www.samajalive.in
Monday, December 15, 2025
24.1 C
Bhubaneswar

ଦୁର୍ଘଟଣାରେ ୫ ମୃତ

ଡେରାଡୁନ୍‌: ଉତ୍ତରାଖଣ୍ଡ ଟିହରି ଜିଲ୍ଲାର ତୋତା ଘାଟି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ୍‌ କାର୍‌ ଯୋଗେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଯୋଗୁ ୫ଜଣଙ୍କ ମୃତ୍ୟୁ ହୋଇଛି । ତେବେ ମୃତକ ୫ଜଣ ଗୋଟିଏ ପରିବାରର କି ନୁ​‌ହେଁ ତାହା ଜଣାପଡ଼ିନାହିଁ । ସୂଚନା ଅନୁଯାୟୀ ଆଜି ସକାଳେ ବାହାଘର ପାଇଁ କିଛି ଜିନିଷ କିଣାକିଣି କରିବା ପରେ ସମସ୍ତ ବ୍ୟକ୍ତି ଗୋଟିଏ କାର୍‌ ଯୋଗେ ଘରକୁ ଫେରୁଥିଲେ । ଫେରିବା ସମୟରେ ତୋତା ଘାଟି ନିକଟରେ କାରଟି ଦୁର୍ଘଟଣା ହୋଇଥିଲା । ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ସମସ୍ତ ମୃତକଙ୍କ ଘର ଚମୋଲି ଅଞ୍ଚଳରେ ହୋଇଥିବା ନେଇ ଜଣାପଡ଼ିଛି ।  ଘଟଣା ସମ୍ପର୍କରେ ପୁଲିସ ଖବର ପାଇବା ପରେ ଦୁର୍ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଚଳାଇଛି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories