www.samajalive.in
Saturday, December 6, 2025
16.1 C
Bhubaneswar

ବିଶ୍ୱର ସୁବଠାରୁ ଶକ୍ତିଶାଳୀ ଦେଶ ତାଲିକାରେ ଶୀର୍ଷରେ ଆମେରିକା, ବାଦ ପଡିଲା ପାକିସ୍ତାନ: ଜାଣନ୍ତୁ ଭାରତର ସ୍ଥାନ କେଉଁଠି

ସମାଜ ଡିଜିଟାଲ ଡେସ୍କ: ୨୦୨୪ ବର୍ଷରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶର ତାଲିକା ପ୍ରକାଶ ପାଇଛି। ୟୁଏସ୍‌‌ ନ୍ୟୁଜ ଦ୍ୱାରା ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଆମେରିକା ପ୍ରଥମ ସ୍ଥାନରେ ରହିଛି। ଟେକ୍ନୋଲୋଜି, ଫାଇନାନ୍ସ ଏବଂ ଏଣ୍ଟରଟେନମେଣ୍ଟ ଭଳି ବିଭିନ୍ନ କ୍ଷେତ୍ରରେ ଆମେରିକା ଏକ ନମ୍ବର ସ୍ଥାନରେ ରହିଛି। ଆମେରିକାରେ ବାଇଡେନ ସରକାର ଭିତ୍ତିଭୂମି ବିକାଶ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରକଳ୍ପ ଉପରେ କାମ କରୁଛନ୍ତି। ଏହାସହିତ ଟେକ୍ନୋଲୋଜି କ୍ଷେତ୍ରରେ ଆମେରିକା ବହୁତ ଭଲ କାମ କରି ବିଶ୍ୱରେ ନମ୍ବର ୱାନ ଦେଶ ହୋଇପାରିଛି।
କେଉଁ ଆଧାରରେ ତାଲିକା ପ୍ରସ୍ତୁତ ହୋଇଛି ଜାଣନ୍ତୁ
ପାଞ୍ଚଟି ମାପଦଣ୍ଡ ଆଧାରରେ ବିଶ୍ୱରେ କେଉଁ ଦେଶ ସବୁଠାରୁ ଶକ୍ତିଶାଳୀ ତାହା ସ୍ଥିର କରାଯାଇଛି। ଏହିସବୁ ତାଲିକା ୟୁଏସ୍‌‌ ନ୍ୟୁଜ୍‌‌ ପାୱାର ସବ୍‌‌-ର୍ୟାଙ୍କିଙ୍ଗ୍‌‌ ତାଲିକା ପ୍ରସ୍ତୁତ କରିଛି। ଦେଶର ନେତା, ଆର୍ଥିକ ପ୍ରଭାବ, ରାଜନୈତିକ ପ୍ରଭାବ, ସେନା କେତେ ଶକ୍ତିଶାଳୀ ଏବଂ ମଜବୁତ ବୈଦେଶିକ ସମ୍ପର୍କ କ୍ଷେତ୍ରକୁ ନେଇ ତାଲିକା ପ୍ରସ୍ତୁତ କରାଯାଇଛି।
ଦ୍ୱିତୀୟ ସ୍ଥାନରେ ଚୀନ୍‌‌
ବିଶ୍ୱର ଶ୍ରେଷ୍ଠ ୧୦ଟି ଶକ୍ତିଶାଳୀ ଦେଶ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛି ଚୀନ୍‌‌। ଚାଇନାରେ ବେଲ୍ଟ ଏବଂ ରୋଡ୍‌‌ ପ୍ରକଳ୍ପ ବୃଦ୍ଧି ପାଉଛି। ଯେଉଁଥିରେ ଅଧିକରୁ ଅଧିକ ଦେଶ ଏଥିରେ ଯୋଗ ଦେଉଛନ୍ତି। ଏହି ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ଏସିଆକୁ ଆଫ୍ରିକା ଏବଂ ୟୁରୋପ ସହିତ ସ୍ଥଳ ଏବଂ ସାମୁଦ୍ରିକ ନେଟୱାର୍କ ମାଧ୍ୟମରେ ସଂଯୋଗ କରି ଅର୍ଥନୈତିକ ଅଭିବୃଦ୍ଧି ଏବଂ ବାଣିଜ୍ୟକୁ ପ୍ରୋତ୍ସାହିତ କରିବା। ବିଶେଷ ଭାବରେ ଚୀନ୍‌‌ ଆର୍ଟିଫିସିଆଲ୍‌‌ ଇଣ୍ଟେଲିଜେନ୍ସ ଏବଂ ୫ଜି ଉପରେ ଦ୍ରୁତ ଗତିରେ କାମ କରୁଛି।
୧୨ନଂରେ ଭାରତ, ପାକିସ୍ତାନ?
ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ତାଲିକାରେ ଭାରତର ସ୍ଥାନ ୧୨ନଂ ରହିଛି। ପୂର୍ବରୁ ୧୦ନଂ ଥିବାବେଳେ ଏବେ ଏହା ଖସି ୧୨ରେ ପହଂଚିଛି। ତାଲିକାରେ ଇସ୍ରାଏଲ ୧୧ନଂ ସ୍ଥାନରେ ରହିଛି। ଏହି ତାଲିକାରେ ମୋଟ ୮୭ଟି ଦେଶ ସ୍ଥାନ ପାଇଥିବା ବେଳେ ପାକିସ୍ତାନ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇନାହିଁ। କୌଣସି ଦେଶକୁ ଅନ୍ତର୍ଭୁକ୍ତ କରିବା ପାଇଁ କେତେକ ଦିଗକୁ ବିଚାର କରାଯାଇଥାଏ। ଯେପରି ବ୍ୟବସାୟ କ୍ଷେତ୍ରରେ ସେହି ଦେଶ କେତେ ଅଗ୍ରଗତି କରୁଛି। ଦେଶର ଅର୍ଥନୀତି କିପରି ଅଛି ଏବଂ ସେଠାରେ ବାସ କରୁଥିବା ଲୋକମାନେ କିଭଳି ଜୀବନଯାପନ ଅତିବାହିତ କରୁଛନ୍ତି। ଦେଶର ସେନା କେତେ ଶକ୍ତିଶାଳୀ ଏବଂ ଅନ୍ୟ ଦେଶ ସହିତ ସମ୍ପର୍କ କେତେ ଶକ୍ତିଶାଳୀ ଇତ୍ୟାଦି।

 

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories