ଖାତକୁ ଖସିଲା ବସ୍‌; ୨୬ ତୀର୍ଥଯାତ୍ରୀ ମୃତ

ଡେରାଡୁନ: ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲ୍ଳାରେ ଏକ ପର୍ଯ୍ୟଟକ ବସ୍‌ ଖାତକୁ ଖସିପଡ଼ିବା ଘଟଣା । ବର୍ତ୍ତମାନ ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ବସଟି ଖାତକୁ ପଡ଼ିଯିବା ଫଳରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି । ଗତକାଲି ଏହି ଦୁର୍ଘଟଣାରେ ୨୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ୪ଜଣଙ୍କ ମୃତ୍ୟୁ ହୋଇଛି ।  ସମସ୍ତ ମୃତକ ମାନେ ମଧ୍ୟପ୍ରଦେଶର ହୋଇଥିବା ଜଣାପଡ଼ିଛି । ଏଥିରେ ଏବେ ୪ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ବସ୍‌ରେ ମୋଟ୍‌ ୩୦ଜଣ ଯାତ୍ରୀ ଥିବା ଜଣାପଡ଼ିଛି । ଗତକାଲି ଅପରାହ୍ଣରେ ତୀର୍ଥଯାତ୍ରୀଙ୍କୁ ନେଇ ବସଟି ଆସୁଥିବା ବେଳେ ଗଭୀର ଖାତକୁ ଖସିପଡ଼ିଥିଲା ।

prayash

ଯମୁନେତ୍ରୀ ଜାତୀୟ ରାଜପଥ ଦାମତା ନିକଟରେ ଏହି ଦୁର୍ଘଟଣା ହୋଇଥିଲା । ଏନେଇ ଡିଜିପି ଅଶୋକ କୁମାରଙ୍କ କହିବା ଅନୁଯାୟୀ ଏନଡିଆରଏଫ୍‌, ପୁଲିସ ଓ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ କରିଛନ୍ତି । ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସହିତ ଆଲୋଚନା କରି ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରାଯାଇଥିଲା ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ଧାମି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହା ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨ଲକ୍ଷ ଟଙ୍କା ଲେଖାଏଁ ଓ ଆହତଙ୍କ ପାଇଁ ୫୦ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ ଲାଗି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।

kalyan agarbati

Comments are closed.