ଭୁବନେଶ୍ବର : ରାଜାଧାନୀରେ ସୋମବାର ଦିନ ଦ୍ବିପ୍ରହରେ ଜଣେ ଛାତ୍ରୀଙ୍କୁ ଗୁଳିମାଡ ହୋଇଛି। ଇନଫୋସିଟି ଥାନା ଅଞ୍ଚଳରେ ଜଣେ ଛାତ୍ରୀଙ୍କୁ ଗୁଳିମାଡ ହୋଇଥିବା ସୂଚନା ମିଳିଛି। ଛତ୍ରୀଙ୍କ ନାମ ସୋନାଲି ଘର ଏବଂ ତାଙ୍କ ଘର ବାଲେଶ୍ବର ବୋଲି ଜଣାପଡିଛି। ଛାତ୍ରୀ ଜଣଙ୍କ ଏକ ଜାତୀୟ ଶିକ୍ଷାନୁଷ୍ଠାନରେ ଫ୍ୟାସନ ଡିଜାଇନିଂ ପଢୁଥିଲେ। ନିଜ ପୁରୁଷ ବନ୍ଧୁଙ୍କ ସହ ଛିଡ଼ା ହୋଇଥିବାବେଳେ ୨ଜଣ ଦୃର୍ବୃତ୍ତ ଆସି ଛାତ୍ରୀଙ୍କୁ ଗୁଳିମାଡ କରିଥିଲେ। ଘଟଣା ସ୍ଥଳରୁ ଦୃର୍ବୃତ୍ତ ଦ୍ବୟ ଫେରାର ଅଛନ୍ତି।
ସୂଚନା ଅନୁଯାୟୀ, ଛାତ୍ରୀଙ୍କ ଜଙ୍ଘରେ ଗୁଳି ବାଜିଛି। ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁଳିମାଡର କାରଣ ଏଯାବତ ଜଣାପଡ଼ି ନ ଥିବାବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।



