www.samajalive.in
Saturday, December 6, 2025
16.1 C
Bhubaneswar

ବନ ବିଭାଗ ଚଢାଉ; ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଓ ଫର୍ଣ୍ଣିଚର ଜବତ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବନ ବିଭାଗ ଦ୍ୱାରା ବାଲଦାଶ ଗ୍ରାମରୁ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଏବଂ ଫର୍ଣ୍ଣିଚର ଜବତ କରିଛି। ଜବତ ଆସାମୀକୁ ଗିରଫ କରି ନ ଥିବା ବେଳେ ଏକ ୟୁଡି କେସ ମାମଲା ରୁଜୁ କରିଥିବା ବନ ବିଭାଗଠାରୁ ପ୍ରକାଶ।

ମିଳିଥିବା ସୂଚନା ଅନୁସାରେ, କଣ୍ଟାବାଞ୍ଜି ଥାନା ଧାମାନଡଙ୍ଗା ପଂଚାୟତ ବାଲଦାସ ଗ୍ରାମର ଏକ ଘରୁ ୯ ସି.ଏଫ.ଟି. ଶାଗୁଆନ କାଠରୁ ଅର୍ଦ୍ଧନିର୍ମିତ ପଲଙ୍କ, ଏବଂ ଅନ୍ୟାନ୍ୟ ଜିନିଷ ଜବତ କରିଛି। ଜବତ ଘରୁ ଆସାମୀ ଫେରାର ଥିବା ବେଳେ ତାକୁ ଗିରଫ କରାଯାଇ ନାହିଁ। ଏହି ଚଢାଉରେ କଣ୍ଟାବାଞ୍ଜି ରେଂଜର ଶ୍ରଦ୍ଧାଦେବ ବଡମାଲି, ଫରେଷ୍ଟର କାମେଶ୍ୱର ତାଣ୍ଡି, କିର୍ତିଚନ୍ଦ୍ର ସୁଆର, ସୁନିଲ ଛତ୍ରିଆ, ଫରେଷ୍ଟ ଗାର୍ଡ ନପ ହରପାଲ, ପ୍ରଦିପ ମାଝି, ପରମାନ୍ଦ ମାଝି, ସପ୍ତଶ୍ୱିନି ହେର୍ଣ୍ଣା, କୃଷ୍ଣଚନ୍ଦ୍ର ବନଛୋର, ସହ ପାରା ପ୍ରୋଟେକ୍‌‌ସନ ଫୋର୍ସ ସାମିଲ ଥିଲେ। କଣ୍ଟାବାଞ୍ଜି ବନ ବିଭାଗ ୟୁଡି କେସ ନଂ. ୪/୨୦୨୩-୨୪ ରୁଜୁ କରି ଅଧିକ ତଦନ୍ତ ଚାଲୁଥିବା ରେଞ୍ଜର ବଡମାଲିଙ୍କଠାରୁ ପ୍ରକାଶ।

- Advertisement -

 

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories