ସେବା ଓ ସେବକ ସପ୍ତାହ ଅବସରରେ ରକ୍ତଦାନ ଶିବିର, ୫୯ ୟୁନିଟ୍ ରକ୍ତ ସଂଗ୍ରହ
କେନ୍ଦୁଝରଗଡ଼: ଦୈନିକ ଖବରକାଗଜ ‘ସମାଜ’ର ପ୍ରତିଷ୍ଠାତା ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୫ତମ ଶ୍ରାଦ୍ଧୋତ୍ସବ ପରିପ୍ରେକ୍ଷୀରେ ଜୁନ ୧୮ରୁ ୨୫ତାରିଖ ରାଜ୍ୟବ୍ୟାପୀ ସେବା ଓ ସେବକ ସପ୍ତାହ ପାଳନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ରବିବାର ରାଜ୍ୟବ୍ୟାପୀ ଆୟୋଜିତ ରକ୍ତଦାନ ଶିବିର ପରିପ୍ରେକ୍ଷୀରେ ରୋଟାରୀ ଭବନ କେନ୍ଦୁଝର ଠାରେ ଆୟୋଜିତ ସ୍ୱେଛାକୃତ ରକ୍ତଦାନ ଶିବିରରେ ୩୭ ୟୁନିଟ ଓ ସେଣ୍ଟଜାଭିୟର୍ସ ହାଇସ୍କୁଲ ଚଣ୍ଡିବିରଞ୍ଚିପୁର ହାଟଡିହି ଠାରେ ୨୨ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ମାନସବସେବା ନିମନ୍ତେ ଜିଲା ରକ୍ତଭଣ୍ଡାରକୁ ପଠାଇ ଦିଆଯାଇଛି। କେନ୍ଦୁଝର ସମାଜ ପରିବାର ପକ୍ଷରୁ ଆୟୋଜିତ ଏହି ଶିବିରକୁ ପାଟଣା ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାଏକ, କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚଡିଓ କେନ୍ଦୁଝରଗଡ ନଗରପାଳ ନିକୁ ସାହୁ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିବା ଅବସରରେ ଏଭଳି ମହତ୍ କାର୍ଯ୍ୟକୁ ପ୍ରଶଂସା କରିଥିଲେ।
ମିଳନୀ ସାହିତ୍ୟ ସଂସଦ ସଭାପତି ଦେବାଶିଷ ଚକ୍ରବର୍ତ୍ତୀ, ଜିଲା କଂଗ୍ରେସ ସଭାପତି ମୋହନ ପରିଡା, କଂଗ୍ରେସ ନେତା ବିନୋଦ ବିହାରୀ ନାଏକ, ସଙ୍ଗୀତା ସିଂହ, ଆଇଡିଏ ସମ୍ପାଦିକା ସେବତୀ ସିଂହ, କେନ୍ଦୁଝର ଯାନ୍ତ୍ରୀକ ବିଦ୍ୟାଳୟ ଚେୟାରମ୍ୟାନ ଇଂ ବସନ୍ତ କୁମାର ଦାନୀ, ଗୋନାସିକା ମହାବିଦ୍ୟାଳୟ ଚେୟାରମ୍ୟାନ ରାଜଶ୍ରୀ ଖଟୋଇ ଓ ଇଂ ସୁରେଶ ଚନ୍ଦ୍ର ଖାଟୋଇ, ଏମ୍ଏସ୍ପି ସ୍ପଞ୍ଜ କାରଖାନା ମୁଖ୍ୟ ନିର୍ବାହୀ ଅଧିକାରୀ ଇଂ ଦେବବ୍ରତ ସ୍ୱାଇଁ, ଡିଜିଏମ୍ ସଞ୍ଜୟ କୁମାର ସାହୁ, ରୋଟାରିଆନ ରାଜଲକ୍ଷ୍ମୀ ସ୍ୱାଇଁ, ସିଟିଜି ଫାଉଣ୍ଡେସନ ଚେୟାରମ୍ୟାନ ରାଜେନ୍ଦ୍ର କୁମାର ପଲେଇ, ଓସ୍କା ସମ୍ପାଦିକା ଧରିତ୍ରୀ ରାଉତ ଓ ଉପସଭାପତି ସୁନୀତା ମହାନ୍ତି, ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ କେନ୍ଦୁଝର ଶାଖା ମୁଖ୍ୟ ବ୍ରହ୍ମାକୁମାରୀ ବିନ୍ଦୁ ଓ ବ୍ରହ୍ମାକୁମାରୀ ପ୍ରତିଭା, ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ.ବିମ୍ବାଧର ବେହେରା, ଗାନ୍ଧିବାଦୀ ନେତା ଭକ୍ତବତ୍ସଳ ମହାନ୍ତି, କମ୍ୟୁନିଷ୍ଟ ନେତା ଅରୁଣ କୁମାର ଦାସ, ତଦାଶା ସମ୍ପାଦକ ଅକ୍ଷୟ କୁମାର ଚକ୍ର, ସୋନମ ସମର୍ପିିତା ଚକ୍ର, ଡାକ୍ତର ପ୍ରମୋଦ କୁମାର ନନ୍ଦ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କେନ୍ଦୁଝରର ଅଧ୍ୟକ୍ଷ ଡ.କ୍ଷୀରୋଦ ଚନ୍ଦ୍ର ମିଶ୍ର, ଆରଭିଡିଓ ସମ୍ପାଦକ ମନୋଜ କୁମାର ପରିଡା, ଭୂମିକା ଚକ୍ଷୁ ଚିକିତ୍ସାଳୟ ଉତ୍ତର ଓଡିଶାର ଜୋନାଲ ମ୍ୟାନେଜର କର୍ଣ୍ଣାଟ କେଶରୀ ଜେନା ଓ ହସ୍ପିଟାଲ ମ୍ୟାନେଜର କେନ୍ଦୁଝର ଶାଖା ଅଶେଷାନନ୍ଦ ଦାଶ, ଘରୋଇ ବସ୍ ମାଲିକ ସଂଘ କେନ୍ଦୁଝରର ପୂର୍ବତନ ସଭାପତି ମନୋରଞ୍ଜନ ସାହୁ, ଗୋପବନ୍ଧୁ ସେବାକେନ୍ଦ୍ର ସଦସ୍ୟ ଉତ୍କଳ ଦାସ, ସଦସ୍ୟା ବୈଶାଳୀ ପ୍ରିୟଦର୍ଶିନୀ, ପ୍ରଣତୀ ରାଉତ, ଶିଶୁ ମଙ୍ଗଳ ସମିତି ସଦସ୍ୟା ରାଜଶ୍ରୀ ଉପାଧ୍ୟାୟ, ଜିଲା ରେଡକ୍ରସ୍ ଯୁଗ୍ମସମ୍ପାଦକ ଏ.ଆର.ଖାନ, ଶିକ୍ଷକ ଶାନ୍ତନୁ କୁମାର ମହାପାତ୍ର, ସତ୍ୟଜିତ ସାମନ୍ତରାୟ, ପ୍ରଗତିଶୀଳ ନାଗରିକ ମଞ୍ଚ ଉପସଭାପତି ଭରତ ଚନ୍ଦ୍ର ପାତ୍ର ପ୍ରମୁଖ ଏହି ଶିବିରରେ ଯୋଗଦେଇ ରକ୍ତଦାନ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।
‘ସମାଜ’ ପ୍ରତିନିଧି ଜ୍ଞାନରଞ୍ଜନ ମିଶ୍ର ଓ ସତ୍ୟ ନାରାୟଣ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ଜିଲା ରେଡକ୍ରସ୍ ଯୁଗ୍ମସମ୍ପାଦକ ଏ.ଆର.ଖାନ, ଜିଲା ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ରମାକାନ୍ତ ମୁଣ୍ଡା ଓ ଜନସମ୍ପର୍କ ଅଧିକାରୀ ଅକ୍ଷୟ କୁମାର ସାହୁ, କର୍ମଚାରୀ ପ୍ରମୋଦ ଦାସ, ପିସିସି ସାଧାରଣ ସମ୍ପାଦକ ଅଲୋକ ମିଶ୍ର, ପିସିସି ସମ୍ପାଦକ ସଂଗ୍ରାମ ଦାସ, ଯୁବ କଂଗ୍ରେସ ସଭାପତି ସୁନେଶ ଧୀର, ଅବସରପ୍ରାପ୍ତ କର୍ମଚାରୀ ରାମ ନାରାୟଣ ଦ୍ୱିବେଦୀ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସିଷ୍ଟମ ଅପରେଟର ପବିତ୍ର ବେହେରା, କେନ୍ଦୁଝର ସଦର ପ୍ରତିନିଧି ବିଜୟ କୁମାର ମିଶ୍ର, ପାଟଣା ପ୍ରତିନିଧି ନୃସିଂହନାଥ ସିଂହ, ବାଂଶପାଳ ପ୍ରତିନିଧି ରଶ୍ମୀକାନ୍ତ ବେହେରା ଓ ତାରିଣୀ ଶଙ୍କର ବେହେରା ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ।
Comments are closed.