www.samajalive.in
Sunday, December 7, 2025
23.1 C
Bhubaneswar

ମନରସାଥୀ ପାଇଁ ଭେଟି ଦିଅନ୍ତୁ ହୃଦୟସ୍ପର୍ଶୀ ଉପହାର

ଭଲ ପାଇବାର ଦିନ ଭ୍ୟାଲେନଟାଇନ ଡ଼େ। ପ୍ରେମ ପାଇଁ ଏହା ଦିନଟିଏ। ଯୁବପିଢୀ ପାଇଁ ଏହି ଦିନଟି ଖୁବ ମହତ୍ତ୍ୱପୂର୍ଣ୍ଣ। ସେମାନେ ଏହାକୁ ବେଶ ଖୁସିର ସହ ପାଳନ କରିବା ସହ ପରସ୍ପରକୁ ଉପହାର ମଧ୍ୟ ଦେଇଥାଆନ୍ତି। ମାତ୍ର କେବଳ ଦାମୀ ଉପହାର ଦେବାର କୌଣସି ଆବଶ୍ୟକତା ନାହିଁ। ପରସ୍ପର ମଧ୍ୟରେ ଉତ୍ତମ ବୁଝାମଣା, ଗଭୀର ଭଲ ପାଇବା, ଯତ୍ନ ନେବା ଉତ୍ତମ ସଂପର୍କର ପରିଚୟ ଅଟେ। ଜାଣନ୍ତୁ ଏପରି କେତେକ ସ୍ନେହ ବାର୍ତ୍ତା ଜାଣିବା, ଯାହା ଆପଣ ନିଜ ସାଥୀ ପାଇଁ ଏହି ପ୍ରେମର ଦିନରେ କରିପାରିବେ।
ଭୋଜନ ପ୍ରସ୍ତୁତ କରି ନିଜ ହାତରେ ନିଜ ସାଥୀଙ୍କୁ ଖୁଆଇ ଦିଅନ୍ତୁ।
ନିଜ ସାଥୀଙ୍କର ପସନ୍ଦ ସିନେମାର ଡ଼ାଇଲକ ତାଙ୍କୁ ଶୁଣାନ୍ତୁ।
ଭ୍ରମଣ ପାଇଁ ଏକ ସୁନ୍ଦର ସ୍ଥାନକୁ ଯାଆନ୍ତୁ।
ସାଥୀଙ୍କୁ ହୃଦୟସ୍ପର୍ଶୀ ମେସେଜ ପଠାନ୍ତୁ।
ଏକ କାଗଜରେ ନିଜ ସାଥିର ଭଲ ଗୁଣ ଲେଖି ଏହାକୁ କାଚ ବୋତଲରେ ରଖି ସଜାଇ ଦିଅନ୍ତୁ।
ନିଜ ସାଥୀ ପାଇଁ ସ୍ୱାଦିଷ୍ଟ ଜଳଖିଆ ପ୍ରସ୍ତୁତ କରନ୍ତୁ।
ଟଙ୍କାରେ ନିଜ ମନର କଥା ଲେଖି ନିଜ ସାଥୀ ଅଜାଣତରେ ତାଙ୍କ ପର୍ସରେ ରଖି ଦିଅନ୍ତୁ।
ଚକୋଲେଟର ବିଭିନ୍ନ ଜରି ବ୍ୟବହାର କରି ଏକ ବୋର୍ଡ଼ରେ ସୁନ୍ଦର ଭାବେ ଅଠା ଦ୍ୱାରା ଲଗାଇ ନିଜ ସାଥୀର ନାଁ ସେଥିରେ ଲେଖନ୍ତୁ।
ଆପଣଙ୍କ ସାଥୀ ପାଇଁ ସବୁଠାରୁ ଦାମିକା ଉପହାର ହେଉଛି ସମଗ୍ର ବିଶ୍ୱରେ ଆପଣଙ୍କ ତାଙ୍କର ପ୍ରିୟ ଓ ଅତି ନିଜର ଏବଂ ଆପଣଙ୍କ ସହିତ ସାରା ଜୀବନ ସୁଖିରେ ଅତିବାହିତ କରିବା। ତେଣୁ ସର୍ବଦା ପରସ୍ପର ପ୍ରତି ଗଭୀର ଭଲ ପାଇବା ରହିବା ଅତ୍ୟନ୍ତ ଆବଶ୍ୟକ ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories