www.samajalive.in
Saturday, December 6, 2025
16.1 C
Bhubaneswar

ତହସିଲ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳରେ ଦିନକୁ ଦିନ ଜବରଦଖଲକାରୀଙ୍କ ସଂଖ୍ୟା ବୃଦ୍ଧି ପାଇ ରାସ୍ତା ଘାଟ, ସରକାରୀ ଜମି ଆଦି ଲୋକେ ମାଡ଼ି ବସିଛନ୍ତି । ଏମାନଙ୍କୁ ଉଚ୍ଛେଦ କରିବା ପାଇଁ ତହସିଲ ପ୍ରଶାସନ ଅନେକ ଦିନରୁ ପ୍ରୟାସ କରି ଆସୁଥିଲେ ମଧ୍ୟ ମାସ ମାସ ଧରି ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବାରେ ସକ୍ଷମ ହୋଇପାରି ନ ଥିଲା । ହେଲେ ବୁଧବାର ଅତାବିରା ପୁଲିସ ଥାନାଧିକାରୀ ସୁକୁମାର ତ୍ରିପାଠୀଙ୍କ ନେତୃତ୍ୱରେ ମାଜିଷ୍ଟ୍ରେଟ ଅତିରିକ୍ତ ତହସିଲଦାର ରଞ୍ଜନ ଦାସ ତଥା ଆରଆଇ ରଙ୍କମଣି ଲୁହାଙ୍କ ରିପୋର୍ଟକ୍ରମେ ଅନ୍ୟାନ୍ୟ ଅଧିକାରୀମାନଙ୍କ ଉପସ୍ଥିତିରେ ପୁଲିସ ଫୋର୍ସର ସହାୟତାରେ ତହସିଲ କାର୍ଯ୍ୟାଳୟ ନିକଟରେ ୩୦ ଡିସିମିଲ ସରକାରୀ ଜମିକୁ ଜବରଦଖଲ ଉଚ୍ଛେଦ କରିବାରେ ପ୍ରଶାସନ ସକ୍ଷମ ହୋଇଛି । ଜବର ଦଖଲ କରି ଏଠାରେ ରହୁଥିବା ୯ଟି ଘରକୁ ଦୁଇ ମାସ ପୂର୍ବରୁ ନୋଟିସ ଦିଆଯାଇଥିବା ତହସିଲ ପକ୍ଷରୁ ସୂଚନା ମିଳିଛି।

ଏଥିପାଇଁ ତହସିଲ ପ୍ରଶାସନକୁ ଲୋକେ ସାଧୁବାଦ ଦେଇଛନ୍ତି। ଏଠି ପ୍ରଶ୍ନ ଉଠୁଛି ଯେ ରେଙ୍ଗାଲି କେମ୍ପରୁ ଗୋଡ ଭଗା ପର୍ଯ୍ୟନ୍ତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ବର୍ଷ ହେଲା ଦୋକାନ ବଜାର କରି ରହିଥିବା ଜବର ଦଖଲକାରୀଙ୍କୁ କେବେ ଉଚ୍ଛେଦ କରାଯିବ ? ରାଜରାସ୍ତା ଉପରେ ବଡ ବଡ ଭଙ୍ଗା ଦଦରା ଭାରୀ ଯାନବାହନଗୁଡ଼ିକୁ ଦିନ ଦିନ ଧରି ରଖି ଦେଇ ସତେ ଯେମିତି ଭଡା ଅସୁଲି କରି ଚାଲିଛନ୍ତି। ଏପରିକି ସରକାରୀ ବାବୁମାନେ ଏହାକୁ ଦୃଷ୍ଟି ଦେଉ ନଥିବା ଯୋଗୁଁ ଟ୍ରାଫିକ ସମସ୍ୟା ତଥା ବିଭିନ୍ନ ସମୟରେ ନୂଆ ନୂଆ ଘଟଣା ସହ ବିଶୃଙ୍ଖଳିତ ପରିବେଶ ଗାଁଠୁ ସହର ଚାରିଆଡ଼େ ତହସିଲ ପ୍ରଶାସନର ଅବହେଳିତ କାର୍ଯ୍ୟ ବେଶ୍ ସାଧାରଣରେ ଅନୁମେୟ। ତେବେ ଏ ସମସ୍ତ ଜବରଦଖଲକାରୀଙ୍କୁ ଆଉ କେତେ ବର୍ଷ ପରେ ଉଚ୍ଛେଦ ହେବ ବୋଲି ସାଧାରଣରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories