ଘରୁ ନିଶ୍ଚୟ ହଟାଇ ଦିଅନ୍ତୁ ଏହି ଜିନିଷ
ବାସ୍ତୁ ଶାସ୍ତ୍ର ଅନୁଯାୟୀ, କିଛି ଭୁଲ କାରଣରୁ ଘରେ ଅଶାନ୍ତି, କଳହ , ଟଙ୍କାର ଅଭାବ ଆଦି ହୋଇଥାଏ। ବାସ୍ତୁ ଦୋଷ ଏହାର ଏକ ମୁଖ୍ୟ କାରଣ ବୋଲି କୁହାଯାଏ।
ବାସ୍ତୁ ଅନୁଯାୟୀ, କିଛି ଏଭଳି ଜିନିଷ ରହିଛି, ଯାହା ଘରେ ରହିବା ଦ୍ୱାରା ବିଭିନ୍ନ ସମସ୍ୟା ଲାଗିଥାଏ। ତେବେ ଏହି ଜିନିଷକୁ ଘରୁ ତୁରନ୍ତ ହଟାଇ ଦିଅନ୍ତୁ..
ଘରେ ନଟରାଜର ପ୍ରତିମା ରଖନ୍ତୁ ନାହିଁ।
ଘରର ଅଗଣାରେ ଗୋଲାପ ବ୍ୟତୀତ ଅନ୍ୟ କଣ୍ଟାଜାତୀୟ ବୃକ୍ଷ ରଖନ୍ତୁ ନାହିଁ।
ଘରେ ଆଦୌ ଭଙ୍ଗା ଅଇନା କିମ୍ବା ଭଙ୍ଗା କାଚ ଆଦୌ ରଖନ୍ତୁ ନାହିଁ।
ଘରେ ବୁଡିଯାଉଥିବା ଜାହାଜର ଫଟୋ ଲଗାନ୍ତୁ ନାହିଁ। ଏହାଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିନଥାଏ।
ଘରେ ଯୁଦ୍ଧର ଆଦୌ ଫଟୋ ରଖନ୍ତୁ ନାହିଁ। ଏହି ଫଟୋ ଦ୍ୱାରା ପରିବାର ସଦସ୍ୟଙ୍କ ଉପରେ କୁପ୍ରଭାବ ପଡିଥାଏ।
ଘରେ ଅସ୍ତ ହେଉଥିବା ସୂର୍ଯ୍ୟଙ୍କ ଫଟୋ ରଖନ୍ତୁ ନାହିଁ। ଏହାଦ୍ୱାରା ପରିବାର ସଦସ୍ୟଙ୍କ ଉନ୍ନତିରେ ସମସ୍ୟା ସୃଷ୍ଟି ହୋଇଥାଏ। ଘରେ ଉଦୟ ହେଉଥିବା ସୂର୍ଯ୍ୟଙ୍କ ଫଟୋ ରଖି ପାରିବେ।
Comments are closed.