www.samajalive.in
Sunday, December 7, 2025
14.1 C
Bhubaneswar

କରୋନା: ଇଟାଲୀ, ଚୀନକୁ ଅତିକ୍ରମ କଲା ଆମେରିକା

ୱାଶିଂଟନ: ବିଶ୍ଵର ୧୯୭ ଦେଶ ଏବେ କରୋନା ଭୂତାଣୁ କବ୍‌ଜାରେ ରହିଛି। ମାତ୍ର ସବୁଠୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଆମେରିକାରେ। ଏଠାରେ ଅତି ଦ୍ରୁତ ଗତିରେ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି, ଯାହା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଦ ହଜାଇ ଦେଇଛି। ଚୀନରେ ପରେ ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ବହୁମାତ୍ରାରେ ବୃଦ୍ଧି ପାଇଥିବାବେଳେ ଏବେ ଆମେରିକା ଇଟାଲୀ ଏବଂ ଚୀନକୁ ପଛରେ ପକାଇଛି। ଆମେରିକାରେ ଗୁରୁବାର ରାତି ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୮୬ ହଜାର ୫୦୦ ଅତିକ୍ରମ କରିଛି। କେବଳ ଗୁରୁବାର ଏଠା​‌ରେ ୧୩ ହଜାର ୯୬୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି। ଏହା ସହିତ ମୃତ୍ୟୁ ସଂଖ୍ୟା ୧୨୦୦ ନିକଟତର ହୋଇଛି।

ସାରା ବିଶ୍ଵରେ ୫ଲକ୍ଷ ୨୯ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଅଢ଼େଇ ଲକ୍ଷରୁ ଅଧିକ କେବଳ ୟୁରୋପ ମହାଦେଶରେ ଠାବ ହୋଇଛନ୍ତି। ଏହି ଅଢ଼େଇ ଲକ୍ଷ ମଧ୍ୟରୁ ଅଧାରୁ ଅଧିକ ଆକ୍ରାନ୍ତ ଇଟାଲୀ ଏବଂ ସ୍ପେନରେ ରହିଛନ୍ତି। ସେହିପରି ବିଶ୍ଵବ୍ୟାପୀ ମୃତ୍ୟୁ ସଂଖ୍ୟା ୨୪ ହଜାର ଟପିଛି।

- Advertisement -

ଇଟାଲୀରେ ସର୍ବାଧିକ ୮୨୧୫ ଜଣ ପ୍ରାଣ ହରାଇଛନ୍ତି। ଏହା ପଛକୁ ସ୍ପେନରେ ୪୩୬୫, ଚୀନରେ ୩୧୬୯, ଇରାନରେ ୨୨୩୪ ଏବଂ ଫ୍ରାନ୍ସରେ ୧୬୯୬ଙ୍କ ମୃତ୍ୟୁ ହୋଇଛି। ସେହିପରି ଚୀନରେ ୮୧୭୮୨ ଜଣ ଆକ୍ରାନ୍ତ ହୋଇଥିବାବେଳେ ଇଟାଲୀରେ ୮୦୫୮୯, ସ୍ପେନରେ ୫୭୭୮୬ ଏବଂ ଜର୍ମାନୀରେ ୪୩୯୩୮ ଆକ୍ରାନ୍ତ ହୋଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories