଭାସୀ ଅଦାଲତ

କେନ୍ଦୁଝରଗଡ଼ : ଜିଲା ଓ ଦୌରାଜଜ୍‌‌ କେନ୍ଦୁଝରଙ୍କ ଅଦାଲତ ପରିସରରେ ସୋମବାର ଓଡିଶା ଉଚ୍ଚ ନ୍ୟାୟାଳୟର ଆଭାସୀ ଅଦାଲତ ଉଦ୍‌‌ଘାଟିତ ହୋଇଯାଇଛି । ଓଡିଶା ଉଚ୍ଚ ନ୍ୟାୟଳୟର ପ୍ରଶାସନିକ ବିଚାରପତି ଜଷ୍ଟିସ୍‌‌ ସଙ୍ଗମ କୁମାର ସାହୁଙ୍କ ଉପସ୍ଥିତିରେ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡ.ଜଷ୍ଟିସ୍‌‌ ଏସ୍‌‌.ମୁରଲୀଧର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଭାସୀ ମାଧ୍ୟମରେ ଏହି ଅଦାଲତକୁ ଉଦ୍‌‌ଘାଟନ କରିବା ଅବସରରେ ଏହାଦ୍ୱାରା ମହକିଲ ଖର୍ଚ୍ଚାନ୍ତ ନହୋଇ ହାତ ପାହାନ୍ତାରେ କିଭଳି ନ୍ୟାୟିକ ସେବା ପାଇପାରିବେ ସେ ସମ୍ପର୍କରେ କହିଥିଲେ । ଏହି ଅବସରରେ କେନ୍ଦୁଝର ଜିଲା ଅଦାଲତ ପରିସରରେ ସ୍ୱତନ୍ତ୍ର ଭାବେ ଗଠନ ହୋଇଥିବା ଅଭାସୀ ଅଦାଲତ ଉଦ୍‌‌ଘାଟନୀ ଅବସରରେ ଜିଲା ଓ ଦୌରାଜଜ୍‌‌ ଚିତ୍ତରଞ୍ଜନ ମହାପାତ୍ର, ରେଜିଷ୍ଟ୍ରାର ସିଭିଲ କୋର୍ଟ୍ସ ସଶ୍ମୀତା ମିଶ୍ର ଓ ଭିଜିଲାନ୍ସ ବିଚାରପତି ରଶ୍ମୀତା ଦଳେଇଙ୍କ ସମେତ ବିଭିନ୍ନ ବିିଭାଗୀୟ ବିଚାରପତି ଉପସ୍ଥିତ ଥିଲେ। ଓଡିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଜଣେ ଆସିଷ୍ଟାଣ୍ଟ ସେକ୍ସନ ଅଫିସରଙ୍କୁ ହାଇକୋର୍ଟର ଏହି ଆଭାସୀ ଅଦାଲତ ପରିଚାଳନା ପାଇଁ ନିଯୁକ୍ତି ଦିଆଯାଇଥିବା ବେଳେ ଏଣିକି ଜିଲା ଓ ଦୌରାଜଜ୍‌‌ ଅଦାଲତ ପରିସରରେ କାର୍ଯ୍ୟକ୍ଷମ ହାଇକୋର୍ଟର ଆଭାସୀ ଅଦାଲତରେ ସମସ୍ତ ବିଚାରର ଶୁଣାଣୀ କାର୍ଯ୍ୟ ହୋଇପାରିବ ବୋଲି କୁହାଯାଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories