www.samajalive.in
Saturday, December 6, 2025
26.1 C
Bhubaneswar

ଆଲମିରାରେ ରଖନ୍ତୁ ଏହି ଜିିନିଷ ; ହେବ ଧନବୃଦ୍ଧି

ସଭିଏଁ ଇଚ୍ଛା କରିଥାଆନ୍ତି ତାଙ୍କ ଜୀବନରେ ଆଦୌ ଧନର ଅଭାବ ନହେଉ। ଟଙ୍କା ରୋଜଗାର ପାଇଁ ପରିଶ୍ରମ ମଧ୍ୟ କରିବା ଆବଶ୍ୟକ। ଜୀବନରେ ପରିଶ୍ରମ ସହ କିଛି ସହଜ ଉପାୟ ରହିଛି, ଯାହାକୁ ପାଳନ କରିବା ଦ୍ୱାରା ଭାଗ୍ୟରେ ସୁପରିବର୍ତ୍ତନ ହୋଇଥାଏ। ଜୀବନରେ ସଫଳତା,ସୁଖସମୃଦ୍ଧି ଓ ଧନ ବୃଦ୍ଧି ହୋଇଥାଏ। ବାସ୍ତୁରେ ବର୍ଣ୍ଣନା କରାଯାଇଥିବା ସେଭଳି କିଛି ସହଜ ଉପାୟ ବିଷୟରେ ଜାଣନ୍ତୁ..
ନିଜ ପସନ୍ଦ ଅନୁଯାୟୀ ଏକ ନୂଆ ନୋଟ୍‍ ଆଲମିରାରେ ଟଙ୍କା ରଖିବା ସ୍ଥାନରେ ରଖନ୍ତୁ। ମାତ୍ର ଏହାକୁ ଖର୍ଚ୍ଚ କରନ୍ତୁ ନାହିଁ।
ଆଲମିରାରେ ଏକ ଛୋଟ ଦର୍ପଣ ନିଶ୍ଚୟ ରଖନ୍ତୁ। ଏହା ଧନ ବୃଦ୍ଧିରେ ବେଶ ସହାୟକ ହୋଇଥାଏ। ମାତ୍ର ଧ୍ୟାନ ଦେବେ ଯେପରି ଆଲମିରା ଖୋଲିବା ସମୟରେ ଏହା ଆପଣଙ୍କୁ ନଜର ଆସୁଥିବା ଆବଶ୍ୟକ।
ଆଲମିରାରେ କୌଣସି ଅନାବନା ଜିନିଷ ରଖନ୍ତୁ ନାହିଁ। ଆଲମିରାରେ ପୁରୁଣା କାଗଜ, ଚାବି ଆଦି ରଖନ୍ତୁ ନାହିଁ।
ବାସ୍ତୁ ଅନୁଯାୟୀ, ଏକ ସଫା ଲାଲ କପଡାରେ ୭ଟି କଉଡି ନେଇ ଏହାକୁ ଆଲମିରା ଭିତରେ ରଖନ୍ତୁ। ଏହାଦ୍ୱାରା ସୁଖସମୃଦ୍ଧି,ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।
ଭଗବାନ କୁବେରଙ୍କୁ ଧନର ଦେବତା କୁହାଯାଏ। ନିଜ ଆଲମିରାରେ ଭଗବାନ କୁବେରଙ୍କ ଏକ ମୂର୍ତ୍ତି ରଖନ୍ତୁ। ଏହାଦ୍ୱାରା ଧନ ବୃଦ୍ଧି ସହ ଜୀବନରେ ଥିବା ଆର୍ଥିକ ସମସ୍ୟା ଦୂର ହୋଇଥାଏ।

 

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories