www.samajalive.in
Monday, December 8, 2025
14.1 C
Bhubaneswar

ପୂର୍ବ ଦିଗରେ ଝରକା ଥିବା କକ୍ଷ ଅଧିକ ଶୁଭଙ୍କର

ପ୍ରତ୍ୟେକ ଗୃହରେ ଝରକା ରହିବା ନିତାନ୍ତ ଆବଶ୍ୟକ। ନଚେତ୍ ଏହା ଘରର ପରିଚୟ ପାଇନଥାଏ ବୋଲି ବାସ୍ତୁବିତ୍‌ଙ୍କ ମତ। ଝରକା ସହାୟତାରେ ଘରକୁ କେବଳ ବାୟୁ ଚଳାଚଳ ଓ ଆଲୋକ ପ୍ରବେଶ ହୁଏନାହିଁ, ବରଂ ଉତ୍ତମ ଦିଗରେ ଏହା ଥିଲେ ଘରର ସୁଖ-ସମୃଦ୍ଧିରେ ସହାୟକ ହୋଇଥାଏ।

ପୂର୍ବେ ଘରର ପ୍ରତ୍ୟେକ ଝରକାଗୁଡ଼ିକୁ ପୂର୍ବ ଦିଗ ମୁହାଁ କରିବାକୁ ଯଥାସମ୍ଭବ ଚେଷ୍ଟା କରାଯାଉଥିଲା। ସୂର୍ୟ୍ୟକିରଣ ଏହା ଦ୍ବାରା କକ୍ଷରେ ପ୍ରବେଶ କରେ ଓ ଘର ଆଲୋକିତ ହୋଇଥାଏ।
ପୂର୍ବ, ପଶ୍ଚିମ ଓ ଉତ୍ତର ଦିଗରେ ଝରକା ରହିବା ଉତ୍ତମ, କିନ୍ତୁ ପୂର୍ବ ଦିଗରେ ଝରକା ଥିବା କକ୍ଷ ଅଧିକ ଶୁଭଙ୍କର। ଦକ୍ଷିଣ ଦିଗ ଯମଙ୍କ ଦିଗ, ଏହି ଦିଗରେ ଝରକା କରିବା ଉଚିତ ନୁହେଁବୋଲି ମତ ମିଳେ।

- Advertisement -

ଯଦିବା ଦକ୍ଷିଣ ଦିଗରେ ପୂର୍ବରୁ ଝରକା ତିଆରି ହୋଇସାରିଛି, ଏଠାରେ ପରଦା ଟାଙ୍ଗିବା ସହ ଖୁବ୍ କମ୍ ଖୋଲିବାକୁ ଚେଷ୍ଟା କରନ୍ତୁ।
ବାସ୍ତୁବିତ୍‌ଙ୍କ ମତରେ ଘରର ମୁଖ୍ୟ ଦୁଆରର ଦୁଇ ପାର୍ଶ୍ବରେ ଝରକା ରହିବା ଶୁଭ ଫଳ ପ୍ରଦାନ କରିଥାଏ।

ଏହା ମଧ୍ୟ ଧ୍ୟାନରେ ରଖିବେ ଯେ ଝରକାଗୁଡ଼ିକ ଯେପରି ଘରର ଭିତରପାଖକୁ ଖୋଲି ହେଉଥିବ। ବାହାର ପାଖକୁ ଖୋଲୁଥିବା ଘରେ ନିୟମିତ କଳିଝଗଡ଼ା, ଅଶାନ୍ତି ଲାଗି ରହୁଥିବାର ଦେଖାଯାଏ।
ସବୁବେଳେ ଯୁଗ୍ମ ସଂଖ୍ୟାରେ ଝରକା ତିଆରି କରନ୍ତୁ। ଅଯୁଗ୍ମ ସଂଖ୍ୟାର ଝରକା ଥିଲେ ତାହା ଘର ସଦସ୍ୟଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ।

ଦୈନିକ ଅତିକମ୍‌ରେ ୧୫-୨୦ ମିନିଟ୍ ଘରର ଝରକାଗୁଡ଼ିକୁ ଖୋଲା ରଖନ୍ତୁ। ଏହା ମଧ୍ୟ ଶୁଭର ପ୍ରତୀକ ଭାବେ ବିବେଚନା କରାଯାଏ।
ବାସ୍ତୁଶାସ୍ତ୍ରରେ ମୁଖ୍ୟ ଦ୍ବାରର ଅଧିକ ମହତ୍ତ୍ବ ରହିଥାଏ

ମୁଖ୍ୟ ଦ୍ବାର ଆଖପାଖକୁ କେବେ ବି ଅପରିଷ୍କାର ରଖନ୍ତୁ ନାହିଁ। ମୁଖ୍ୟ ଦ୍ବାରକୁ ସର୍ବଦା ସଫାସୁତୁରା ରଖନ୍ତୁ। ନଚେତ ଏହାଦ୍ବାରା ଘର ମଧ୍ୟକୁ ନକରାତ୍ମକ ଶକ୍ତି ପ୍ରବେଶ କରିବାର ସମ୍ଭାବନା ରହିଛି।

ସକାରାତ୍ମକ ଶକ୍ତି ବୃଦ୍ଧି କରିବା ପାଇଁ ଘରର ମୁଖ୍ୟ ଦ୍ବାରରେ ସ୍ବସ୍ତିକ, ଓଁ, ଶ୍ରୀ ଗଣେଶ ପରି ଶୁଭ ଚିହ୍ନ ଲଗାନ୍ତୁ। ଏହାଦ୍ବାରା ଘରର ପରିବେଶରେ ପବିତ୍ରତା ବୃଦ୍ଧି ପାଇବ।
ଘରର ମୁଖ୍ୟ ଦ୍ବାରରେ ୱିଣ୍ଡ ଚାଇମ/ପବନ ଘଣ୍ଟି ଲଗାଇବା ଉଚିତ। ଏହା ଘରର ସମସ୍ତ ବାସ୍ତୁଦୋଷ ଦୂର କରିଥାଏ।

ମୁଖ୍ୟ ଦ୍ବାର ନିକଟରେ ସର୍ବଦା ତୁଳସୀ ବୃକ୍ଷ ଲଗାଇବା ଖୁବ୍‌ ଶୁଭ ଅଟେ। ଏପରି କରିବା ଦ୍ବାରା ଘର ମଧ୍ୟକୁ ପ୍ରବେଶ କରୁଥିବା ନକରାତ୍ମକ ଶକ୍ତି ଗୁଡିକ ସକାରାତ୍ମକ ଶକ୍ତି ରୂପେ ପରିବର୍ତ୍ତିତ ହୋଇଥାଏ।

ମୁଖ୍ୟ ଦ୍ବାର ବନ୍ଦ ନିକଟରେ ସର୍ବଦା ଅଶୋକ କିମ୍ବା ଆମ୍ବ ପତ୍ରର ତୋରଣ ଲଗାଇବା ଉଚିତ। ଏହାଦ୍ବାରା ଘର ମଧ୍ୟକୁ ନକରାତ୍ମକ ଶକ୍ତି ପ୍ରବେଶ କରି ନ ଥାଏ।

ଏହାସହ ମୁଖ୍ୟ ଦ୍ବାରର ଭିତରକୁ ବାସ୍ତୁର ତିନୋଟି ମୁଦ୍ରାକୁ ଟାଙ୍ଗିବା ଉଚିତ। ଏହାକୁ ସର୍ବଦା ଲାଲ ରଙ୍ଗର ଫିତାରେ ବାନ୍ଧି ରଖିବା ଉଚିତ। ଏପରି କରିବା ଦ୍ବାରା ପରିବାର ସଦସ୍ୟଙ୍କର ଆର୍ଥିକ ଉନ୍ନତି ହୋଇଥାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories