ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ଭାଗନେବେ ବିବାହିତା

ନୂଆଦିଲ୍ଲୀ : ଏଣିକି ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ବିବାହିତ ମହିଳାଙ୍କୁ ଅଂଶ ଗ୍ରହଣ କରିବାର ସୁଯୋଗ ମିଳିବ। ୨୦୨୩ରୁ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ଏହି ନୂଆ ନିୟମ କାର୍ଯ୍ୟକାରୀ ହେବ। ପୂର୍ବରୁ କେବଳ ଅବିବାହିତାଙ୍କୁ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ମିଳୁଥିଲା। ତେବେ ଐତିହାସିକ ନିଷ୍ପତ୍ତି କ୍ରମେ ଆଗାମୀ ୨୦୨୩ ପ୍ରତିଯୋଗିତା ଠାରୁ ବିବାହିତାଙ୍କୁ ଏଥିରେ ସାମିଲ କରାଯିବ। ୨୦୨୦ରେ ବ୍ରହ୍ମାଣ୍ଡ ସୁନ୍ଦରୀ ହୋଇଥିବା ମେକ୍ସିକୋର ଆ‌େନ୍ଦ୍ରଆ ମେଜା ଏହି ନୂଆ ନିୟମକୁ ସ୍ବାଗତ କରିଛନ୍ତି। ସେ କହିଛନ୍ତି ଯେ ସମାଜ ପରିବର୍ତ୍ତନ ସହିତ ମହିଳାମାନେ ବିଶ୍ବ ନେତୃତ୍ବର ଭାର ବହନ କରିଛନ୍ତି। ତେଣୁ ବର୍ତ୍ତମାନ ସମୟରେ ସୁନ୍ଦରୀ ପ୍ରତିଯୋଗିତାରେ ପରିବାର ସହିତ ମହିଳାଙ୍କୁ ସାମିଲ ହେବାର ସୁଯୋଗ ଦିଆଯାଇଛି। ୨୦୨୧ରେ ଭାରତୀୟ ସୁନ୍ଦରୀ ହରନାଜ ସାନ୍ଧୁ ବ୍ରହ୍ମାଣ୍ଡ ସୁନ୍ଦରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ଏହା ପୂର୍ବରୁ ଭାରତୀୟ ସୁନ୍ଦରୀ ସୁସ୍ମିତା ସେନ (୧୯୯୪) ଓ ଲାରା ଦତ୍ତ (୨୦୦୦) ବ୍ରହ୍ମାଣ୍ଡ ସୁନ୍ଦରୀ ହେବାର ସୌଭାଗ୍ୟ ଲାଭ କରିଥିଲେ।

Comments are closed.