www.samajalive.in
Sunday, December 7, 2025
23.1 C
Bhubaneswar

ଆଖି ତଳର କଳାଦାଗ ଦୂର ପାଇଁ ଏପରି କରନ୍ତୁ ଟମାଟୋର ବ୍ୟବହାର

ଆଖି ତଳ କଳା ପଡ଼ିବା ଏକ ମୁଖ୍ୟ ସମସ୍ୟା ଅଟେ। ଏତଦ ବ୍ୟତୀତ ପ୍ରଦୂଷଣ, ଅସ୍ୱାସ୍ଥ୍ୟକର ଖାଦ୍ୟପେୟ, ସୂର୍ୟ୍ୟଙ୍କ ଉତ୍ତାପ ଆଦି କାରଣରୁ ମଧ୍ୟ ଏହି ସମସ୍ୟା ସୃଷ୍ଟି ହୋଇଥାଏ। କଳା ଦାଗକୁ ଦୂର କରିବା ପାଇଁ ବିଭିନ୍ନ ପ୍ରକାରର କେମିକାଲ ଯୁକ୍ତ କ୍ରିମର ମଧ୍ୟ ବ୍ୟବହାର କରିଥାଆନ୍ତି। ମାତ୍ର ଏହା ମୁହଁ ଉପରେ ବହୁ କୁପ୍ରଭାବ ପକାଇଥାଏ। ଏକ ସହଜ ଘରୋଇ ଉପାୟରେ ପୁଦିନା ଓ ଟମାଟୋକୁ ବ୍ୟବହାର କରି ଆମେ ଆଖି ତଳେ ଥିବା କଳାଦାଗକୁ ଦୂର କରିପାରିବା। ଜାଣନ୍ତୁ କିପରି…….
ପୁଦିନାରେ ଥିବା ପୋଷକ ତତ୍ତ୍ୱ ଆଖି ତଳର କଳା ଦାଗକୁ ଦୂର କରିଥାଏ। ଏଥିରେ ଥିବା ପ୍ରାକୃତିକ ପୋଷକ ଗୁଣ ହେତୁ ଆଖି ତଳେ ରକ୍ତପ୍ରବାହ ସୂଚାରୁ ରୂପେ ହୋଇଥାଏ। ଏହା ଚର୍ମକୁ ପୁର୍ନଃଜୀବିତ କରିଥାଏ। ପୁଦିନାରେ ଥିବା ଆଣ୍ଟିସେଫ୍ଟିକ, ଆଣ୍ଟିବ୍ୟାକ୍ଟେରିଅଲ ଗୁଣ ଆଖି ତଳକୁ କଳା ହେବାରୁ ରକ୍ଷା କରିଥାଏ।
ପ୍ରସ୍ତୁତି କରିବାର ଉପାୟ – ପୁଦିନା ଓ ଟମାଟୋକୁ ଭଲ ଭାବେ ପେଷି ଦିଅନ୍ତୁ। ଏବେ ଏଥିରେ ୧ଚାମଚ ଲେମ୍ବୁରସ ମିଶାନ୍ତୁ। ମିଶାଇବା ପରେ ଏହାକୁ ୧୦ରୁ ୧୫ ମିନିଟ ଆଖି ତଳେ ଲଗାଇ ରଖନ୍ତୁ। ଏହା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏପରି ସପ୍ତାହକୁ ୩ ରୁ ୪ ଥର ଲଗାଇଲେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories