ପ୍ରକାଶ ପାଇଲା ଉତ୍କଳ ବିଶ୍ୱବିଦ୍ୟାଳୟ +୩ ପରୀକ୍ଷାଫଳ, ପାସହାର ୯୧.୭୨%

ଭୁବନେଶ୍ୱର: ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର +୩ ପରୀକ୍ଷାଫଳ ପ୍ରକାଶ ପାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ ମହାବିଦ୍ୟାଳୟଗୁଡିକର ସ୍ନାତକ ଶେଷ ସେମିଷ୍ଟାର-୨୦୨୩ ନିୟମିତ ଓ ବ୍ୟାକ ପରୀକ୍ଷାର୍ଥୀଙ୍କ ପରୀକ୍ଷାଫଳ ପ୍ରକାଶ କରାଯାଇଛି। ଉତ୍କଳ ବିଶ୍ବବିଦ୍ୟାଳୟ +୩ ପରୀକ୍ଷାରେ ୯୧.୭୨% ପାସହାର ହୋଇଛି। ସେଥିମଧ୍ୟରୁ +୩ କଳାରେ ପାସହାର ୯୦.୬୨%, +୩ ବିଜ୍ଞାନରେ ପାସହାର ୯୫.୨୬% ଏବଂ +୩ ବାଣିଜ୍ୟରେ ପାସହାର ୮୯.୨୯% ହୋଇଥିବା ଜଣାପଡ଼ିଛି।

prayash

ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରକାଶ ପାଇଥିବା +୩ ପରୀକ୍ଷାଫଳ ଅନୁଯାୟୀ କଳା ଅନର୍ସରେ ସମୁଦାୟ ୨୫ ହଜାର ୩୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ ୧୯ ହଜାର ୫୦୪ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ବିଜ୍ଞାନ ଅନର୍ସରେ ସମୁଦାୟ ୧୩୬୦୭ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୧୬୦୫ ଓ ବାଣିଜ୍ୟ ଅନର୍ସରେ ୪୧୪୭ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୧୬୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। କଳା ଅନର୍ସରେ ଉତ୍ତୀର୍ଣ୍ଣ ହାର ୯୦.୫୯ ପ୍ରତିଶତ, ବିଜ୍ଞାନ ଅନର୍ସରେ ଉତ୍ତୀର୍ଣ୍ଣ ହାର ୯୫.୩୦ ପ୍ରତିଶତ ଓ ବାଣିଜ୍ୟ ଅନର୍ସରେ ଉତ୍ତୀର୍ଣ୍ଣ ହାର ୮୯.୨୮ ପ୍ରତିଶତ ରହିଛି। ପରୀକ୍ଷାଫଳ ଜାଣିବା ପାଇଁ ଛାତ୍ରଛାତ୍ରୀମାନେ https://uuems.inକୁ ଲଗଅନ କରି ପରୀକ୍ଷାଫଳ ଜାଣିପାରିବେ।

kalyan agarbati

Comments are closed.