www.samajalive.in
Monday, December 15, 2025
14.1 C
Bhubaneswar

ବାଙ୍କୀରେ ବନ୍ୟା ସ୍ଥିତି : ୭ ଦିନ ପରେ ମଧ୍ୟ୧୩ଗାଁ ଜଳବନ୍ଦି ; ଚନ୍ଦ୍ରପା, ହୁଳୁହୁଳା ପୋଲରେ ୬ଫୁଟର ପାଣି

ବାଙ୍କୀ : ମହାନଦୀରେ ବନ୍ୟା ପରିସ୍ଥିତି ହ୍ରାସ ପାଇଥିଲେ ମଧ୍ୟ ବାଙ୍କୀ-ଡମପଡା ବ୍ଲକର ୧୨ଗୋଟି ଏବଂ ବାଙ୍କୀ ବ୍ଲକରେ ଗୋଟିଏ ଗାଁ ବନ୍ୟାର ୭ ଦିନ ପରେ ମଧ୍ୟ ଜଳବନ୍ଦି । ଗାଁ ଦାଣ୍ଡରେ ୫ରୁ ୬ଫୁଟର ପାଣି ଅଛି । ଘରେ ମଧ୍ୟ ପାଣି । ଜଳବନ୍ଦି ମାନେ ଖୋଲା ଛାତ ଉପରେ ଦୁର୍ଦ୍ଦଶ ଜୀବନ କାଟୁଛନ୍ତି । ସନ୍ଧ୍ୟାରେ ଦୀର୍ଘ ୨ଘଣ୍ଟା କାଳର ପ୍ରବଳ ବର୍ଷା ବିପନ୍ନଙ୍କୁ ଭୟଭୀତ କରାଇଛି । ସୂଚନା ଅନୁଯାୟୀ ସର୍ବାଧିକ ପ୍ରଭାବିତ ବିଲିପଡା ପଞ୍ଚାୟତର ବରପଦନପୁର, ବରଗାଁ, ବିଲିମନ୍ତ୍ରୀ ସାହି, ବିଲିମନ୍ତ୍ରୀ ହରିଜନ ସାହି, ପାଖରାଖାଲ, ଓସ୍ତପୁର, ଧରସ, ବିଲିପଡା, ସରଧାପୁର, ରଙ୍ଗିପୁର, ଶିମିଳିପୁର ପଞ୍ଚାୟତର ଶୁଖୁଆଖଳା,ପାଥପୁର ପଞ୍ଚାୟତର କଇଁମୁଣ୍ଡି ପ୍ରମୁଖ ଗ୍ରାମ ଜଳବନ୍ଦି ହୋଇ ରହିଛି । ସେହିପରି ବାଙ୍କୀ ବ୍ଲକର ଓସ୍ତିଆ ପଞ୍ଚାୟତ ଅଧିନ ଓସ୍ତିଆ ଏବଂ ବିଷ୍ଣୁପୁର ମଧ୍ୟ ପାଣି ଘେରରେ । ପ୍ରଶାସନ ପକ୍ଷରୁ ସମସ୍ତ ଗ୍ରାମରେ ଶୁଖିଲା ଓ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଥିଲେ ମଧ୍ୟ ବିପନ୍ନଙ୍କ ଅବସ୍ଥା ସାଙ୍ଘାତିକ। ଦିନରେ ପ୍ରଚଣ୍ଡ ଖରା ଏବଂ ରାତ୍ରୀ କାଳର ବିଷଧରସାପ ଏବଂ ପୋକ ଯୋକ, ଜନ୍ଦା, ମଶା ଆଦିଙ୍କ ପ୍ରଭାବରେ ଛାତ ଉପରେ ଏବଂ ଉଚ୍ଚା ସ୍ଥାନରେ ଆଶ୍ରୟ ନେଇଥିବା ବିପନ୍ନ ଆଶଙ୍କାରେ ଜୀବନ କାଟୁଛନ୍ତି। ଚଳିତ ବନ୍ୟା ପ୍ରଭାବରେ ୩୧ ଗ୍ରାମ ପଞ୍ଚାୟତର ୮୮ଟି ଗ୍ରାମର ୧ଲକ୍ଷ ୫୬ହଜାର ୫୨୭ଜଣ ପ୍ରଭାବିତ ହୋଇଛନ୍ତି । ୪୬ଟି କେନ୍ଦ୍ରରେ ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଛି । ମହାନଦୀର ବନ୍ୟାଜଳ କମିଥିଲେ ମଧ୍ୟ ମହାନଦୀର ଶାଖାନଦୀ ରଣନଦୀର ପଛୁଆ ବନ୍ୟା ଜଳରେ ବିଲିପଡା ପଞ୍ଚାୟତର ୧୦ଟି ଗ୍ରାମ, ହରିରାଜପୁର ପଞ୍ଚାୟତର ଯୋରକୂଳ ଏବଂ ଶିମିଳିପୁର ପଞ୍ଚାୟତର ଶୁଖୁଆଖଳା ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ରହିଛି । ଏହି ୨ପଞ୍ଚାୟତର ପ୍ରାୟ୧୨୦୦ପରିବାରର ୫୫୦୦ଲୋକ ବନ୍ୟାଜଳର ଘେରିରେ ରହିଛନ୍ତି। ସେପଟେ ମହାନଦୀ ଜଳ ଧିରେ ଧିରେ କମୁଥିବାରୁ ବିଲିପଡା ପଞ୍ଚାୟତକୁ ମାଡି ରହିଥିବା ବ୍ୟାପକ ଜଳ ଛାଡିବାକୁ ପ୍ରାୟତଃ ଏକ ସପ୍ତାହ ଲାଗିବା ନେଇ ପୁରୁଖା ଲୋକ ମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଶିମିଳିପୁର ଗ୍ରାମର ବାଙ୍କୀ-କଟକ ମୁଖ୍ୟ ରାସ୍ତା ପାଖରୁ ୪ରୁ ୫କିମି ବନ୍ୟା ଜଳ ଅତିକ୍ରମ କରି ସେବାକାରୀ ଦଳ ମାନଙ୍କୁ ମଟର ବୋଟରେ ଯିବାକୁ ପଡୁଛି । ବର୍ତ୍ତମାନ ପରିସ୍ଥିତିରେ ହୁଳୁହୁଳା ପୋଲରେ ୫ଫୁଟ, ଚନ୍ଦ୍ରପା ସେତୁ ଉପରେ ୬ଫୁଟର ପାଣି ଥିବା ହେତୁ ଯୋଗା ଯୋଗ ବିଚ୍ଛିନ୍ନ ହୋଇଛି । ସେହିପରି ବିଲିପଡା-ତାଳବସ୍ତ, ତାଳବସ୍ତ-ପଦନପୁର ରାସ୍ତା ବିଚ୍ଛିନ୍ନ ହୋଇଛି । ଅନ୍ୟପକ୍ଷରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସୂଚନା ଅନୁଯାୟୀ ଚଳିତ ବନ୍ୟାରେ ବାଙ୍କୀ-ଡମପଡା ଏବଂ ବାଙ୍କୀ ବ୍ଲକର ମୋଟ ୨୨ଗୋଟି ଗ୍ରାମ୍ୟ ରାସ୍ତା ବନ୍ୟାଜଳରେ ପ୍ରଭାବିତ ହୋଇ ଯୋଗା ଯୋଗ ବିଚ୍ଛିନ୍ନ ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories