ଅରୁନ୍ଧତୀ ଦେବୀ, ଝାନସି ସିଂହଙ୍କୁ ନୀଳିମାରାଣୀ ସେବା ସମ୍ମାନ

ରଘୁନାଥପୁର  : ନୀଳିମାରାଣୀ ସାମନ୍ତଙ୍କ ପାଇଁ ଆଜି କଲରାବାଙ୍କ ସ୍ମାର୍ଟ ଗ୍ରାମରେ ପରିଣତ ହୋଇପାରିଛି ବୋଲି ନୀଳିମାରାଣୀ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ତାଙ୍କ ୯୪ତମ ଜନ୍ମୋତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍‍ କହିଛନ୍ତି। ଏଥିରେ ସମ୍ମାନିତ ଅତିଥି ଭାବେ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଓ ବିଧାୟକ ଚନ୍ଦ୍ରସାରଥୀ ବେହେରା ଯୋଗଦେଇ ନୀଳିମାରାଣୀ ଦେବୀ ଜଣେ ମହିୟସୀ ମହିଳା ଥିଲେ ବୋଲି କହିଥିଲେ।
କଟକ ଜିଲ୍ଲାପାଳ ଡ.ଭବାନୀ ଶଙ୍କର ଚୟନି ମଧ୍ୟ ଯୋଗଦେଇଥିଲେ। ସାଂସଦ ତଥା କିଟ୍ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ​ଯୋଗଦେଇ ମା’ଙ୍କ ଆଶୀର୍ବାଦରୁ ମୁଁ ଆଜି ଏହି ସ୍ତରରେ ପହଞ୍ଚି ପାରିଛି ବୋଲି କହିଥିଲେ। ଏହି ଅବସରରେ ସମାଜସେବୀ ଅରୁନ୍ଧତୀ ଦେବୀ, ସମାଜସେବୀ ଝାନସି ସିଂହଙ୍କୁ ନୀଳିମାରାଣୀ ସେବା ସମ୍ମାନ, ମାନପତ୍ର, ଉପଢ଼ୌକନ ଓ ୫୦ ହଜାର ଟଙ୍କା ଲେଖାଏଁ ଚେକ୍‍ ପ୍ରଦାନ କରାଯାଇଥିଲା। ଏଥିରେ କିଟ୍‍ ଆଇନ ସେବା ନିର୍ଦେଶକ ମନୋରଞ୍ଜନ ପ୍ରଧାନ, କିଟ୍‍ ଲ’ ଅଫିସର ଅନିଲ ପରିଡ଼ା, ସମାଜସେବୀ ନିରୁପମା ସାମନ୍ତ, ହିମାଂଶୁ ଖଟୁଆ ପ୍ରମୁଖ ଯୋଗ ଦେଇଥିଲେ।

Comments are closed.