www.samajalive.in
Saturday, December 6, 2025
16.1 C
Bhubaneswar

ବାସ୍ତୁ ଅନୁଯାୟୀ ଘର ଝରକାର ମହତ୍ତ୍ୱ

ଘରର କବାଟ ଓ ଝରକାର ଖୁବ ମହତ୍ତ୍ୱ ରହିଛି। ବାସ୍ତୁ ଅନୁଯାୟୀ, ଝରକା ଓ କବାଟ ଦେଇ କେବଳ ସୂର୍ଯ୍ୟଙ୍କ ରଶ୍ମି ପ୍ରବେଶ କରିଥାଏ ତାହା ନୁହେଁ ବରଂ ସୂର୍ଯ୍ୟଙ୍କ ରଶ୍ମି ସହ ଘରେ ସୁଖସମୃଦ୍ଧି ମଧ୍ୟ ପ୍ରବେଶ କରିଥାଏ।
ଏହି କାରଣରୁ ଘରେ ଝରକା ସର୍ବଦା ବାସ୍ତୁ ଅନୁଯାୟୀ ତିଆରି କରିବା ଉଚିତ।
ଝରକା ସର୍ବଦା ପଣ୍ଡିତଙ୍କ ପରାମର୍ଶ କ୍ରମେ ସଠିକ ଦିଗରେ ତିଆରି କରିବା ଉଚିତ।
ବାସ୍ତୁ ଅନୁଯାୟୀ ଘରେ ଝରକା ସଂଖ୍ୟା ସର୍ବଦା ୨,୪,୬,୮ ଓ ୧୦ଟି ହେବା ଉଚିତ।
ରୋଷେଇ ଘରେ ଝରକା ରଖିବା ସର୍ବଦା ଶୁଭଙ୍କର। ତେଣୁ ରୋଷେଇ ଘରେ ଝରକା ତିଆରି କରନ୍ତୁ।
ଝରକା ସର୍ବଦା ଭିତର ଆଡକୁ ଖୋଲିବା ଉଚିତ। ଏହାଦ୍ୱାରା ଘରେ ସକରାକତ୍ମକ ଶକ୍ତି ପ୍ରବେଶ କରିଥାଏ।
ଝରକା ବାହାର ଆଡକୁ ଖୋଲିବା ଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ। ମା’ଲକ୍ଷ୍ମୀ କ୍ରୋଧ କରିଥାଆନ୍ତି।
ଗାଧୁଆଘରେ ସର୍ବଦା ଛୋଟ ଝରକାଟିଏ ନିଶ୍ଚୟ ରଖନ୍ତୁ। ଏହାଦ୍ୱାରା ନକରାତ୍ମକ ଶକ୍ତି ସୃଷ୍ଟି ଦୂର ହୋଇଥାଏ।
ଘରର ଦକ୍ଷିଣ -ପଶ୍ଚିମ ଦିଗରେ ଝରକା ରହିଲେ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିବା ସହ ରୋଗ ଲାଗି ରହିଥାଏ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories