୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଧରା ପଡିଲେ ପ୍ରଧାନ ଶିକ୍ଷକ
ଭବାନୀପାଟଣା: ଗୋଲାମୁଣ୍ଡା ବ୍ଲକ୍ ଲେତେର ତ୍ରିଶକ୍ତି ହାଇସ୍କୁଲ ପ୍ରଧାନ ଶିକ୍ଷକ କର୍ଣ୍ଣ କୁମାର ତାଣ୍ଡି ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଧରା ପଡିଛନ୍ତି। ଜଣେ ଠିକାଦାର ଜୟରାମ ସାହୁଙ୍କ ବିଲ ପାସ କରିବାକୁ ଲାଞ୍ଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ଧରିଥିଲା। ଭିଜିଲାନ୍ସ ଡିଏସପି ପ୍ରଦୀପ କୁମାର ଆଇନ୍ଦଙ୍କ ନେତୃତ୍ୱରେ ଦୁଇ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ବିଭାଗୀୟ କର୍ମଚାରୀଙ୍କ ନେତୃତ୍ୱରେ ଭିଜିଲାନ୍ସର ଦୁଇଟି ଦଳ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କ ଅଫିସ ଏବଂ ଘରେ ଚଢ଼ାଉ କରିଛନ୍ତି।
ଠିକାଦାର ଜୟରାମ ସାହୁଙ୍କ ବିଲ ପାସ କରିବାକୁ ପ୍ରଧାନ ଶିକ୍ଷକ ଶ୍ରୀ ତାଣ୍ଡିଙ୍କ ବ୍ୟାଙ୍କ୍ ଜମା ଖାତାରେ ସମ୍ପୃକ୍ତ ଠିକାଦାର ୪୦ ହଜାର ଟଙ୍କା ଜମା କରିଥିଲେ। ଶ୍ରୀ ତାଣ୍ଡି ମୋବାଇଲରେ ଠିକାଦାରକୁ ଦେଇଥିବା ମେସେଜ ଏବଂ ବ୍ୟାଙ୍କ୍ ମେସେଜକୁ ଆଧାର କରି ଭିଜିଲାନ୍ସ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ ଗିରଫ କରିଛି। ।
Comments are closed.