‘ଆଜାଦି କା ଅମୃତ ମହୋତ୍ସବ’ରେ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ
ନୂଆଦିଲ୍ଲୀ : ଶିକ୍ଷା ଓ ସଂସ୍କୃତି ଭିତ୍ତିକ ଅଗ୍ରଣୀ ଅନୁଷ୍ଠାନ ଉତ୍ସବ ଏଜୁକେସନାଲ ଆଣ୍ଡ କଲଚୁରାଲ ସୋସାଇଟିର ୩୫ ତମ ସ୍ୱନକ୍ଷତ୍ର ପାଳିତ ହୋଇଯାଇଛି। ଅନୁଷ୍ଠାନ ପକ୍ଷରୁ ଶାସ୍ତ୍ରୀୟ ନୃତ୍ୟ ସହିତ ବିଭିନ୍ନ ପ୍ରକାର ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଦୀର୍ଘ ବର୍ଷ ଧରି ସଫଳତାର ସହିତ କରିଆସୁଥିବା ବେଳେ ଚଳିତ ବର୍ଷ ‘ଆଜାଦି କା ଅମୃତ ମହୋତ୍ସବ’ ଅବସରରେ ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା।
ଅନୁଷ୍ଠାନର ପ୍ରତିଷ୍ଠାତା ପଦ୍ମଶ୍ରୀ ରଂଜନା ଗୌହାର ଭାରତବର୍ଷରେ ସାଂସ୍କୃତିକ ପୃଷ୍ଠଭୂମିକୁ ଆଗକୁ ନେବାରେ ପ୍ରୟାସ ଜାରୀ ରଖିଛନ୍ତି। ବିଭିନ୍ନ ସମୟରେ ନାମୀଦାମୀ ନୃତ୍ୟ କଳାକାରଙ୍କୁ ନେଇ କାର୍ଯ୍ୟକ୍ରମ କରିଆସୁଛି ଯେପରିକି ଯୁବ ନୃତ୍ୟ କଳାକାରଙ୍କୁ ନେଇ ସୁତରଙ୍ଗ ଓ ୭୬ତମ ସ୍ୱାଧୀନତା ଅବସରରେ ଦେଶର ଆଗଧାଡ଼ିର ନୃତ୍ୟ କଳାକାରଙ୍କୁ ନେଇ ସାରେ ଜାହାଁ ସେ ଅଚ୍ଛା କାର୍ଯ୍ୟକ୍ରମରେ ଭାରତର ବୀର ଯବାନଙ୍କୁ ନୃତ୍ୟ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଦେଶର ବିଭିନ୍ନ ବର୍ଗର ନୃତ୍ୟଶିଳ୍ପୀମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ଯାହାକି ଭାରତର ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ଶାସ୍ତ୍ରୀୟ ନୃତ୍ୟ ସାରେ ଜାହାଁ ସେ ଅଚ୍ଛା ୨୦୨୨କୁ ଭାରତର ୭୬ତମ ସ୍ୱାଧୀନତା ଦିବସ ଅବସରରେ ପାଳନ କରାଯାଇଥିଲା। ଭାରତ ସରକାରଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଆଜାଦି କା ଅମୃତ ମହୋତ୍ସବ’ ପାଳନ ଅବସରରେ ଉକ୍ତ ଅନୁଷ୍ଠାନ ଦୁଇଦିନ ଧରି ଅର୍ଥାତ୍ ୧୭ ଅଗଷ୍ଟ ଓ ୧୮ ଅଗଷ୍ଟ ସନ୍ଧ୍ୟା ୭ ଘଟିକାରେ ଷ୍ଟେନ୍ ଅଡ଼ିଟୋରିୟମରେ ୧୭ତମ ସାରେ ଜାହାଁ ସେ ଅଚ୍ଛା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଳିତ କରିଥିଲା। ଅଗଷ୍ଟ ୧୭ ତାରିଖ କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ ଗୁରୁ ରଂଜନା ଗୌହାର, ଗୁରୁ ସନ୍ତୋଷ ନାୟର, ଛାତ୍ର ଛାଉ, ଗୁରୁ ଜୟପ୍ରଭା ମେନନ୍ (କେରଳ ଏସ୍ଏନ୍ଏ ପୁରସ୍କୃାରପ୍ରାପ୍ତ), ଛାତ୍ର ମୋହିନୀୟାତମ, ଗୁରୁ ବିଧାଲାଲ (ବିସମିଲ୍ଲା ଯୁବ ପୁରସ୍କାର), ଛାତ୍ର କଥକ, ଗୁରୁ ମନ୍ଗୋଲିଜାଓ ସିଂ, ଛାତ୍ର (ମଣିପୁରୀ) ଉପସ୍ଥିତ ଥିବା ବେଳେ ୧୮ ଅଗଷ୍ଟ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଓ ଏସ୍ଏନ୍ଏ ପୁରସ୍କୃାରପ୍ରାପ୍ତ ଓଡ଼ିଶୀ ନୃତ୍ୟ ଗୁରୁ ରଂଜନା ଗୌହାର, ଗୁରୁ ଶଶଧର ଅଚାର୍ଯ୍ୟ (ପଦ୍ମଶ୍ରୀ ଓ ଏସ୍ଏନ୍ଏ ପୁରସ୍କୃାରପ୍ରାପ୍ତ), ଛାତ୍ର ସାରିକେଲା ଛାଉ, ଶ୍ରୀମତୀ ଗୋପିକା ବର୍ମା (ଏସ୍ଏନ୍ଏ ପୁରସ୍କୃାରପ୍ରାପ୍ତ), ମୋହିନୀୟାତମ, ଗୁରୁ ସନ୍ତୋଷ ନାୟର, ଛାତ୍ର ଶ୍ରୀମତୀ ରଶ୍ମୀ ବୈଦ୍ୟାଲିଙ୍ଗମ୍, କୁଚିପୁଡ଼ି, ଶ୍ରୀମତୀ ଗୌୁରୀ ଦିବାକର (ବିସମିଲ୍ଲା ଯୁବ ପୁରସ୍କାର), କଥାକ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.