www.samajalive.in
Monday, December 15, 2025
24.1 C
Bhubaneswar

ଉତ୍ତମ ଦିଗରେ ଝରକା ଥିଲେ ହୋଇଥାଏ ସୁଖ-ସମୃଦ୍ଧି ବୃଦ୍ଧି

ପ୍ରତ୍ୟେକ ଗୃହରେ ଝରକା ରହିବା ନିତାନ୍ତ ଆବଶ୍ୟକ। ନଚେତ୍ ଏହା ଘରର ପରିଚୟ ପାଇନଥାଏ ବୋଲି ବାସ୍ତୁବିତ୍‌ଙ୍କ ମତ। ଝରକା ସହାୟତାରେ ଘରକୁ କେବଳ ବାୟୁ ଚଳାଚଳ ଓ ଆଲୋକ ପ୍ରବେଶ ହୁଏନାହିଁ, ବରଂ ଉତ୍ତମ ଦିଗରେ ଏହା ଥିଲେ ଘରର ସୁଖ-ସମୃଦ୍ଧିରେ ସହାୟକ ହୋଇଥାଏ।

ପୂର୍ବେ ଘରର ପ୍ରତ୍ୟେକ ଝରକାଗୁଡ଼ିକୁ ପୂର୍ବ ଦିଗ ମୁହାଁ କରିବାକୁ ଯଥାସମ୍ଭବ ଚେଷ୍ଟା କରାଯାଉଥିଲା। ସୂର୍ୟ୍ୟକିରଣ ଏହା ଦ୍ବାରା କକ୍ଷରେ ପ୍ରବେଶ କରେ ଓ ଘର ଆଲୋକିତ ହୋଇଥାଏ।
ପୂର୍ବ, ପଶ୍ଚିମ ଓ ଉତ୍ତର ଦିଗରେ ଝରକା ରହିବା ଉତ୍ତମ, କିନ୍ତୁ ପୂର୍ବ ଦିଗରେ ଝରକା ଥିବା କକ୍ଷ ଅଧିକ ଶୁଭଙ୍କର। ଦକ୍ଷିଣ ଦିଗ ଯମଙ୍କ ଦିଗ, ଏହି ଦିଗରେ ଝରକା କରିବା ଉଚିତ ନୁହେଁ ବୋଲି ମତ ମିଳେ।

- Advertisement -

ଯଦିବା ଦକ୍ଷିଣ ଦିଗରେ ପୂର୍ବରୁ ଝରକା ତିଆରି ହୋଇସାରିଛି, ଏଠାରେ ପରଦା ଟାଙ୍ଗିବା ସହ ଖୁବ୍ କମ୍ ଖୋଲିବାକୁ ଚେଷ୍ଟା କରନ୍ତୁ।

ବାସ୍ତୁବିତ୍‌ଙ୍କ ମତରେ ଘରର ମୁଖ୍ୟ ଦୁଆରର ଦୁଇ ପାର୍ଶ୍ବରେ ଝରକା ରହିବା ଶୁଭ ଫଳ ପ୍ରଦାନ କରିଥାଏ।

ଏହା ମଧ୍ୟ ଧ୍ୟାନରେ ରଖିବେ ଯେ ଝରକାଗୁଡ଼ିକ ଯେପରି ଘରର ଭିତରପାଖକୁ ଖୋଲି ହେଉଥିବ। ବାହାର ପାଖକୁ ଖୋଲୁଥିବା ଘରେ ନିୟମିତ କଳିଝଗଡ଼ା, ଅଶାନ୍ତି ଲାଗି ରହୁଥିବାର ଦେଖାଯାଏ।
ସବୁବେଳେ ଯୁଗ୍ମ ସଂଖ୍ୟାରେ ଝରକା ତିଆରି କରନ୍ତୁ। ଅଯୁଗ୍ମ ସଂଖ୍ୟାର ଝରକା ଥିଲେ ତାହା ଘର ସଦସ୍ୟଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ।

ଦୈନିକ ଅତିକମ୍‌ରେ ୧୫-୨୦ ମିନିଟ୍ ଘରର ଝରକାଗୁଡ଼ିକୁ ଖୋଲା ରଖନ୍ତୁ। ଏହା ମଧ୍ୟ ଶୁଭର ପ୍ରତୀକ ଭାବେ ବିବେଚନା କରାଯାଏ।

ଘରର ଝରକା କଦାପି ଭଙ୍ଗା ଅବସ୍ଥାରେ ରଖିବା ଉଚିତ ନୁହେଁ। ଏହାସହ ଝରକା ଶବ୍ଦ କରୁନଥିବ ସେଥିପ୍ରତି ଧ୍ୟାନ ଦେବେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories