mission shakti banner

୧୮ ବର୍ଷ ତଳେ ଆଜିର ଦିନରେ….. ଟେଷ୍ଟ ତ୍ରିଶତକ ମାରିବାରେ ସେହ୍ବାଗ ପ୍ରଥମ ଭାରତୀୟ

nua o banner

ନୂଆଦିଲ୍ଲୀ: ଠିକ୍ ୧୮ ବର୍ଷ ତଳେ ଭାରତୀୟ କ୍ରିକେଟ୍‌ ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିଥିଲେ ବୀରେନ୍ଦ୍ର ସେହ୍ବାଗ। ଏହି ବିସ୍ଫୋରକ ଓପ୍‌ନର ପ୍ରଥମ ଭାରତୀୟ ଭାବେ ଟେଷ୍ଟ କ୍ରିକେଟ୍‌ରେ ତ୍ରିଶତକ ହାସଲ କରିଥିଲେ। ୨୦୦୪ରେ ମୁଲ୍‌ତାନ ଟେଷ୍ଟରେ ଘରୋଇ ପାକିସ୍ତାନ ବିପକ୍ଷରେ ମାର୍ଚ୍ଚ ୨୯ରେ ସେହ୍ବାଗ ୩୦୯ ରନ୍‌ କରିଥିଲେ। ଏହି ମ୍ୟାଚ୍‌ରେ ସଚିନ୍ ତେନ୍ଦୁଲକର ଅପରାଜିତ ୧୯୪ ରନ୍‌ କରିଥିଲେ। ଭାରତ ୫ ୱିକେଟରେ ୬୭୫ ରନ୍‌କରି ପ୍ରଥମ ଇନିଂସ ଘୋଷଣା କରିଥିଲା। ଇର୍ଫାନ୍ ପଠାନ୍ ଓ ଅନୀଲ କୁମ୍ବଲେଙ୍କ ବୋଲିଂ ସଫଳତା ବଳରେ ଭାରତ ଇନିଂସ ଓ ୫୨ ରନ୍‌ରେ ମ୍ୟାଚ୍‌କୁ ଜିତି ନେଇଥିଲା ।

୩୦୯ ରନ୍‌କରି ସେହ୍ବାଗ ଟେଷ୍ଟ କ୍ରିକେଟ୍‌ରେ ଭାରତ ପାଇଁ ପ୍ରଥମ ଟେଷ୍ଟ ତ୍ରିଶତକ ମାରିବା ସହ ସର୍ବାଧିକ ବ୍ୟକ୍ତିଗତ ଟେଷ୍ଟ ସ୍କୋରର୍ ହୋଇଥିଲେ। ଏହି ଇନିଂସରେ ସେହ୍ବାଗ ୩୭୫ ବଲ୍‌ରୁ ୬ଟି ଛକା ଓ ୩୯ଟି ଚୌକା ସହ ୩୦୯ ରନ୍‌ କରିଥିଲେ। ହେଲେ ଏହା ଏକ ସଂଯୋଗ ଯେ ସେହ୍ବାଗ ବ୍ୟକ୍ତିଗତ ୨ୟ ଟେଷ୍ଟ ଶତକ ମଧ୍ୟ ମାର୍ଚ୍ଚ ୨୯ରେ ହାସଲ କରିଥିଲେ; ୨୦୦୮ରେ। ଦକ୍ଷିଣ ଆଫ୍ରିକା ବିପକ୍ଷ ଚେନ୍ନଇ ଟେଷ୍ଟର ୪ର୍ଥ ଦିନରେ ସେହ୍ବାଗ ବ୍ୟକ୍ତିଗତ ୨ୟ ତ୍ରିଶତକ ହାସଲ କରିବା ସହ ନିଜର ସର୍ବାଧିକ ବ୍ୟକ୍ତିଗତ ଟେଷ୍ଟ ସ୍କୋର୍‌କୁ ଅତିକ୍ରମ କରିଥିଲେ। ଏହି ମ୍ୟାଚ୍‌ରେ ସେହ୍ବାଗ ୩୦୪ ବଲ୍‌ରୁ ୫ଟି ଛକା ଓ ୪୨ଟି ଚୌକା ସହ ୩୧୯ ରନ୍‌ କରିଥିଲେ। ୩୧୯ ରନ୍‌ ଭାରତୀୟ ଭାବେ ଟେଷ୍ଟ କ୍ରିକେଟ୍‌ରେ ସର୍ବାଧିକ ବ୍ୟକ୍ତିଗତ ‌ସ୍କୋର୍। ଅବଶ୍ୟ ପରେ ୨ୟ ଭାରତୀୟ ବ୍ୟାଟ୍‌ସମ୍ୟାନ ଭାବେ କରୁଣ ନାୟାର ଟେଷ୍ଟମ୍ୟାଚ୍‌ରେ ତ୍ରିଶତକ ହାସଲ କରିଥିଲେ। ନାୟାର ୨୦୧୬ରେ ଚେନ୍ନଇ ଟେଷ୍ଟରେ ଇଂଲଣ୍ଡ ବିପକ୍ଷ​‌େ​‌ର ଅପରାଜିତ ୩୦୩ ରନ୍‌ କରିଥିଲେ।

Comments are closed.