www.samajalive.in
Monday, December 15, 2025
26.1 C
Bhubaneswar

ଏଫବିଆଇ ମୋଷ୍ଟ ୱାଣ୍ଟେଡ ତାଲିକାରେ ଜଣେ ଭାରତୀୟ

ନୂଆଦିଲ୍ଲୀ: ୧୦ ମୋଷ୍ଟ ୱାଣ୍ଟେଡଙ୍କ ତାଲିକା ଜାରି କରିଛି ଯୁକ୍ତରାଷ୍ଟ୍ର ଆମେରିକାର ଫେଡେରାଲ୍‌‌ ବ୍ୟୁରୋ ଅଫ୍‌‌ ଇନଭେଷ୍ଟିଗେସନ୍‌‌। ଏହି ତାଲିକାରେ ଜଣେ ଭାରତୀୟଙ୍କ ନାଁ ରହିଛି। ସେ ହେଲେ ଅହମ୍ମଦାବାଦର ବିରାମଗାମ ଅଞ୍ଚଳର ଭଦ୍ରେଶ କୁମାର ପଟେଲ। ତାଙ୍କ ନାମରେ ୨୫୦,୦୦୦ ଡଲାର ଅର୍ଥାତ ଭାରତୀୟ ଅର୍ଥରାଶି ଅନୁସାରେ ୨କୋଟି ୯୦ଲକ୍ଷ ୨୮ହଜାର ୨୫ଟଙ୍କାର ପୁରଷ୍କାର ରାଶି ଘୋଷଣା କରାଯାଇଛି। ଏଫବିଆଇ ପକ୍ଷରୁ ସୋସିଆଲ ମିଡ଼ିଆ ଏକ୍ସରେ ଏହି ସୂଚନା ଦିଆଯାଇଛି।
ଏଫବିଆଇ ମୋଷ୍ଟ ୱାଣ୍ଟେଡ ତାଲିକା ଅନୁସାରେ ୨୧ବର୍ଷୀୟ ସ୍ତ୍ରୀକୁ ହତ୍ୟା କରିବା ପରେ ୨୦୧୫ ମସିହାରୁ ଭଦ୍ରେଶ ଫେରାର ରହିଛି। ଭଦ୍ରେଶକୁ ସେତେବେଳେ ୨୪ବର୍ଷ ବୟସ ହୋଇଥିଲା। ମେରିଲ୍ୟାଣ୍ଡ ହାନୋବରରେ ଥିବା ଏକ କଫି ସପ୍‌‌ ଭିତରେ ଭଦ୍ରେଶ ନିଜ ସ୍ତ୍ରୀ ପଲକକୁ ଛୁରୀ ଭୁସି ନିର୍ମମ ଭାବେ ହତ୍ୟା କରିଥିଲେ। ଏହି ସମୟରେ ଗ୍ରାହକମାନେ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ରିପୋର୍ଟ ଅନୁସାରେ ହତ୍ୟାକାଣ୍ଡ ଘଟିବାର ମାସେ ପୂର୍ବରୁ ଦମ୍ପତିଙ୍କ ମଧ୍ୟରେ ଲଗାତାର ଝଗଡା ହେଉଥିଲା। ପଲକ ପଟେଲ ଭାରତକୁ ଫେରିବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ ସ୍ୱାମୀ ଏହାକୁ ବିରୋଧ କରିଥିଲେ। ଫଳରେ ଉତକ୍ଷିପ୍ତ ହୋଇ ସ୍ୱାମୀ ଭଦ୍ରେଶ ସ୍ତ୍ରୀକୁ ହତ୍ୟା କରିଥିବା ଜଣାପଡିଥିଲା। ଭଦ୍ରେଶ ପଟେଲଙ୍କୁ ଜଣେ ହତ୍ୟାକାରୀ ଓ ବିପଜ୍ଜନକ ଅପରାଧୀ ବୋଲି କହିଛି ଏଫବିଆଇ। ଭଦ୍ରେଶକୁ ଧରିବା ପାଇଁ ପୁରସ୍କାର ରାଶି ଘୋଷଣା କରାଯାଇଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories