www.samajalive.in
Monday, December 15, 2025
27.1 C
Bhubaneswar

ଟେଡି ଡେ’ : ହୃଦୟର ଭାବନାକୁ ବ୍ୟକ୍ତ କରିବାର ସର୍ବୋତ୍କୃଷ୍ଟ ମାଧ୍ୟମ ଟେଡି

୧୦ ଜାନୁଆରୀ ହେଉଛି ଭାଲେଣ୍ଟାଇନ ସପ୍ତାହର ଚତୁର୍ଥ ଦିନ ବା ଟେଡି ଡେ। ପ୍ରେମୀଯୁଗଳ ଏହି ଦିନକୁ ଆନନ୍ଦର ସହ ଧୁମ୍‌ଧାମ୍‌ରେ ପାଳନ କରନ୍ତି। ଏହା ଏକ କୌତୁତିଆ ତଥା ମନୋହର ଜିନିଷ ହୋଇଥିବାରୁ କେହି କେହି ନିଜ ବନ୍ଧୁ କିମ୍ବା ଛୋଟ ପିଲାଙ୍କୁ ମଧ୍ୟ ଏହି ଦିନରେ ଟେଡି ଉପହାର ଦେଇଥାଆନ୍ତି। ତେବେ ନିଜ ସାଥୀଙ୍କ ନିକଟରେ ହୃଦୟର ଭାବନାକୁ ବ୍ୟକ୍ତ କରିବାର ସର୍ବୋତ୍କୃଷ୍ଟ ମାଧ୍ୟମ ହେଉଛି ଟେଡି। ଟେଡି ବିୟର ଆପଣଙ୍କ ପ୍ରେମର ବାର୍ତ୍ତାକୁ ଆପଣଙ୍କ ସାଥୀଙ୍କ ନିକଟରେ ସହଜରେ ପହଞ୍ଚାଇଥାଏ। ତେଣୁ ଆଜିର ଦିନରେ ଲୋକେ ଟେଡି ବିୟର ଉପହାର ଦେଇ ନିଜ ପ୍ରେମକୁ ପ୍ରକାଶ କରିଥାଆନ୍ତି।

ଟେଡି ଡେ’ ଯୁବପିଢିଙ୍କ ମଧ୍ୟରେ ଖୁବ ଲୋକପ୍ରିୟ। ଖାସ ସେଥିପାଇଁ ବଜାରରେ ଟେଡି ବିୟର ଦୋକାନରେ ଏହି ଦିନରେ ଯୁବପିଢିଙ୍କର ଭିଡ଼ ଲାଗିରହିଥାଏ। ବିଶେଷ କରି ଝିଅମାନଙ୍କୁ ଟେଡି ବିୟର ବହୁତ ପସନ୍ଦ ଆସିଥାଏ। ଏହାର ଅନେକ ଗୁଡିଏ କାରଣ ରହିଛି। ଝିଅମାନଙ୍କୁ ଟେଡି ବିୟର ଦେବା ଫଳରେ ତାଙ୍କର ପିଲାଦିନର ସ୍ମୃତି ତାଜା ହୋଇଥାଏ। ଏହା ବ୍ୟତୀତ ଝିଅମାନେ ଏକୁଟିଆ ସମୟରେ ଟେଡି ବିୟର ସହିତ ଶୋଇବା ଏବଂ କଥା ହେବାକୁ ପସନ୍ଦ କରିଥାନ୍ତି। ତେଣୁ ଆପଣ ଦେଇଥିବା ଟେଡି ବିୟର ଆପଣଙ୍କ ପ୍ରେମିକାଙ୍କର ଏକୁଟିଆପଣକୁ ଦୂର କରି ଆପଣଙ୍କର ନିକଟତର କରାଇଥାଏ। ଫଳରେ ଆପଣଙ୍କ ସମ୍ପର୍କରେ ମଧୁରତା ବଢିଥାଏ।

Hot this week

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

Related Articles

Popular Categories