www.samajalive.in
Monday, December 15, 2025
15.1 C
Bhubaneswar

ରାମନବମୀ ଓ ହନୁମାନ ଜୟନ୍ତୀ ପାଇଁ ଶାନ୍ତି କମିଟି ବୈଠକ

କେନ୍ଦୁଝରଗଡ଼ : ଚଳିତମାସ ୩୦ ତାରିଖ ରାମନବମୀ ଓ ଅପ୍ରେଲ ୪ ତାରିଖ ହନୁମାନ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ସାଧାରଣରେ ଶାନ୍ତି ବଜାୟ ରଖିବା ଲକ୍ଷ୍ୟରେ କେନ୍ଦୁଝର ଟାଉନ ଥାନା ପୁଲିସ ପକ୍ଷରୁ ହିନ୍ଦୁ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ବିଭିନ୍ନ ଅନୁଷ୍ଠାନର ପ୍ରତିନିଧିଙ୍କ ସହ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଦର ଏସ୍‌‌ଡିପିଓ ମହେନ୍ଦ୍ରନାଥ ମୁର୍ମୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମାଇନିଂ ରୋଡସ୍ଥିତ ରାମ ମନ୍ଦିରର ସମ୍ପାଦକ ଦେବଦତ୍ତ ସାହୁ, ଆଭାସ ଚନ୍ଦ୍ର ମହାନ୍ତି ଓ ମୁଖ୍ୟ ପୂଜକ ପରମାନନ୍ଦ ପଣ୍ଡା, ପାୱାରହାଉସ ରୋଡସ୍ଥିତ ହନୁମାନ ମନ୍ଦିର କମିଟି ସମ୍ପାଦକ ପ୍ରଜ୍ଞାଜିତ ପୃଷ୍ଟି, ଲାବଣ୍ୟଛକ ମହାବୀର ପୂଜା କମିଟିର ପ୍ରଦୀପ ବେହେରା, ଚକ୍ରଧର ହୋତା, ଚିନ୍ମୟ ମହାନ୍ତ, ଜଗନ୍ନାଥପୁର ମହାବୀର ଜୟନ୍ତୀ କମିଟିର ମନୋରଞ୍ଜନ ପାଢ଼ୀଙ୍କ ସମେତ ପୁରୁଣାବଜାର ଅଞ୍ଚଳର କେତେକ କମିଟିର ସଦସ୍ୟ ଯୋଗଦେଇ ରାମନବମୀ ଓ ହନୁମାନ ଜୟନ୍ତୀ ପୂଜା କିଭଳି ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହେବ ସେ ନେଇ ଆଲୋଚନା କରିଥିଲେ । ସେହିଭଳି ହିନ୍ଦୁଙ୍କ ଏହି ମହାନ ପର୍ବ ଯେଭଳି ଶାନ୍ତିପୂର୍ଣ୍ଣ ଭାବେ ପାଳନ ହୁଏ ସେଥିପ୍ରତି ସଂଖ୍ୟାଲଘୁ ସମ୍ପ୍ରଦାୟ ଭାଇଚାରା ବଜାୟ ରଖିବା ସହ ସାଧାରଣରେ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ କିଭଳି ବଜାୟ ରହିବ ସେଥିପ୍ରତି ଗୁରୁତ୍ୱ ଦେବାକୁ ସଦର ଏସ୍‌‌ଡିପିଓ ଶ୍ରୀ ମୁର୍ମୁ ଓ ଟାଉନ ଥାନା ଅଧିକାରୀ ସୁନୀଲ କର କେନ୍ଦୁଝର ସହରରେ ଥିବା ୩ ପ୍ରମୁଖ ମସ୍‌‌ଜିଦ୍‌‌ର କର୍ମକର୍ତ୍ତାଙ୍କ ସହଯୋଗ ଲୋଡିଥିଲେ । ସଂଖ୍ୟାଲଘୁ ସମ୍ପ୍ରଦାୟ ପକ୍ଷରୁ ୱାସିମ୍‌‌ ନାୟାର, ହବିବୁର ରହେମାନ, ମହମ୍ମଦ ମୋକିମ, ୱାସିମ୍‌‌ ବାରି ଓ ମହମ୍ମଦ ସଫିକ୍‌‌ଙ୍କ ସମେତ ବହୁ କର୍ମକର୍ତ୍ତା ଯୋଗଦେଇ କେନ୍ଦୁଝର ସହରରେ ହିନ୍ଦୁ ମୁସ୍‌‌ଲିମ୍‌‌ ମଧ୍ୟରେ ଭାଇଚାରା ସର୍ବଦା ରହିଆସିଛି ବୋଲି କହିଥିଲେ। ଟାଉନ ଥାନା ସବ୍‌‌ଇନ୍ସପେକ୍ଟର ସୁନୀଲ କୁମାର ନନ୍ଦ ବୈଠକ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ। ସୂଚନାଯୋଗ୍ୟ ଯେ, ଗତବର୍ଷ ରାମନବମୀ ଝଣ୍ଡା ଶୋଭାଯାତ୍ରାକୁ କେନ୍ଦ୍ର କରି ଯୋଡାରେ ହିନ୍ଦୁ ମୁସ୍‌‌ଲିମ ମଧ୍ୟରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ଭଳି ଅଘଟଣ ଯେଭଳି ଜିଲାରେ ଆଉ ନଘଟେ ତାହାକୁ ଆଖି ଆଗରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଭାବେ ଏଭଳି ଶାନ୍ତି କମିଟି ବୈଠକ ଆୟୋଜନ କରାଯାଇଥିବା ନେଇ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories