www.samajalive.in
Sunday, December 7, 2025
23.1 C
Bhubaneswar

ଅଦାଲତରେ ଶୁଣାଣି ବେଳେ ବିଚାରପତିଙ୍କୁ ଅତର୍କିତ ଆକ୍ରମଣ କଲା ଅଭିଯୁକ୍ତ; ଭିଡିଓ ଭାଇରାଲ୍‌

ୱାଶିଂଟନ୍‌: ଆମେରିକାର ଲସ୍ ଭେଗାସ୍‌ସ୍ଥିତ ଅଦାଲତରେ ଶୁଣାଣି ସମୟରେ ଜଣେ ଅଭିଯୁକ୍ତ ମହିଳା ବିଚାରପତିଙ୍କ ଉପରେ ଆକ୍ରମଣ କରିଛି। ଅଭିଯୁକ୍ତ ଜଣକ ହଠାତ୍ ଟେବୁଲରୁ ଉପରକୁ ଡେଇଁପଡି ମହିଳା ବିଚାରପତିଙ୍କୁ ଆକ୍ରମଣ କରି ତାଙ୍କୁ ମାଡ ମାରିଥିଲା। ସବୁକିଛି ଏତେ ଶୀଘ୍ର ଘଟିଥିଲା ଯେ କୋର୍ଟରେ ଉପସ୍ଥିତ ସୁରକ୍ଷାକର୍ମୀ ଏବଂ ଅନ୍ୟ ଲୋକମାନେ ମହିଳା ବିଚାରପତିଙ୍କୁ ରକ୍ଷା କରିପାରିଲେ ନାହିଁ। କୌଣସି ପ୍ରକାରେ ସୁରକ୍ଷାକର୍ମୀ ଅଭିଯୁକ୍ତକୁ କାବୁ କରିଥିଲେ ଏବଂ ପରବର୍ତ୍ତୀ ସମରେ ତାକୁ ଜେଲକୁ ପଠାଇ ଦିଆଯାଇଛି। ସମ୍ପୂର୍ଣ୍ଣ ଘଟଣା କୋର୍ଟରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି।

ଏହି ଘଟଣା ଲସ୍ ଭେଗାସର ରିଜନାଲ୍‌ ଜଷ୍ଟିସ୍‌ ସେଣ୍ଟରରେ ଘଟିଛି। ବୁଧବାର ଲସ୍‌ ଭେଗାସ୍‌ ନିବାସୀ ଅଭିଯୁକ୍ତ ଡିୟୋବ୍ରା ଡେଲୋନ ରେଡ୍ଡେନ୍‌(୩୦)କୁ ଏକ ମାମଲାର ଶୁଣାଣି ପାଇଁ ଅଦାଲତରେ ହାଜର କରାଯାଇଥିଲା। କ୍ଲାର୍କ କାଉଣ୍ଟି ଜିଲ୍ଲା ଜଜ୍ ମ୍ୟାରୀ ମାମଲାର ଶୁଣାଣି କରୁଥିଲେ। ବିଚାରପତି ଅଭିଯୁକ୍ତ ଡିୟୋବ୍ରାକୁ ଦୋଷୀ ସାବ୍ୟସ୍ତ କରି ଜେଲ୍‌ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି କାରଣରୁ ଅଭିଯୁକ୍ତ ଡିୟୋବ୍ରା ଏତେ ରାଗି ଯାଇଥିଲା ଯେ, ସେ ହଠାତ୍  ମହିଳା ବିଚାରପତିଙ୍କ ଚୌକି ଉପରକୁ ଡେଇଁ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା।

- Advertisement -


ଭିଡିଓରେ ଦେଖାଯାଉଛି ଯେ, ଅଭିଯୁକ୍ତ ଜଣକ ମହିଳା ବିଚାରପତିଙ୍କ ଚୌକି ଉପରକୁ ଡେଇଁ ପଡ଼ିଥିଲା ଏବଂ ତାଙ୍କୁ ତଳେ ପକାଇ ବିଧା ଗୋଇଠା ମାରିଥିଲା। ଏହାପରେ ତୁରନ୍ତ କୋର୍ଟ ମାର୍ଶଲ ଏବଂ ଅନ୍ୟ ପୁଲିସ କର୍ମଚାରୀ ମହିଳା ବିଚାରପତିଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଅଭିଯୁକ୍ତ ଏତେ ଉଗ୍ର ରୂପ ଧାରଣ କରିଥିଲା ଯେ ସେ ବିଚାରପତିଙ୍କୁ ମାଡ ମାରି ଚାଲିଥିଲା। କିଛି ସମୟ ମାଡଗୋଳ ପରେ ଅଭିଯୁକ୍ତକୁ କାବୁ କରାଯାଇଥିଲା। ଏହି ଆକ୍ରମଣରେ ମହିଳା ବିଚାରପତି ଗୁରୁତର ଆହତ ହୋଇଛନ୍ତି। ଅପରପକ୍ଷେ, ଜଜ୍‌ଙ୍କୁ ଉଦ୍ଧାର କରିଥିବା ମାର୍ଶଲଙ୍କ ମୁଣ୍ଡ ଫାଟିଯିବା ସହ କାନ୍ଧ ମଧ୍ୟ ଭାଙ୍ଗି ଯାଇଛି। ଅଭିଯୁକ୍ତକୁ ପୁଲିସ ଗିରଫ କରି ଜେଲ୍‌ ପଠାଇ ଦେଇଛି।

Hot this week

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

Related Articles

Popular Categories