www.samajalive.in
Saturday, December 6, 2025
14.1 C
Bhubaneswar

ବିଶ୍ବନାଥପୁରଠାରେ ସାଇବର ସୁରକ୍ଷା ସଂପର୍କିତ କାର୍ଯ୍ୟକ୍ରମ

ଲାଞ୍ଜିଗଡ଼ : ଓଡ଼ିଶା ପୁଲିସ ପକ୍ଷରୁ ରାଜ୍ୟବ୍ୟାପି ସାଇବର ସୁରକ୍ଷା ଅଭିଯାନ ଆରମ୍ଭ କରାଯାଇଥିବାବେଳେ କଳାହାଣ୍ଡି ପୁଲିସର ସାଇବର ସୁରକ୍ଷା ସେଲ୍ ପକ୍ଷରୁ ଜିଲ୍ଲାର ବିଭିନ୍ନ ଥାନାଞ୍ଚଳରେ ଏଇ ଅଭିଯାନକୁ ତ୍ବରାନ୍ବିତ କରାଯାଇଛି। ସାଇବର କ୍ରାଇମ୍ ସଂପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟ ନେଇ ଏକ ସାଇବର ସୁରକ୍ଷା ରଥ ଜିଲ୍ଲାର ବିଭିନ୍ନ ଥାନାଞ୍ଚଳ ପରିକ୍ରମା କରୁଛି । ଏଇକ୍ରମରେ ଆଜି ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରରେ ସାଇବର ସୁରକ୍ଷା ରଥ ପହଞ୍ଚିବା ପରେ ସ୍ଥାନୀୟ ସ୍କୁଲ, କଲେଜର ବହୁସଂଖ୍ୟକ ଛାତ୍ରଛାତ୍ରୀଙ୍କ ସହିତ ଏକ ସଚେତନତା ଶୋଭାଯାତ୍ରା ବିଶ୍ବନାଥପୁର ସହର ପରିକ୍ରମା କରିଥିଲା । ଏଇ ଶୋଭାଯାତ୍ରା ପରିକ୍ରମା କରିବା ପରେ ବିଶ୍ବନାଥପୁରସ୍ଥିତ ମାଁ ହୀରାନୀଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ରିଜର୍ଭ ଇନ୍ସପେକ୍ଟର ସୁରେଶ କୁମାର ବଳୀୟାର ସିଂହ, ସାଇବର ସେଲ୍ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା, ବିଶ୍ବନାଥପୁର ଥାନାଧିକାରୀ ମମତା ହେମ୍ବ୍ରମ, ମାଁ ହୀରାନୀଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ କଙ୍କଣ ରାୟ, ଅଧ୍ୟାପକ ଚିତ୍ତରଞ୍ଜନ ବାରିକ, ଅଧ୍ୟାପକ କିଶୋର କୁମାର ଘଡ଼େଇ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ଦିନାତିଦିନ ସମାଜରେ ଘଟିଥିବା ବିଭିନ୍ନ ଧରଣର ସାଇବର ଅପରାଧ ଓ ସେଗୁଡ଼ିକ ସଂପର୍କରେ ସତର୍କ ଓ ସଚେତନ ରହିବାକୁ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହାସହିତ ସାଇବର ଅପରାଧ ନିୟନ୍ତ୍ରଣ ଦିଗରେ ଯୁବପିଢ଼ି ଆଗେଇ ଆସିବା ପାଇଁ ସାଇବର ସେଲ୍ ଇନ୍ସପେକ୍ଟର ଶ୍ରୀମତୀ ସୁନା ଆହ୍ବାନ ଦେଇଥିଲେ । ବିଶ୍ବନାଥପୁର ଥାନା ଏଏସ୍ଆଇ ବୁଦ୍ଧିରାମ ମାଝୀ, ବୁଦ୍ଧେଶ୍ୟାମ ମାଝୀ, ହାବିଲଦାର ଯତୀନ କୁମାର ପଧାନଙ୍କ ସମେତ ବିଶ୍ବନାଥପୁର ଥାନାର କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories