www.samajalive.in
Monday, December 15, 2025
16.1 C
Bhubaneswar

ଉତ୍କଳ ସାହିତ୍ୟ ସମାଜ ନିର୍ବାଚନ : ଗୋବିନ୍ଦ ଚାନ୍ଦ ସଭାପତି, ଆଦିତ୍ୟ ଧଳ ସମ୍ପାଦକ

କଟକ  : ଉତ୍କଳ ସାହିତ୍ୟ ସମାଜର କର୍ମକର୍ତ୍ତା ଓ କାର୍ଯ୍ୟନିର୍ବାହିକା ସମିତି ସଦସ୍ୟ ନିର୍ବାଚନ ୨୦୨୨ ରବିବାର ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନରେ ସଭାପତି ଭାବେ ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ଉପସଭାପତି ଭାବେ ଜୀବନାନନ୍ଦ ଅଧିକାରୀ, ସାଧାରଣ ସମ୍ପାଦକ ଭାବେ ଆଦିତ୍ୟ ପ୍ରତାପ ଧଳ, ସଙ୍ଗଠନ ସମ୍ପାଦକ ପଦରେ ସୁନାମଣି ରାଉତ, ପାଠାଗାର ସମ୍ପାଦକ ଭାବେ ବ୍ରହ୍ମାନନ୍ଦ ବିଶ୍ବାଳ ଓ କୋଷାଧ୍ୟକ୍ଷ ଭାବେ ଶିବାଶିଷ କର ବହୁ ସଂଖ୍ୟାରେ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ରବିବାର ପୂର୍ବାହ୍ଣରେ ଶ୍ରୀରାମଚନ୍ଦ୍ର ଭବନରେ ୪ଟି, ଶତାବ୍ଦୀ ଭବନରେ ୪ଟି ଏବଂ ଶ୍ରୀଧର ପାଠାଗାରରେ ଗୋଟିଏ ବୁଥରେ ସକାଳ ୮ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା। ଅପରାହ୍ଣ ୨ଟାରୁ ଭୋଟ ଗ୍ରହଣ ଶେଷ ହେବା ପରେ ଅପରାହ୍ଣ ୪ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା। ସଭାପତି ପଦରେ ଗୋବିନ୍ଦ ଚନ୍ଦ୍ର ଚାନ୍ଦ ପ୍ରତିଦ୍ବନ୍ଦ୍ବୀ ପ୍ରମୋଦ କୁମାର ମହାପାତ୍ରଙ୍କୁ ୭୨୨ ଖଣ୍ଡ ଭୋଟ୍‌ରେ ପରାଜିତ କରିଥିଲେ। ଶ୍ରୀ ଚାନ୍ଦ ୯୭୨ ଭୋଟ୍‌ ପାଇଥିଲା ବେଳେ ଶ୍ରୀ ମହାପାତ୍ର ୨୫୦ ଖଣ୍ଡ ଭୋଟ ପାଇଥିଲେ। ସେହିପରି ଉପସଭାପତି ପଦରେ ଜୀବନାନନ୍ଦ ଅଧିକାରୀ ୮୬୬ ଖଣ୍ଡ ଭୋଟ୍‌ ଓ ସୁଦର୍ଶନ ପଟ୍ଟନାୟକ ୩୩୭ ଖଣ୍ଡ ଭୋଟ୍‌ ପାଇଥିଲେ। ଶ୍ରୀ ଅଧିକାରୀ ୫୨୯ ଖଣ୍ଡ ଭୋଟ୍‌ରେ ଶ୍ରୀ ପଟ୍ଟନାୟକଙ୍କୁ ପରାଜିତ କରିଥିଲେ। ସେହିଭଳି ସାଧାରଣ ସମ୍ପାଦକ ପଦରେ ଆଦିତ୍ୟ ପ୍ରତାପ ଧଳ ୪୦୮ ଖଣ୍ଡ ଭୋଟରେ ରାଜୀବ କୁମାର ଷଡ଼ଙ୍ଗୀଙ୍କୁ ପରାସ୍ତ କରିଥିଲେ। ଶ୍ରୀ ଧଳ ସମୁଦାୟ ୮୦୪ ଖଣ୍ଡ ଭୋଟ୍‌ ପାଇଥିଲା ବେଳେ ଶ୍ରୀ ଷଡ଼ଙ୍ଗୀ ୩୯୬ ଖଣ୍ଡ ଭୋଟ ପାଇଥିଲେ। ସଙ୍ଗଠନ ସମ୍ପାଦକ ପଦରେ ସୁନାମଣି ରାଉତ ୭୫୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। କୁନ୍ତଳା ବେହେରା ୧୧୪ ଖଣ୍ଡ ଭୋଟ, ମୀରା ବେଉରା ୨୮୮ ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଥିଲେ। ସେହିପରି ପାଠାଗାର ସମ୍ପାଦକ ପଦରେ ବ୍ରହ୍ମାନନ୍ଦ ବିଶ୍ବାଳ ୯୮୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ତାଙ୍କ ପ୍ରତିଦ୍ବନ୍ଦ୍ବୀ ପ୍ରଭାବତୀ ପଣ୍ଡା ୨୧୬ ଖଣ୍ଡ ଭୋଟ ପାଇଥିଲେ। କୋଷାଧ୍ୟକ୍ଷ ଭାବେ ଶିବାଶିଷ କର ୮୯୧ରୁ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି। ସେହିଭଳି କାର୍ଯ୍ୟନିର୍ବାହୀକା ସମିତି ସଦସ୍ୟ ଭାବେ ଗାୟତ୍ରୀ ଦେବୀ, ଜେନା ଆଦିତ୍ୟ ପ୍ରତାପ ବାଘସିଂହ, ବ୍ରହ୍ମାନନ୍ଦ ମହାନ୍ତି, ସରୋଜିନୀ ମିଶ୍ର, ତପନ କୁମାର ସ୍ବାଇଁ, ଦିଲ୍ଲୀପ କୁମାର ଦାସ, ବିଜୟଲକ୍ଷ୍ମୀ ନାୟକ, ଶଶିକାନ୍ତ ରାଉତ, ମୁରଲୀଧର ଶତପଥୀ, ରାଧାଶ୍ୟାମ ରାଉଳ, ସୁକାନ୍ତ ପ୍ରସାଦ ନନ୍ଦ ବିଜୟ ଲାଭ କରିଛନ୍ତି।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories