www.samajalive.in
Sunday, December 7, 2025
14.1 C
Bhubaneswar

ବହୁ ଅସାମାହିତ ପ୍ରଶ୍ନର ଉତ୍ତର ଦେଇପାରେ ହୃଦୟକୁ ଛୁଇଁପାରୁଥିବା କବିତା

ଭୁବନେଶ୍ୱର: ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ‘ବିଶ୍ଵକବିତା ଦିବସ’ ମନୋଜ୍ଞ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆଯୁକ୍ତ ତଥା ବରିଷ୍ଠ କବି ରଂଜନ କୁମାର ଦାସ ଉଦ୍‌ଘାଟକ ଭାବେ ଯୋଗଦେଇଥିଲେ।  ସବୁବେଳେ ହୃଦୟକୁ ଛୁଇଁପାରୁଥିବା କବିତା ବହୁ ଅସାମାହିତ ପ୍ରଶ୍ନର ଉତ୍ତର ଦେଇପାରେ ଓ କବିତାକୁ ନେଇ ଅଭିମୁଖ୍ୟ ବଦଳିବା ଦରକାର ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ବରିଷ୍ଠ କବି ରକ୍ଷକ ନାୟକ ତାଙ୍କ ବକ୍ତବ୍ୟରେ କବିତା ମାଧ୍ୟମରେ ମଣିଷର ଆବେଗ ଓ ଉଦବେଳନ ପ୍ରକାଶିତ ହୁଏ ଏବଂ ପ୍ରତି ବ୍ୟକ୍ତି ଭିତରେ ରହିଥିବା କବିଟିକୁ ଆବିଷ୍କାର କଲେ ଆଗାମୀ ଦିନରେ ସମଗ୍ର ପୃଥିବୀ କବତା ମନସ୍କ ହେବ ବୋଲି କହିଥିଲେ । ସେହିଭଳି ଓଡିଆ ଭାଷା, ସାହିତ୍ୟ, ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ତଥା ପ୍ରଥିତ ଯଶା କବି ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ କବିତା ସବୁବେଳେ ସରଳ ସାଧନା ଜରିଆରେ କବିକୁ ଇନ୍ଦ୍ରଧନୁର ଅଷ୍ଟମ ରଙ୍ଗ ସହ ପରିଚୟ କରାଇଥାଏ ବୋଲି କହିଥିଲେ। ଯାହା ଅପ୍ରାପ୍ତିରେ ବଞ୍ଚିବା ଭିତରେ କବିକୁ ସୃଜନଶୀଳତାର ପ୍ରାପ୍ତି ଦେବାରେ ସହାୟକ ସାବ୍ୟସ୍ତ ହୁଏ ବୋଲି ମତବ୍ୟକ୍ତ କରିଥିଲେ ।

- Advertisement -

ବରିଷ୍ଠ ଶିକ୍ଷାବିତ୍, କବି ତଥା ସୁସମାଲୋଚକ ଡ଼. ଦିଲୀପ କୁମାର ସ୍ୱାଇଁ ତାଙ୍କ ବକ୍ତବ୍ୟରେ କବିତା ହେଉଛି ଜୀବନର ପ୍ରକୃତ ସତ୍ୟତା ବୋଲି ମତ ଦେବାସହ ନିର୍ବିକଳ୍ପ ଜୀବନର ଅଧିକାରୀ କବି ସବୁବେଳେ କଠିନ ସାଧନା ବଳରେ କବିତାର ଶକ୍ତି ଓ ସମ୍ମୋହନ ଜରିଆରେ ସମାଜରେ ବ୍ୟାପକ ପରବର୍ତ୍ତିନ ଆଣିବାରେ ସମର୍ଥ ହୋଇପାରେ ବୋଲି କହିଥିଲେ । କୁଳପତି ପ୍ରସନ୍ନ କୁମାର ସ୍ୱାଇଁ ତାଙ୍କ ସଭାପତିତ୍ୱ ଅଭିଭାଷଣରେ ସମସ୍ୟା ବହୁଳ ଜୀବନରେ ହିଁ ସବୁବେଳେ କିବିଟିଏ ହୃଦୟସ୍ପର୍ଶୀ କବିତା ରଚନାରେ ସମର୍ଥ ହୋଇପାରେ ବୋଲି କହିଥିଲେ । କୁଳସଚିବ ଶ୍ରୀମତୀ ଅନାମିକା ଅଧିକାରୀ ବିଶ୍ଵକବିତା ଦିବସର ପ୍ରାସଙ୍ଗିକତା ସଂପର୍କରେ ସୂଚନା ଦେଇଥିବା ବେଳେ ସହକାରୀ ପ୍ରଫେସର ଡ. ଆଶିଷ ମହାପାତ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ ।

ଡ. ଜ୍ଞାନ ରଞ୍ଜନ ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଭାଗୀୟ ମୁଖ୍ୟ ଡ. ଚକ୍ରଧର ବେହେରା ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରୀ ଅବିନାଶ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ସ୍ଵରଚିତ କବିତାମାନ ପାଠ କରିଥିଲେ । ଏହି ଅବସରରେ ବିଶ୍ଵବିଦ୍ୟାଳୟରେ କବିତାକୁ ନେଇ ଏକ ବିଶେଷ ପ୍ରାଚୀର ପ୍ରତିକାକୁ ଅତିଥିମାନେ ଉନ୍ମୋଚିତ କରିଥିଲେ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories