www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରଥମ ଭାରତୀୟ ପର୍ଯ୍ୟଟକ ଭାବେ ମହାକାଶକୁ ଯାତ୍ରା କରିବେ ଗୋପୀଚାନ୍ଦ ଥୋଟାକୁରା

ଭୁବନେଶ୍ଵର: ଇତିହାସ ରଚିବେ ଗୋପୀଚାନ୍ଦ ଥୋଟାକୁରା।  ପ୍ରଥମ ଥର ପାଇଁ ଭାରତୀୟ ପର୍ଯ୍ୟଟକ ଭାବେ ସେ ମହାକାଶକୁ ଯାତ୍ରା କରିବେ । ଯାହାକୁ ନେଇ ଗୋପିନାଥ ଏବେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଗୋପୀଚାନ୍ଦ ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସଙ୍କ ସ୍ପେସ୍‌ କମ୍ପାନୀ ବ୍ଲୁ ଅରିଜିନର ନ୍ୟୁ ଶେଫର -୨୫ (ଏନ୍ଏସ୍-୨୫) ମିଶନ୍ ପାଇଁ ଚାଳକ ଦଳ ଭାବେ ମହାକାଶକୁ ଯାତ୍ରା କରିବେ। ସେ କେବେ ମହାକାଶକୁ ଯାତ୍ରା କରିବେ , ତାହା ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ । କିନ୍ତୁ ଖୁବ୍ ଶୀଘ୍ର ତାରିଖ ଘୋଷଣା ହେବ। ଗୋପି ହେଉଛନ୍ତି ଜଣେ ପାଇଲଟ ଏବଂ ଏଭିଏଟର୍। ସେ ଗାଡି ଚଳାଇବା ପୂର୍ବରୁ ବିମାନ ଚଳାଇବା ଶିଖିଥିଲେ। ନିକଟରେ ସେ ମାଉଣ୍ଟ କିଲିମଞ୍ଜାରୋ ଶିଖରକୁ ମଧ୍ୟ ଯାଇଥିଲେ । ତେବେ ମହାକାଶ ମିଶନ ପାଇଁ ଚୟନ ହେବା ପରେ ଗୋପୀ କହିଛନ୍ତି ବ୍ଲୁ ଅରିଜିନର ଟ୍ୟାଗଲାଇନ୍ ହେଉଛି ପୃଥିବୀର ଲାଭ ପାଇଁ ଏବଂ ପୃଥିବୀର ସୁରକ୍ଷା ପାଇଁ ସମସ୍ତେ ଚେଷ୍ଟା କରିବା ଉଚିତ୍। ଏହି ଯାତ୍ରା ପାଇଁ ୬ ଜଣଙ୍କୁ ବଛା ଯାଇଥିବାବେଳେ ଗୋପୀ ସେମାନଙ୍କ ମଧ୍ୟରୁ ଜଣେ ହୋଇଥିବାରୁ ସେ ବେଶ୍ ଗର୍ବ ଅନୁଭବ କରୁଛନ୍ତି। ଭାରତୀୟ ବାୟୁସେନାର ପୂର୍ବତନ ପାଇଲଟ୍ ଓ୍ବିଙ୍ଗ କମାଣ୍ଡର ରାକେଶ ଶର୍ମା ୧୯୮୪ ମସିହାରେ ମହାକାଶକୁ ଯାତ୍ରା କରିଥିବା ପ୍ରଥମ ଭାରତୀୟ ଥିଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories