www.samajalive.in
Monday, December 15, 2025
24.1 C
Bhubaneswar

ସ୍ୱାଧୀନତାର ୭୨ ବର୍ଷ ପରେ ଜଳିଲା ବିଜୁଳି ଆଲୁଅ

ଖପ୍ରାଖୋଲ: ଖପ୍ରାଖୋଲ ବ୍ଲକ ଭାନପୁର ପଂଚାୟତ ଭୁର୍ଷିବାଂଜି ଗାଁରେ ସ୍ୱାଧୀନତାର ୭୨ ବର୍ଷ ପରେ ମଙ୍ଗଳବାର ବିଜୁଳି ଆଲୁଅ ଜଳିଛି। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି। ୩୦ଟି ପରିବାର ରହୁଥିବା ଏହି ଗାଁରେ ଅର୍ଦ୍ଧାଧିକ ଆଦିବାସୀ ସମାଜର ଲୋକେ ବସବାସ କରନ୍ତି। ଗାଁକୁ ବିଜୁଳି ଆଲୁଅ ସିନା ପହଂଚିଲା ହେଲେ ଆଜି ବି ମୌଳିକ ସୁବିଧାର ବହୁ ଦୂରରେ ଏହି ଗାଁକୁ ଭଲ ରାସ୍ତା ନ ଥିବାବେଳେ ଗୋଟିଏ ପଟେ ନାଳରେ ପୋଲ ହୋଇ ନ ଥିବାରୁ ଗାଁର ପିଲାମାନେ ବର୍ଷା ଦିନେ ସ୍କୁଲ ଯିବାରୁ ବଂଚିତ ହୋଇଥାନ୍ତି। ସେହିପରି ଗାଁରେ ଅଙ୍ଗନଓାଡି କେନ୍ଦ୍ର ମଧ୍ୟ ନାହିଁ। ଆଶା କର୍ମୀ ନ ଥିବାରୁ ୨ କିମି ଦୂର ତୁର୍ଲା ଗାଁର ଆଶା କର୍ମୀ ଗାଁର ସ୍ୱାସ୍ଥ୍ୟ କଥା ବୁଝନ୍ତି। ସେହିପରି ବିଦ୍ୟାଳୟ ମଧ୍ୟ ନାହିଁ।

ବିଜୁଳି ସଂଯୋଗ ପରେ ଗାଁର ସାମୁହିକ ବିକାଶ ପାଇଁ ମିଳିତ ଉଦ୍ୟମ କରିବାକୁ ଏକ ପ୍ରୟାସ ବୁଧବାର ଆରମ୍ଭ ହୋଇଛି। ଗାଁରେ ଗ୍ରାମବାସୀଙ୍କ ତରଫରୁ ଆହୁତ ଏକ କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଭ୍ୟ ବିପ୍ର ବିଶି ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ରୁପେ ଗୋଷ୍ଠି ଉନ୍ନୟନ ଅଧିକାରୀ ତରଣୀ ସୁନା, ସମ୍ମାନିତ ଅତିଥି ରୁପେ ଜିଲ୍ଲା ଯୋଜନା ବୋର୍ଡ ସଦସ୍ୟ ତଥା ଜିଲ୍ଲାପରିଷଦ ସଭ୍ୟ ସତ୍ୟନାରାୟଣ ଭୋଇ, ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ସଂଘ ମହାସଚିବ ନିରଂଜନ ବିଶି, ବଲାଙ୍ଗିର ଲୋକସଭା ସାଂସଦ ପ୍ରତିନିଧି ଅଭୟ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଗାଁର ସାମୁହିକ ବିକାଶ ପାଇଁ ଗ୍ରାମବାସୀ ସଂଗଠିତ ହେବାକୁ କହିବା ସହ ସରକାରୀ ସ୍ତରରେ ସମସ୍ତ ସହାୟତା ଯୋଗେଇଦେବାକୁ ପ୍ରତିଶୃତି ଦେଇଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories