ବିଡିଓଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା; କେଉଁଠୁ ଆଣିଲେ କୋଟିକୋଟି ଟଙ୍କାର ସମ୍ପତ୍ତି ?
ଜଳେଶ୍ୱର: ମାପି ହେଲାନି ସରକାରୀ ବାବୁଙ୍କ ସମ୍ପତ୍ତି । କୋଟିକୋଟି ଟଙ୍କାର ସମ୍ପତ୍ତି ଦେଖି କାବା ହେଲା ଭିଜିଲାନ୍ସ । ଜବତ ସୁନା ଓ ରୁପାକୁ ଦେଖି ଟେରା ହୋଇଗଲେ ଅଧିକାରୀ । ଜଳେଶ୍ୱର ବିଡିଓ ଅଶ୍ୱିନୀ ଦାସଙ୍କ ଆଖିଖୋସା ସମ୍ପତ୍ତିର ଲମ୍ବା ତାଲିକା ଦେଇଛି ଭିଜିଲାନ୍ସ । ଏକକାଳୀନ ଭିଜିଲାନ୍ସ ଅଶ୍ୱିନୀଙ୍କ ଘର ସମେତ ୬ଟି ସ୍ଥାନରେ ଚଢ଼ାଉ କରିଛି । କେଉଁଠୁ ଆଣିଲେ ଏତେ ଟଙ୍କାର ସମ୍ପତ୍ତି ସେନେଇ ଖୋଳତାଡ଼ ଜାରି ରଖିଛି ଜିଭିଲାନ୍ସ ।
ବିଶେଷ ସୂତ୍ରରୁ ଖବର ପାଇ ଆଜି ଭିଜିଲାନ୍ସ ଟିମ୍ ପକ୍ଷରୁ ଅଶ୍ୱିନୀଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ପରେ ଭିଜିଲାନ୍ସର ତାଲିକା ସମସ୍ତଙ୍କୁ ତାଜୁବ କରିଛି । ଚଢାଉ ପରେ ମିଳିଥିବା ସମ୍ପତ୍ତିର ବିବରଣୀ ଦେଇଛି ଭିଜିଲାନ୍ସ । ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ଅଶ୍ୱିନୀଙ୍କର ୨୪ଟି ପ୍ଲଟ ଠାବ କରିଛି । ଖାଲି ସେତିକି ନୁହେଁ ଏଯାଏ ୨ କୋଟି ୩୨ ଲକ୍ଷ ଟଙ୍କାର ୨ଟି କୋଠା ଠାବ ମଧ୍ୟ ହୋଇଛି ।ତାହାଛଡ଼ା ବାବୁଙ୍କ ରହିଛି ଏକ ଇଟା କାରଖାନା । ସବୁଠାରୁ ବଡ଼ କଥା ହେଉଛି କୋଟିକୋଟି ଟଙ୍କାର ସମ୍ପତ୍ତି ମାଲିକ ବିଡିଓଙ୍କ ନିକଟରୁ ୩୩୦ ଗ୍ରାମ ସୁନା ଓ ୧ କେଜି ରୁପା ମିଳିଥିବା ବେଳେ ନଗଦ ୧ଲକ୍ଷ ୭୦ ହଜାର ଟଙ୍କା ଜବତ ହୋଇଛି । ତାହାସହ ୪ଟି ଚାରି ଟକିଆ ଗାଡି ଓ ୩ଟି ଦୁଇ ଚକିଆ ଗାଡି ମଧ୍ୟ ଠାବ ହୋଇଛି ।
Comments are closed.