www.samajalive.in
Sunday, December 7, 2025
16.1 C
Bhubaneswar

ଦେଖନ୍ତୁ ଭିଡିଓ; ସାମ୍ନାରୁ ଆସୁଥିଲା ମାଲଗାଡି, ରେଳ ଧାରଣା ପାର୍‌ କରୁଥିଲେ ମହିଳା, ହେଲେ..

ମୁମ୍ବଇ : ମହାରାଷ୍ଟ୍ରର ଜଲଗାଓଁ ରେଳ ଷ୍ଟେସନରେ ଏକ ଛାତିଥରା ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ମହିଳା ରେଳ ଧାରଣା ପାର୍‌ କରିବାକୁ ଚେଷ୍ଟା କରୁଛନ୍ତି । ମାତ୍ର ସେ ପ୍ଲାଟଫର୍ମରେ ଚଢିବା ପୂର୍ବରୁ ହିଁ ମାଲଗାଡି ଆସି ଯାଉଛି । ସୌଭାଗ୍ୟବଶତଃ ସେଠାରେ ଥିବା ରେଲୱେ ପୁଲିସଙ୍କ ତୁରନ୍ତ ଉଦ୍ଧାର ହେତୁ ମହିଳାଙ୍କ ଜୀବନ ବଞ୍ଚି ଯାଉଛି । ଏହା କୌଣସି ଚମତ୍କାର ଠାରୁ କମ୍‌ ନୁହେଁ । ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଛି।

ଆଜି ଏକାଦଶୀରେ ହେଉଛି ଅତ୍ୟନ୍ତ ଶୁଭ ସଂଯୋଗ; ଏହି ୫ ରାଶିଙ୍କ ଚମକିବ ଭାଗ୍ୟ, ହେବ ବଡ ଲାଭ..

- Advertisement -

ଭିଡିଓରେ ଦେଖିପାରିବେ,ମହିଳା ଜଣକ ପ୍ଲାର୍ଟଫର୍ମରେ ଚଢିବାକୁ ଚେଷ୍ଟା କରିବା ସମୟରେ ରେଳ ଗାଡି ସହ ଧକ୍କା ପରେ ଧାରଣାରେ ନପଡି ପ୍ଲାର୍ଟଫର୍ମ ଓ ଗାଡି ମଝିରେ ଘୋଷାଡି ହୋଇଥିଲେ । ଏହାପରେ ପୁଲିସ କର୍ମୀ ଅନେକ ଚେଷ୍ଟା କରି ତାଙ୍କୁ ପ୍ଲାର୍ଟଫର୍ମ ଉପରକୁ ଉଠାଇଥିଲେ । ଫଳରେ ମହିଳାଙ୍କ ଜୀବନ ବଞ୍ଚି ଯାଇଥିଲା। ଏହାପରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।

ନିକଟରେ ଅନ୍ୟ ଏକ ଭିଡିଓ ମଧ୍ୟ ଖୁବ୍‌ ଭାଇରାଲ ହୋଇଥିଲା । ଯେଉଁଥିରେ ରେଳ ଧାରଣାରେ ଉପରେ ଜଣେ ମହିଳାଙ୍କ ଉପରୁ ଟ୍ରେନ ଅତିକ୍ରମ କରିଥିଲା । ମାତ୍ର ମହିଳା ଜଣକ ସୁସ୍ଥ ଥିଲେ । ସେ ରେଳ ଧାରଣାରେ ଶୋଇବା ଭଳି ଦେଖାଯାଇଥିଲା । ମାଲଗାଡିର ଅନେକ ବଗି ଅତିକ୍ରମ କରିଥିଲା।

ଅଧିକ ଘୁଙ୍ଗୁଡି ମାରୁଥିଲେ ହୋଇପାରେ ଗଳା କର୍କଟ; ଜାଣନ୍ତୁ କେମିତି ଦୂର ହେବ ସମସ୍ୟା..

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories